ମୃତକଙ୍କ ପରିଚୟ ମିଳିଲା l

Spread the love

ମୃତକଙ୍କ ପରିଚୟ ମିଳିଲା l


ବୈପାରିଗୁଡା : ବର୍ଷର ପ୍ରଥମ ରାତିରେ ଟ୍ରକ୍ ଦୁର୍ଘଟଣାରେ ଚାଲିଗଲା ଦୁଇଟି ଜୀବନା ବୈପାରିଗୁଡା ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରରେ ତଥା ବୈପାରିଗୁଡା ଥାନା ଅନ୍ତର୍ଗତ ମହୁଲି ଶିବ ମନ୍ଦିର ନିକଟରେ ଗୋଟିଏ ଟ୍ରକ୍ ନୀଳଗିରି ଜଙ୍ଗଲ ଭିତରକୁ ପଶିଯାଇଥିଲା। ଆନ୍ଧ୍ରପ୍ରଦେଶର ଭଦ୍ରାଚଲମରୁ ଜୟପୁର ଅଭିମୁଖେ ଫେରୁଥିବା ବେଳେ ରାସ୍ତାରେ ଜୟପୁର ସହର ମେଦିରି ସାହିର ଏସ୍. ଗୋପାଳ ଦାସ (୫୫) ନାମକ ବ୍ୟକ୍ତି ଟ୍ରକ୍‌କୁ ଲିଫ୍ ମାଗିଥିଲେ । ରାତି ପ୍ରାୟ ସାଢେ ୮ଟା ବେଳେ ମହୁଲି ଶିବ ମନ୍ଦିର ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ନୀଳଗିରି ଜଙ୍ଗଲରେ ପଶିଯାଇଥିଲା। ଦୁର୍ଘଟଣା ଏତେ ଭୟାଙ୍କର ଥିଲା ଯେ ଜଙ୍ଗଲରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ଟ୍ରକ୍‌ର ସାମ୍ନା କାଚ ଭାଙ୍ଗିଯିବା ଫଳରେ ଦୁଇଜଣ ବାହାରେ ଛିଟିକି ହୋଇ ପଡ଼ିଥିଲେ। ଯାହାଫଳରେ ଟ୍ରକ୍ ଚକା ତଳେ ଚାପିହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଉକ୍ତ ଟ୍ରକ୍‌ର ଡ୍ରଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ମୃତକ ଦ୍ଵୟ ଜୟପୁର ମେଦିରି ସାହିର ଏସ୍. ଗୋପାଳ ଦାସ ଏବଂ ପିଆର୍ ପେଟାର ବି. ରାଜେନ୍ଦ୍ର ସିଂ ବୋଲି ଜଣାପଡିଛି। ବୈପାରିଗୁଡା ପୁଲିସ ଆଜି ଦୁଇଟି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *