ବିସ୍ଫୋରକ ସହ ୧୩ ନକ୍ସଲ ଗିରଫ

Spread the love

ବିସ୍ଫୋରକ ସହ ୧୩ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ନେଉଥିବା ୧୩ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳତା ହାସଲ କରିଛି। ଚିନ୍ତଲନାର ଥାନା ଅଂଚଳର ନକ୍ସଲମାନେ ବୋଲି ପୁଲିସ କହିଛି। ଜିଲ୍ଲା ପୁଲିସ ସହ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ କରିବାକୁ ଚିନ୍ତଲନାର ଥାନା ଅଂଚଳର ଫୁଲନପାଡ ଠାରୁ ତିମାପୁରମ ପର୍ଯ୍ୟନ୍ତ ରହିଥିବା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ଏହି ନକ୍ସଲମାନେ ଜଂଗଲରେ ଲୁଚି ଲୁଚି ବିସ୍ଫୋରକ ନେଇ ଯାଉଥିବା ଦେଖିବା ପରେ ଯବାନ ସମସ୍ତଙ୍କୁ ଘେରି ଗିରଫ କରିଥିଲେ।

ଏହି ନକ୍ସଲମାନେ ହେଲେ ମାଡବି ଭୀମା(୪୦),ମାଡକମ ବାଜିରାଓ(୫୦), ମାଡବୀ ହୁଙ୍ଗା(୨୪),ସୋଡି ଲଖମା(୨୩),ମାଡକମ ଲଛୁ(୨୮),ସୋଡି ଗଙ୍ଗା(୨୩),ସୋଡି ଦେବା(୨୩),ସୋଡି ମନିଷ(୪୫),ମାଡକମ ସୋନୁ(୫୦),ସୋଡି ଭୀମା(୨୭),ହେମରା ଜଗା(୩୨),ମାଡକମ ନଙ୍ଗା(୪୦) ଏବଂ ସୋଡି ଭିମା(୨୮)। ଗିରଫ ହୋଇଥିବା ନକ୍ସଲମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ଏମାନଙ୍କ ନିକଟରୁ ଟିଫିନ ବୋମା,ଡିଟୋନେଟର, ବିଦ୍ୟୁତ ତାର,ବ୍ୟାଟେରି ଇତ୍ୟାଦି ପୁଲିସ ଜବତ କରିଛି।

ପୁଲିସର ଲଗାତାର ଅପରେସନରେ ନକ୍ସଲ ଏବେ ଧରାଶାୟୀ। କ୍ୟାଡର ନକ୍ସଲ ଲୁଚିବା ପାଇଁ ଠିକଣା ଖୋଜୁଥିବା ବେଳେ ମୃତ୍ୟୁକୁ ଭୟ କରି ବହୁ ନକ୍ସଲ ଆତ୍ମସମର୍ପଣର ପନ୍ଥା ବାଛିଲେଣି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉକ୍ତି ସତ୍ୟରେ ପରିଣତ ହେବାକୁ ଯାଉଛି। ଆସନ୍ତା ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ବସ୍ତର ଅଂଚଳକୁ ସଂପୂର୍ଣ୍ଣ ମାଓ ମୁକ୍ତ କରିବା ଲକ୍ଷ୍ୟ ନିଶ୍ଚିତ ପୂରଣ ହେବ ବୋଲି କୁହାଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *