ଶୁଖିଗଲା ତେଲିଙ୍ଗିରି ଜଳଭଣ୍ଡାର: ଜାନୁଆରି ପ୍ରଥମ ସପ୍ତାହରୁ ମରାମତି l

Spread the love

ଶୁଖିଗଲା ତେଲିଙ୍ଗିରି ଜଳଭଣ୍ଡାର: ଜାନୁଆରି ପ୍ରଥମ ସପ୍ତାହରୁ ମରାମତିକୋରାପୁଟ: ଶୁଖିଗଲା ତେଲିଙ୍ଗିରି ଜଳଭଣ୍ଡାର। ଅନବରତ ଜଳ ନିଷ୍କାସନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତମାସ ୧୦ତାରିଖରୁ ସ୍ଲୁଇସ୍‌ ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ୩୦ ଘନମିନଟର ପାଣି ନିଷ୍କାସିତ ହେଉଛି। ଯାହାର ପରିମାଣ ଚାଷୀମାନେ ଭୋଗିବାକୁ ଯାଉଛନ୍ତି। କାରଣ ରବି ଋତୁରେ ଚାଷୀଙ୍କୁ ପାଣି ମିଳିବ ନାହିଁ। ଅନ୍ୟପଟେ ଜାନୁଆରି ପ୍ରଥମ ସପ୍ତାହରେ ମରାମତି କାମ ଆରମ୍ଭ ହେବ ବୋଲି ଉପରକୋଲାବ ଜଳସେଚନ ଓ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ଇଂ.ସନ୍ତୋଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏହି ବିଷୟରେ ରାଜ୍ୟ ଜଳସେଚନ ବିଭାଗକୁ ଅବଗତ କରାଯାଇଛି ବୋଲି କହିଛନ୍ତି।

୨୦୧୯ ମସିହାରେ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ହୋଇଥିଲା। ତରବରିଆ ଭାବେ ଲୋକାର୍ପଣ ହୋଇଥିବାରୁ ଠିକାସଂସ୍ଥା ସ୍ଲୁଇସ୍ ଗେଟ୍‌ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ କଂକ୍ରିଟ୍‌ ପକାଇ ନଥିଲା। ୨୦୨୦ ଓ ୨୦୨୧ ମସିହାରେ ପ୍ରୟାସ ହୋଇଥିଲେ ସୁଦ୍ଧା କୋଭିଡ୍‌ କାରଣରୁ ସମ୍ଭବ ହୋଇନଥିଲା। ଚଳିତବର୍ଷ ସ୍ଲୁଇସ୍‌ ଗେଟ୍‌ ଦେଇ ଅଚାନକ ପାଣି ନିଷ୍କାସନ ହେବାରୁ ଜଳଭଣ୍ଡାର ଶୁଖିଯାଇଛି। ତେଣୁ ଆଗାମୀ ରବି ଋତୁରେ ୪୨୬୪ ହେକ୍ଟର ଜମିକୁ ପାଣି ମିଳିବ ନାହିଁ। ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପୂର୍ବରୁ ସ୍ଲୁଇସ୍ ଗେଟ୍‌କୁ ବନ୍ଦ କରିବା କଥା। ପ୍ରକଳ୍ପର ଲୋକାର୍ପଣ ପାଇଁ ତରବରିଆ ଭାବେ ସ୍ଲୁଇସ୍ ଗେଟ୍‌ରେ ଲୁହାଛଡ଼ ଦେଇ ବନ୍ଦ କରାଯାଇଥିଲା ବୋଲି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ୫ବର୍ଷ ଧରି ପାଣି ଜମି ରହିବା ଫଳରେ ଲୁହାଛଡ଼ ଖସିଯାଇଛି। ଜଳଭଣ୍ଡାରରୁ ଜାନୁଆରି ସୁଦ୍ଧା ସଂପୂର୍ଣ୍ଣ ପାଣି ନିଷ୍କାସିତ ହୋଇଗଲେ ମରାମତି କରାଯିବ। ମରାମତି ସମୟରେ ହିଁ କେତେ ଆୟକଟ୍‌ରେ କେତେ ଜମିକୁ ପାଣି ମାଡୁଛି ତାହାର ସର୍ଭେ କରାଯିବ। ସେହିପରି ଚାଷୀଙ୍କ ଠାରୁ ଜଳକର ବି ଆଦାୟ କରାଯିବ। ଚଳିତବର୍ଷ ଖରିଫ୍‌ରେ ପାଣି ଦିଆଯାଇଛି। ରବି ଋତୁରେ ଆଉ ଦିଆଯିବନି। ପ୍ରକଳ୍ପରୁ ବର୍ଷକୁ ଥରେ ହିଁ ପାଣି ଦେବାର ବ୍ୟବସ୍ଥା ରହିଛି ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *