ଇତିହାସରେ ପ୍ରଥମ ଥର ପାଇଁ ହକି ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି l

Spread the love

ଇତିହାସରେ ପ୍ରଥମ ଥର ପାଇଁ ହକି ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

ନବରଙ୍ଗପୁର ; ଆସନ୍ତା ଜାନୁୟାରୀ ୦୨ ରୁ ୦୭ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଭୋପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ୬୮ ତମ ସର୍ବ ଭାରତୀୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ହକି କ୍ରୀଡା ପାଇଁ ଓଡ଼ିଶା ଦଳ ପକ୍ଷରୁ ଖେଳିବା ନିମନ୍ତେ ନବରଙ୍ଗପୁର ଜିଲ୍ଲାରୁ ତିନି ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ହଳଧର ସାନ୍ତା, ସମୀର ସାନ୍ତା ଏବଂ ଜଗେନ୍ଦ୍ର ଭତ୍ରା । ଏମାନେ ସମସ୍ତେ ମଙ୍ଗଳ ବିଭାଗ ର ଭାମିନି ବିଦ୍ୟାଳୟର ଛାତ୍ର ଅଟନ୍ତି। ସୂଚନା ଯୋଗ୍ୟ ଯେ ସବୁବେଳେ ହକି କ୍ରୀଡାର ଗଡ କୁହାଯାଉଥିବା ସୁନ୍ଦରଗଡ଼, କେଉଁଝର ଅଞ୍ଚଳରୁ ରୁ ହିଁ ଅଧିକାଂଶ କ୍ରୀଡାବିତ୍ ଓଡ଼ିଶା ପାଇଁ ଚୟନ ହୋଇ ଥାନ୍ତି କିନ୍ତୁ ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କେ ବି କେ ଅଞ୍ଚଳରୁ କୌଣସି କ୍ରୀଡାବିତ୍ ହକି ଖେଳରେ ଓଡ଼ିଶା ଦଳରେ ସାମିଲ ହୋଇପାରିଛନ୍ତି ଏବଂ ଇତିହାସ ସୃଷ୍ଟି କରିଛନ୍ତି। ଏହି ଖବର ପ୍ରାପ୍ତ ହେଲା ପରେ ନବରଙ୍ଗପୁର ଜିଲ୍ଲାପାଳ ତଥା କ୍ରିଡା ସଂଘର ସଭାପତି ଡ.ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା , କ୍ରିଡା ସଂଘର ସମ୍ପାଦକ ପ୍ରହାଲାଦ ତ୍ରିପାଠୀ , ଉପସଭାପତି ଏମ. ବାଲାକୃଷ୍ଣା ରାଓ , ସହ ସଂପାଦକ ମନୋଜ କୁମାର ପଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, ସଂଘର ବରିଷ୍ଠ ସଭ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଖେଳାଳି ମାନଙ୍କ ସହ କ୍ରୀଡା ଶିକ୍ଷକ ତଥା ଏହି କ୍ରୀଡାବିତ୍ ମାନଙ୍କର କୋଚ୍ କିଶୋର ସିଲ ଙ୍କୁ ଶୁବେଛା ଜଣାଇଛନ୍ତି । ଏଥି ସମେତ ଜିଲ୍ଲାର ବରିଷ୍ଠ ପ୍ରାକ୍ତନ କ୍ରୀଡାବିତ୍ ମାନେ ଖୁସି ପ୍ରକଟ କରିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *