ମଣ୍ଡିରେ ଭିଜିଲା, ବିଲରେ ଗଜା ହେଲା

Spread the love

ମଣ୍ଡିରେ ଭିଜିଲା, ବିଲରେ ଗଜା ହେଲାକୋରାପୁଟ/ନବରଙ୍ଗପୁର/ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ କାଳ ହୋଇଛି ଅଦିନିଆ ବର୍ଷା। ଧାନ, ମକା, କପା ସମେତ ପନିପରିବା ନଷ୍ଟ ହୋଇଛି। ଫସଲ ନଷ୍ଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ମଣ୍ଡିରେ ଭିଜିଛି ୧୨୭୯୨ କ୍ବିଣ୍ଟାଲ୍ ଧାନ। ନବରଙ୍ଗପୁର ସହ‌ରରେ ଶାଗମାଛ ଦରରେ ବିକ୍ରି ହୋଇଛି ପନିପରିବା। ଫୁଲକୋବି କିଲୋ ୧୦ଟଙ୍କା ଏବଂ ବନ୍ଧାକୋବି ୧୫ ଟଙ୍କାରେ ବିକ୍ରି ହୋଇଛି। ହେକ୍ଟର ହେକ୍ଟର ଅଞ୍ଚଳରେ ଲାଗିଥିବା ପନିପରିବା ଅଦିନିଆ ବର୍ଷାରେ ନଷ୍ଟ ହେବା ପରେ ଚାଷୀ ତରବରିଆ ଭାବେ ଫସଲ ତୋଳି କମ ଦରରେ ବିକ୍ରି କରିଛନ୍ତି। କୋରାପୁଟ ଜିଲ୍ଲାରେ ମଧ୍ୟ ସମାନ୍‌ ସ୍ଥିତି। ଜିଲ୍ଲାର ୯୦ ପ୍ରତିଶତ ଅଞ୍ଚଳରେ ଧାନ କଟା ସରିଛି। ହେଲେ କଟା ଯାଇଥିବା ଧାନ ସବୁ ମଣ୍ଡି ଓ ଖଳାରେ ପଡ଼ିଛି। କିଛି ଧାନକୁ ଚାଷୀ ପଲିଥିନ୍‌ ଘୋଡ଼ାଇଛନ୍ତି।

ବିଶେଷ କରି ଜିଲ୍ଲାରେ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତି ହୋଇଛି। ଡାଲି, ତୈଳଜାତୀୟ ଚାଷ ସହ ପନିପରିବା ୨୨ହଜାର ହେକ୍ଟରରେ ଚାଷ ହୋଇଛି। କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗ କର୍ମଚାରୀଙ୍କ ମିଳିତ ଯାଞ୍ଚ ପରେ ହିଁ କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ରାୟଗଡ଼ାରେ ବି ଅନ୍ନଦାତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଅଦିନିଆ ବର୍ଷା। ଲଘୁଚାପ ପ୍ରଭାବରେ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଖଳା ଓ ବିଲରେ ପଡ଼ିଥିବା ଧାନ ସମ୍ପୂର୍ଣ୍ଣ ଓଦା ହୋଇଯାଇଛି। ୭ ଦିନ ହେଲା ଜିଲ୍ଲାରେ ମେଘୁଆ ପାଗ ଲାଗି ରହିଥିବାରୁ ଧାନ, କପା ଓ ପନିପରିବା ଚାଷୀ କ୍ଷତି ସହିଛନ୍ତି। ରାୟଗଡ଼ା ବ୍ଲକ୍‌ର ପିପଲଗୁଡ଼ା, କାରୁବାଇ, ଡାଙ୍ଗଲୋଡି, ମିରାବାଲି, ଦୁର୍ଗାପାଡ଼ୁ ଓ ବଡଆଳୁବାଡି ଗ୍ରାମରେ ଅମଳ ହୋଇ ବିଲରେ ପଡ଼ିଥିବା ଧାନ ଗଜା ହୋଇଗଲାଣି। କଲ୍ୟାଣସିଂହପୁରରେ ଗଛରେ ଥିବା ପାଚିଲା ବିଲାତି ଫାଟିଯାଇ ନଷ୍ଟ ‌ହୋଇଛି। କପା ଚାଷୀ କହିଛନ୍ତି, ବର୍ଷା ଯୋଗୁଁ କପା ନଷ୍ଟ ହୋଇଛି। ଯେଉଁ କପା ଗଛରେ ଅଛି ରଙ୍ଗ ପରିବର୍ତ୍ତନ କାରଣରୁ ଏହାର ପ୍ରକୃତ ମୂଲ୍ୟ ମିଳିବ ନାହିଁ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *