ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋରାପୁଟ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା l
କୋରାପୁଟ ; କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଧନ୍ୟବାଦ ଜଣାଇଲେ କୋରାପୁଟ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା , କୋରାପୁଟ ରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋରାପୁଟ ଜିଲ୍ଲା ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମ ଓ ପର୍ଯ୍ୟଟନ କ୍ଷେତ୍ର ରେ ଏକ ନମ୍ବର ଜିଲ୍ଲା ହେବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ କୋରାପୁଟ ଜିଲ୍ଲାର ମେଧାବୀ ଛାତ୍ର ଛାତ୍ରୀ ମାନେ ଆଉ ବାହାର ଜିଲ୍ଲା କୁ ଯାଇ ଅଯଥା ଖର୍ଚ୍ଚାନ୍ତ ନ ହୋଈ ନିଜ ଜିଲ୍ଲାରେ ପରୀକ୍ଷା ଦେବା ନିମନ୍ତେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l
କୋରାପୁଟ ଜିଲ୍ଲା ଜୟପୁରରେ ଓଡ଼ିଶା ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର ଖୋଲାଯିବ ସହିତ ଅନୁସୂଚିତ ବର୍ଗର ଖାଲି ପଦବୀ ପୂରଣ ପାଇଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି l
କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି , କଥା ଦେଇ କଥା ରଖି ଥିବାରୁ କୋରାପୁଟ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି l
Leave a Reply