ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ଆହତ l

Spread the love

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ଆହତ l

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି। କଚ୍ଚାପାଲି ଠାରେ ନିର୍ମାଣ ହେଉଥିବା ନୂତନ କ୍ୟାମ୍ପକୁ ଏକ ସଡକ ନିର୍ମାଣ ହେଉଥିବା ବେଳେ ନକ୍ସଲ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯବାନ୍‌ ସର୍ଚ୍ଚ ଅପରେସନ କରୁଥିବା ବେଳେ ହଠାତ୍ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଦୁଇ ଜଣ ଡିଆରଜି ଯବାନ୍‌ ଆହତ ହୋଇଛନ୍ତି। ତୁରନ୍ତ ଜଣେ ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣେ ଯବାନଙ୍କୁ ଜିଲ୍ଲା ହସପିଟାଲରେ ରଖାଯାଇଥିବା ପୁଲିସ କହିଛି।
ନକ୍ସଲଗଡ଼କୁ ସୁରକ୍ଷାକର୍ମୀମାନେ ଧୀରେଧୀରେ ଅକ୍ତିଆର କଲେଣି। ନକ୍ସଲ ଏଥିରେ ଭୟଭୀତ ହେବା ସହ ନିଜ ଅଂଚଳ ଛାଡ଼ିବାକୁ ବାଧ୍ୟ ହେଲେଣି। ତେଣୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ଏବଂ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜି ସେମାନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରୁଛନ୍ତି। ଏସପି ପ୍ରଭାତ କୁମାର କହିଛନ୍ତି ସୁରକ୍ଷା ବାହିନୀ ଆଉ ମାତ୍ର ୧୫ କିଲୋମିଟର ପରେ ନକ୍ସଲଗଡ଼ରେ ପହଞ୍ଚିବେ।
ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଜଙ୍ଗଲରେ ନକ୍ସଲମାନେ ବସାବାନ୍ଧି ରହିଛନ୍ତି। ସୁରକ୍ଷା ବାହିନୀ ଡାଳେଡାଳେ ଗଲେ, ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିବା ବେଳେ ମାଓ ଇନଫରର୍ମର ସନ୍ଦେହରେ ଲୋକଙ୍କୁ ବଳପୂର୍ବକ ଉଠାଇ ନେଇ ହତ୍ୟା କରିବାକୁ ପଛାଉ ନାହାନ୍ତି।
ଏହି ଖବର ପଢ଼ନ୍ତୁ: ବିନା ଅନୁମତିରେ ‘ଜିରୋ ନାଇଟ୍‌’ର ଆୟୋଜନ ମନା
ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଅଂଚଳରେ ରହିଥିବା ବାରାସୁର ଥାନା ଅନ୍ତର୍ଗତ କୋସଲନାର ଗ୍ରାମର ମନାରୁ ଅକାଲି ନିକଟସ୍ଥ ଜଂଗଲକୁ କାଠ ଆଣିବା ପାଇଁ ଯାଇଥିଲେ। ଜଂଗଲରୁ କାଠ ଆଣି ଫେରୁଥିବା ସମୟରେ ଏକ ଗଛମୂଳରେ ବିଶ୍ରାମ ନେବାକୁ ବସିଥିଲେ। ତେବେ ନକ୍ସଲ ପୂର୍ବରୁ ସେହି ଗଛ ମୂଳରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯୁବକଙ୍କ ପାଦ ସେହି ବୋମା ଉପରେ ପଡିବା ମାତ୍ରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଜୋର ଥିଲା ଯେ ଆଖପାଖ ଗାଁର ଲୋକେ ଦୌଡି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବୋମାର ବିସ୍ଫୋରଣରେ ଯୁବକଙ୍କ ପାଦ ସହ ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗ ଉଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ମନାରୁ ଅକାଲିଙ୍କର ଜୀବନ ଚାଲିଯାଇଥିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *