ଯୁବକଙ୍କୁ ନିର୍ମମ ହତ୍ୟା l

Spread the love

ଯୁବକଙ୍କୁ ନିର୍ମମ ହତ୍ୟା l

ବିସିଂହପୁର/ବୋରିଗୁମ୍ମା : ନୂଆ ବର୍ଷ ରେ ଯୁବକଙ୍କୁ ହତ୍ୟା। ଗତକାଲି ସାଙ୍ଗ ସାଥି ମିଶି ଦିନରେ ଏବଂ ରାତିରେ ପିକନିକ କଲେ । ଆଉ ଆଜି ଭୋର ସକାଳୁ ସକାଳୁ ବାଡ଼ି ପଟେ ଚାଷ ଜମିରେ ରକ୍ତାକ୍ତ ଅବସ୍ଥା ରେ ଯୁବକ ଙ୍କ ଶବ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦଖୁବାକୁ ମିଳିଛି ବିସିଂହପୁର ଥାନା ନକୁଳ ଗୁଡା ଗାଁ ରେ । ମୃତ ଯୁବକ ଜଗନ୍ନାଥ ମାଝୀ ତାଙ୍କୁ ନିର୍ମମ ହତ୍ଯା କରି ଫିଙ୍ଗି ଦେଇଛନ୍ତି। ଜଗନ୍ନାଥ ମାଝୀ ନୂଆ ବର୍ଷ ରେ ସାଙ୍ଗ ସାଥି ସହ ଦିନରେ ଏବଂ ରାତିରେ ଭୋଜି ଭାତ କରି ଖାଇଥିଲେ। ରାତି ଭୋଜି ସରିବା ପରେ ଘରକୁ ଫେରି ନଥିଲେ ଜଗନ୍ନାଥ। ସକାଳୁ ଜଗନ୍ନାଥ ଙ୍କ ମାଆ ଜଗନ୍ନାଥ ଙ୍କୁ ଘରେ ଖାଜାଖୋଜି କରିଥିଲେ । ଘର ବାରି ପଛପଟେ ପରିବା କିଆରି ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଛି ଜଗନ୍ନାଥ ଙ୍କ ମୃତ ଦେହ। ମାଆ ଗାଁ ଲୋକଙ୍କୁ ଖବର ଦେଇଥିଲେ ପରେ ବିସିଂପୁର ଥାନା ପୋଲିସ ଙ୍କୁ ଧରି ବୋରିଗୁମ୍ମା ଊଚଙ ତପସ୍ବିନୀ କଅର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠା ନେବା ପାଇ ପରିବାର ଲୋକେ ଦାବି କରିଛନ୍ତି । ସାଇଣ୍ଟିଫିକ ଟିମ ଆସିବା ପରେ ଅଧୂକ ତଦନ୍ତ ହେବ ବୋଲି ସେ ସୂଚନା ମିଳିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *