ଶହୀଦବୀର ଈଶ୍ୱରତଳିଆ ଙ୍କୁ ଗାଡ଼ଅଫ ଅନର ସହ ନିଜମାଟି ରେ ଶେଷକୃତ୍ୟ ସମ୍ପର୍ଣ୍ଣ l

Spread the love

ଶହୀଦବୀର ଈଶ୍ୱରତଳିଆ ଙ୍କୁ ଗାଡ଼ଅଫ ଅନର ସହ ନିଜମାଟି ରେ ଶେଷକୃତ୍ୟ ସମ୍ପର୍ଣ୍ଣ l

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କେନ୍ଦୁଗୁଡା ପଞ୍ଚାୟତ ବଡାଗୁଡା ଗ୍ରାମ ର ପ୍ରଭୁତଳିଆ ଓ ବୁଦେଇ ତଳିଆ ଙ୍କ ଏକମାତ୍ର ପୁଅ ଈଶ୍ୱର ତଳିଆ(୩୪)ଙ୍କୁ ଆଜି ବଡାଗୁଡା ଗ୍ରାମ ନିକଟରେ ଥିବା ନିଜ ଜମି ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ମରଶରୀର କୁ ଶେଷକୃତସମ୍ପର୍ଣ୍ଣ କରାଯାଇଥିଲା !ହଜାର ହଜାର ଲୋକଙ୍କ ମଧ୍ୟରେ ଈଶ୍ୱର ଙ୍କ ୨ବର୍ଷର ପୁଅ ମୋହିତ ସକାକୁଳ ପରିବେଶ ରେ ନିଜ ଶହୀଦବାପା ଙ୍କୁ ନିଜ ହାତରେ ମୁଖାଗ୍ନି ଦେଇଥିଲେ ପାଖରେ ଥିଲେ ୭ବର୍ଷ ର ଭଉଣୀ ଦେବସ୍ମିତା ଓ ଈଶ୍ୱର ଙ୍କ ପତ୍ନୀ ବାସନ୍ତି ! ଈଶ୍ୱର ତଳିଆ ୨୦୧୧ମସିହାରେ ଜାମ୍ମୁର ୪୬ଆର୍ମି ରେଜିମେଣ୍ଟ ରେ କାର୍ଯ୍ୟରତ ଥିଲେ ଓ ସେଠାରୁ ଅଳ୍ପକିଛିଦିନ ହେବ ରାଜସ୍ଥାନ ପ୍ରଦେଶ ର ବିକାନର ଜିଲ୍ଳା ମହାଜନ ଫିଲଡ଼ଫାଇରିଂରେଞ୍ଜ ରେ ଟେଙ୍କ ମାଧ୍ୟମରେ ତୋପ କିଭଳି ଚଲାଯିବ ତାହା ଅଭ୍ୟାସ କରିବାକୁ ଆସିଥିଲେ


ଅଭ୍ୟାସ ସମୟରେ ଚାର୍ଜର ଫାଟି ଗୁରୁତ୍ବର ହୋଇପଡିଥିଲେ ଈଶ୍ୱର ତଳିଆ ତୁରନ୍ତ ତାଙ୍କୁ ଆର୍ମି ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଥିଲା ! ଆଜି ତାଙ୍କ ମରଶରୀର କୁ ଆର୍ମିଗାଡି ରେ ବିଶାଖାପାଟଣା ରୁ ନିଜ ଗାଁ ବଡାଗୁଡା କୁ ଅଣାଯାଇଥିଲା !ଶହୀଦବୀର ଈଶ୍ୱରତଳିଆ ବୈପାରିଗୁଡା ଦେଇ ନିଜ ଗାଁ କୁ ଯିବା ସମୟରେ ବୈପାରିଗୁଡା ବ୍ଲକବାସୀ ଗାନ୍ଧିପୁର ଠାରେ ଅପେକ୍ଷାକରି ଶହୀଦ ଙ୍କୁ ମୋଟର ସାଇକୋଲରାଲି କରିପାଛୋଟି ନେଇଥିବା ବେଳେ ବୈପାରିଗୁଡା ଜନସାଧରଣ ନିଜନିଜ ଘରସମ୍ନାନା ରେ ଠିଆହୋଇ ହୁଳହୁଳି ସହ ଈଶ୍ୱର ତଳିଆ ଆମରରହେ ଧ୍ୱନୀରେ ଭାବ ବିହୁଲ ହୋଇ ଠିଆହୋଇ ରହିଥିବା ଦେଖିବାକୁ ମିଳିଥିଲା ଈଶ୍ୱରଙ୍କ ଏହି ଶେଷଯାତ୍ରାରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମମାଛ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୂପ ଭତ୍ରା ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସସ୍ମିତାମେଲକା ରଘୁରାମପୋଡାଲ କୃଷ୍ଣଚନ୍ଦ୍ରସାଗରିଆ ଜିଲ୍ଲାପାଳ ଶ୍ରୀ କୀର୍ତିଭାସନ
କୋରାପୁଟ ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା ବୈପାରିଗୁଡା ତହସିଲଦାର ସୁଶ୍ରୀ ସ୍ନିଗ୍ଧାରାଣୀଚୌଧୁରୀ ବୈପାରିଗୁଡା ଡିଗ୍ରୀକଲେଜ ଶହୀଦଲକ୍ଷଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଫୁଲତଡାଦେଇ ଶହୀଦ ଙ୍କୁ ସଂମ୍ମାନ ଜଣେଇଥିଲେ

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *