୧୫୧ ଗାଁ, ୯୦ ପଡ଼ାବାସୀ ଶୋଷିଲା: ଝରଣା, ନଦୀନାଳ ପାଣି ମେଣ୍ଟାଉଛି ଶୋଷ l

Spread the love

୧୫୧ ଗାଁ, ୯୦ ପଡ଼ାବାସୀ ଶୋଷିଲା: ଝରଣା, ନଦୀନାଳ ପାଣି ମେଣ୍ଟାଉଛି ଶୋଷ


କୋରାପୁଟ: ଠିକ୍‌ ସମୟରେ ଭରି ପାରିଲେନି ବିଦ୍ୟୁତ୍ ବିଲ୍। ବଢ଼ି ଚାଲିଲା ବକେୟା। ବାରମ୍ବାର ନୋଟିସ୍‌ ପରେ ବିଲ୍ ପୈଠ ନ ହେବା ଯୋଗୁ ପାନୀୟ ଜଳ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେଲେ ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷ। ଫଳରେ ଜଳଯୋଗାଣ ବ୍ୟାହତ ହୋଇଛି। ୪/୫ ମାସ ହେଲା ପ୍ରକଳ୍ପରୁ ଲୋକଙ୍କୁ ମିଳୁନି ପାଣି। ପ୍ରକଳ୍ପ ଅଚଳ କାରଣରୁ କୋରାପୁଟ ଜିଲ୍ଲାର ୧୫୧ଟି ଗାଁ ଓ ୯୦ଟି ପଡ଼ାବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା ଓ ନଦୀ ନାଳ ପାଣି। ଜଳ ଜୀବନ ମିସନ୍‌ରେ ୨୦୨୦-୨୧ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏହି ପାନୀୟ ଜଳ ପ୍ରକଳ୍ପ ସବୁ ନିର୍ମାଣ ହୋଇଥିଲା। ଯାହା ହଜାରହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ୬ ବର୍ଷ ତଳେ ସରକାର ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନେବା ପରେ ଜଳ ଜୀବନ ମିସନ୍‌ ସମେତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ଅବହେଳାର ଶିକାର ହୋଇଥିଲା। ମେଗା ପ୍ରକଳ୍ପ ନାଁରେ ପୁରୁଣା ପ୍ରକଳ୍ପର ରକ୍ଷଣାବେକ୍ଷଣ, ମରାମତି, ବିଦ୍ୟୁତ୍‌ ବିଲ୍ ପୈଠ କ୍ଷେତ୍ର ପ୍ରତି ସରକାର ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ ଗୁରୁତ୍ବ ଦେଇନଥିଲା।
ଅଚଳ ପ୍ରକଳ୍ପକୁ କୌଣସି ମତେ ଗ୍ରାମବାସୀ ଟଙ୍କା ଖର୍ଚ୍ଚ କରି ସଜାଡ଼ି ଚଲାଇଥିଲେ। କିନ୍ତୁ ପ୍ରକଳ୍ପ ବାବଦ ବିଲ୍ ବଢ଼ିବା ପରେ ପୈଠ କରିବାରେ ବିଫଳ ହୋଇଥିଲେ। ଫଳରେ ବିଦ୍ୟୁତ୍‌ ବିଭାଗୀୟ କର୍ତ୍ତୃପକ୍ଷ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ପରେ ବନ୍ଧୁଗାଁ ବ୍ଲକର ୧୧, ବୈପାରିଗୁଡ଼ାର ୧୨, ଦଶମନ୍ତପୁରର ୧୪, କୋରାପୁଟର ୭, ଜୟପୁରର ୧୪, କୁନ୍ଦୁରାର ୯, ବୋରିଗୁମ୍ମାର ୧୩, କୋଟପାଡ଼ର ୮, ସେମିଳିଗୁଡ଼ାର ୯, ପଟାଙ୍ଗିର ୬, ନାରାୟଣପାଟଣାର ୧୧, ଲକ୍ଷ୍ମୀପୁରର ୧୨, ନନ୍ଦପୁରର ୧୩ ଏବଂ ଲମତାପୁଟ ବ୍ଲକର ୧୨ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଜିଲ୍ଲାରେ ଆରମ୍ଭ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର କାମ ସରୁନଥିବାରୁ ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଦ୍ୟୁତ୍‌ ସଂଯୋଗ କାଟିଦେଲେ, ପାନୀୟ ଜଳ ପ୍ରକଳ୍ପ ଅଚଳ
ଝରଣା, ନଦୀନାଳ ପାଣି ମେଣ୍ଟାଉଛି ଶୋଷ

ଜିଲ୍ଲାରେ ଏବେ ୧୭୭୮୦ଟି ନଳକୂପ ଓ ୪୮୨ଟି ପରିମଳ କୂପ ରହିଛି। ଏହା ସହିତ ୬୪୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଅଛି। ଜିଲ୍ଲାରେ ଥିବା ୪୪୦୪ଟି ଜନବସତି ମଧ୍ୟରୁ ୧୦୩୦ଟି ଜନବସତିକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି। ପାଖାପାଖି ୨୦ହଜାର ଘର ଏହାର ସୁଫଳ ପାଉଛନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୫ ହଜାର ଘର ନଳକୂପ କିମ୍ବା କୂଅ ଉପରେ ନିର୍ଭର କରୁଛନ୍ତି। କିଛି ସ୍ଥାନରେ ଲୋକେ ଝରଣା ଓ ନଦୀନାଳର ପାଣିକୁ ବ୍ୟବହାର କରୁଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାର ୧୪ଟି ବ୍ଲକ ପାଇଁ ୮ଟି ସ୍ଥାନରୁ ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବାର ଲକ୍ଷ୍ୟ ରହିଛି। ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୩ହଜାର କୋଟି ଅନୁଦାନ ଦେଇଛନ୍ତି। ୮ଟି ପ୍ରକଳ୍ପ ମଧ୍ୟରୁ କେବଳ ଗୋଟିଏ ମୁରାନ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଛି। ମୁରାନ୍‌ ପ୍ରକଳ୍ପ ଦ୍ବାରା ବୋରିଗୁମ୍ମା, ଜୟପୁର ଓ କୋଟପାଡ ବ୍ଲକର ୫୧ଟି ପଞ୍ଚାୟତକୁ ପାଣି ଯୋଗାଇ ଦିଆଯିବ। ବଳକା ୭ଟିରୁ କିଛି ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ବେଳେ ଆଉ କିଛି ପ୍ରକଳ୍ପର କାମ ମନ୍ଥର ଗତିରେ ଚାଲିଛି। କୋଲାବ ଜଳଭଣ୍ଡାରରେ ୬ଟି ପ୍ରକଳ୍ପ ଓ ଇନ୍ଦ୍ରାବତୀ ପ୍ରକଳ୍ପରେ ୨ଟି ପ୍ରକଳ୍ପ ନିର୍ମାଣ କରାଯାଉଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *