ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା, କାରଣ ଅଷ୍ପଷ୍ଟ
କୋରାପୁଟ, କୁନ୍ଦୁରା : କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ କଦମ୍ବବେଡ଼ା ଗାଁ ରେ ବିଷ ପିଇ ଆତ୍ମହତ୍ଯା କରିଛନ୍ତି ମହିଳା l ମହିଳାଙ୍କ ନାମ ସୁନାଦେଇ ଦୁରୁଆ, (୩୬),ସ୍ୱାମୀ ଧନୀରାମ ବୋଲି ଜଣା ପଡ଼ିଛି । ପରିବାର ଲୋକଙ୍କ ସୂଚନା ପ୍ରକାରେ ଗତକାଲି ରାତ୍ର ପ୍ରାୟ ଆଠ ଘଣ୍ଟା ସମୟରେ କୀଟନାଶକ ଔଷଧ ପିଇ ଦେଇଥିଲେ l ସେ ସମୟରେ ପରିବାରର ସମସ୍ତେ ଖାଇ ସାରିଥିଲେ l ସ୍ଵାମୀ ଘରେ ନଥିବା ସମୟରେ ସୁନାଦେଇ ଦୁରୁଆ ଘରେ ଥିବା କୀଟନାଶକ ଔଷଧ ପିଇ ବେହୋସ ହୋଇ ପଡ଼ିଥିଲେ l ସ୍ଵାମୀ ଘରକୁ ଫେରିଲା ବେଳକୁ ଘର ସାରା ବାସନା ଦେଉଥିଲା ଓ ସନାଦେଇ ନିକଟରେ କୀଟନାଶକ ଔଷଧ ବୋତଲ ପଡ଼ିଥିବା ଦେଖି ବିଷ ପିଇ ଦେଇଥିବା ଜାଣିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଆଜି ସକାଳେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନୀ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ଥିଲେ l ଡାକ୍ତର ଗଣେଶ ପ୍ରସାଦ ଦାସ ଏବଂ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଅଛି l କୁନ୍ଦୁରା ଥାନାରେ କେସ ନଂ(୧୫/୨୪) ରେ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇ ଥିବା ନେଇ କୁନ୍ଦୁରା ଥାନା ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନୀ ସୂଚନା ଦେଇଛନ୍ତି l ସୂଚନା ଥାଉକି ମୃତା ସୁନାଦେଇଙ୍କ ଦୁଇ ପୁଅ ଓ ଝିଅ ରହିଛନ୍ତି l ସେ ପୂର୍ବତନ ୱାର୍ଡ଼ ସଭ୍ୟା ହୋଇ ସମସ୍ତଙ୍କର ଲୋକପ୍ରିୟ ମହିଳା ଥିଲେ l ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି l ଶବ ବ୍ୟବଚ୍ଛେଦ ଲକରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ।
Leave a Reply