ଚାଷୀ ମିଲର କଟନିଛଟନି ପାଇଁ ସଲାସୁତରାର ରହସ୍ୟକୁ ନେଇ ଚର୍ଚ୍ଚା

Spread the love

ଚାଷୀ ମିଲର କଟନିଛଟନି ପାଇଁ ସଲାସୁତରାର ରହସ୍ୟକୁ ନେଇ ଚର୍ଚ୍ଚାକୋରାପୁଟ: ଗତ ଡିସେମ୍ବର ମାସ ୧୧ରୁ ଆରମ୍ଭ ହୋଇଛି ଖରିଫ ମଣ୍ଡି। ଆରମ୍ଭରେ ମିଲର୍ସମାନେ ବିଭିନ୍ନ ଦାବି ସହ ଏଫଏକ୍ୟୁ ମାନକୁ ନେଇ ଚାଷୀମାନେ ମଣ୍ଡିରେ ଭାଗ ନେଇନଥିଲେ। ତେବେ ଧିରେ ଧିରେ ମଣ୍ଡିରେ ଧାନ କିଣା ଜୋର ଧରିଛି। ୧୬ଟି ଲ୍ୟାମ୍ପସରୁ ୭ଟି ଲ୍ୟାମ୍ପସ୍, ୨୪ଟି ମହିଳା ଏସଏଚଜି ଓ ୩ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ପକ୍ଷରୁ ୮ଲକ୍ଷ୬ହଜାର ୯୧୮କୁଇଣ୍ଟାଲ ଧାନ କିଣାଯାଇଛି। ନୂଆ ସରକାର ଏବେ ମଣ୍ଡିକୁ ଧାନ ଆଣିବାକୁ ବାଧ୍ୟତାମୂଳକ କରିବା ସହ ସିସିଟିଭି କ୍ୟାମେରାରେ ରେକର୍ଡିଂକୁ ବାଧ୍ୟ କରିଛନ୍ତି। ତେଣୁ ଚାଷୀମାନେ ମଣ୍ଡିକୁ ଧାନ ନେଇ ଆସୁଛନ୍ତି। ସିସିଟିଭି କ୍ୟାମେରା ରେକର୍ଡିଂ ସହ ଆଇସ୍କାନରରେ ସ୍କାନ ହେବା ପରେ ସିଧାସଳଖ ମିଲ ଗୁଡିକ ସମ୍ମୁଖରେ ନେଇ ଜମା କରି ରଖୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଭିତିରିଆ କଟନିଛଟନି ଚାଷୀ ଓ ମିଲର୍ସଙ୍କ ମଧ୍ୟରେ ହୋଇସାରିଥିବାରୁ ଆଉ ମଣ୍ଡି ଗୁଡିକରେ ସେତେଟା ବିବାଦ ଦେଖିବାକୁ ମିଳୁନି।

ଜୟପୁର ଉପଖଣ୍ଡର ୭୮ରୁ ୭୦ଟି ମଣ୍ଡି ଓ କୋରାପୁଟ ଉପଖଣ୍ଡର ୩ଟି ମଣ୍ଡିରେ ଧାନ କିଣା ଜାରି ରହିଛି। ଏଫଏକ୍ୟୁ ମାନକୁ ନେଇ ଦେଖାଦେଇଥିଲା ବିବାଦ। ସେହିପରି ସବୁ ବର୍ଷ ଦେଖା ଦେଉଥିବା କଟନି ଛଟନି ବିବାଦ ଦେଖାଦେଇଥିଲା। ଧାନ ନେଇ ଚାଉଲ ଦେବାକୁ ଥିବା ମିଲର୍ସ ମାନେ ଚାଷୀ ମାନଙ୍କ ସହ କଟନିଛଟନି ପାଇଁ ଭିତିରିଆ ସଲାସୁତରା ହେବା ପରେ ଏବେ ମଣ୍ଡି ଗୁଡିକ ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି। ପ୍ରତିଟି ମଣ୍ତିରେ ଏବେ ୫୦୦୦ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ପରି ଏବର୍ଷ ମଧ୍ୟ ବହୁ ମିଲର୍ସ କୋରାପୁଟ ଉପଖଣ୍ଡକୁ ଯାଇ ଧାନ ଉଠାଇ ଆଣିବା ସପକ୍ଷରେ ନାହାନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଜିଲ୍ଲା ପାଇଁ ୨୪ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଛନ୍ତି। ରିପୋର୍ଟ ଲେଖା ହେବା ଯାଏଁ ୭ଟି ଲ୍ୟାମ୍ପସ୍, ୨୪ଟି ମହିଳା ଏସଏଚଜି ଓ ୩ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ପକ୍ଷରୁ ୮ଲକ୍ଷ୬ହଜାର ୯୧୮କୁଇଣ୍ଟାଲ ଧାନ କିଣା ସରିଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା। ସ୍ବାଭାବିକ ଭାବେ ମଣ୍ଡିଗୁଡ଼ିକରେ ଧାନ କିଣା ଚାଲିଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *