ଓପିଏସ୍‌ସି ପରୀକ୍ଷା କେନ୍ଦ୍ରକୁ ସବୁଜ ସଙ୍କେତ ଜୟପୁରର ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ମୋହର l

Spread the love

ଓପିଏସ୍‌ସି ପରୀକ୍ଷା କେନ୍ଦ୍ରକୁ ସବୁଜ ସଙ୍କେତ
ଜୟପୁରର ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ମୋହର l

ଜୟପୁର,୩/୧ : ଜୟପୁରରେ ଲୋକସେବା ଆୟୋଗର ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏ ନେଇ ଜୟପୁର ସହର ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବୁଧବାର ନିଯୁକ୍ତି ଆୟୋଗ ଅଧ୍ୟକ୍ଷଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ଏହା ଚୂଡ଼ାନ୍ତ ହୋଇଛି।ପୂର୍ବରୁ ୟୁପିଏସସି ପରୀକ୍ଷା ଦେବା ନିମନ୍ତେ ଆଦିବାସୀ ଅଧ୍ଯୁଷିତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ଵର,
ପରୀକ୍ଷାର୍ଥୀ, ଅଭିଭାବକ ମହଲରେ ଖୁସିର ଲହରୀ
ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ସମ୍ବଲପୁର, ବ୍ରହ୍ମପୁର ଓ କଟକ ଯିବାକୁ ପଡୁଥିଲା ଫଳରେ ଶହ ଶହ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ । ପୂର୍ବ ସରକାରରେ ଏଠାରେ ଲୋକସେବା ଆୟୋଗର ପରୀକ୍ଷା କେନ୍ଦ୍ର ସ୍ଥାପନ ପାଇଁ ଦାବି ହୋଇଥିଲେ ମଧ୍ୟ ପୂରଣ ଦିଗରେ କେହି ପଦକ୍ଷେପ ନେଇନଥିଲେ। ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସିଥିବା ବେଳେ ଲୋକସେବା ଆୟୋଗର ପରୀକ୍ଷା କେନ୍ଦ୍ର ସ୍ଥାପନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ରାଜନୈତିକ ନେତୃବୃନ୍ଦ, ବହୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ନେଇ ଦାବି ଉପସ୍ଥାପନ କରାଯାଇଥି

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *