ମକର ସଂକ୍ରାନ୍ତି ପାଇଁ ଘର ଦାଣ୍ଡରେ ବାସୁଆ ବଳଦ◆ ହଜିଯାଉଛି ପୁରାତନ ସଂସ୍କୃତି l

Spread the love

ମକର ସଂକ୍ରାନ୍ତି ପାଇଁ ଘର ଦାଣ୍ଡରେ ବାସୁଆ ବଳଦ◆ ହଜିଯାଉଛି ପୁରାତନ ସଂସ୍କୃତି

କୋରାପୁଟ : ଏବେ ମକର ସଂକ୍ରାନ୍ତି ପାଇଁ ସମସ୍ତେ ସଜବାଜ । ଦକ୍ଷିଣ ଭାରତରେ ଏହା ବଡ଼ ପର୍ଵ । ଉତ୍ତର ପୂର୍ବାଞ୍ଚଳର ଅନେକ ରାଜ୍ୟର ମଧ୍ୟ ଏହା ମୁଖ୍ୟ ପର୍ବ । କୃଷି ଭିତ୍ତିକ ପର୍ଵ। ଅମଳ ପରେ କୃଷକ ହର୍ଷ ଉଲ୍ଲାସର ସହ ଏହା ପାଳନ କରେ । ଏଥିପାଇଁ ସବୁଠି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏ ସମୟରେ ଆପଣଙ୍କ ଦ୍ଵାର ମୁହଁକୁ ବେଶ ପରିପାଟିରେ ସଜ୍ଜିତ ଏକ ବଳଦ ସହ ଲୋକେ ଆସିଯିବେ । ସମସ୍ତେ ହଳଦୀ କି ଗେରୁଆ ବସ୍ତ୍ର ପିନ୍ଧିଥିବେ । ବାଦ୍ୟ, ମହୁରୀ ଓ ହାର ମୋନିଅମ ବଜାଇ ଗୀତ ଗାଉଥିବେ । ପ୍ରତିବଦଳରେ ଘର ମାଲିକ ବିନା ଦ୍ବିଧାରେ କିଛି ସହାୟତା ଦେଉଥିବେ ।

ରାୟଗଡ଼ା ଜିଲ୍ଲାର ସ୍ଥାନୀୟ ଭାଷାରେ ଏହାର ନାମ ବସୁଆ ବଳଦ । ବାସୁଆ ବଳଦକୁ ଘଣ୍ଟି, ଘୁଙ୍ଗୁର, ଫୁଲମାଳ, ରଙ୍ଗବେରଙ୍ଗ ପାଟ ଲୁଗା ଆଦି ପିନ୍ଧାଇ ସଜା ହୋଇଥାଏ । ଯାହାକୁ ତେଲୁଗୁରେ ‘ମୁସ୍ତାପୁ ଆଇକନି ଦେଏବୁଡ଼ୁ ଓଚିଆର଼ୁ’। ଅର୍ଥାତ ସଜେଇ ହୋଇ ଭଗବାନ ବା ଈଶ୍ବରଙ୍କ ଦୂତ ଆସିଲେ ବୋଲି କୁହାଯାଏ। ଏହି ସାଜସଜ୍ଜାର ମୁଖ୍ୟ ଆକର୍ଷଣ ହେଉଛି ବାସୁଆ ବଦଳର ‘ମୁକୁଟ’ । ତାର ଶିଙ୍ଘରେ ସୁନ୍ଦର ମୁକୁଟ ଲାଗିଥାଏ । ବଳଦ ମୁଣ୍ଡ ହଲାଇଲେ ଖୁବ ମନଛୁଆଁ ଲାଗେ । ବାସୁଆ ବଳଦକୁ ରାମ ଭୂମିକାରେ ଅବତୀର୍ଣ୍ଣ କରି ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ନଚେଇଥାନ୍ତି । ଆନ୍ଧ୍ରର ଗାଙ୍ଗିଟେଗୁଲୁ ନାମକ ସମ୍ପ୍ରଦାୟ ବସୁଆ ବଳଦକୁ ବୃତ୍ତି ରୂପେ ଗ୍ରହଣ କରିଥାନ୍ତି । ପିଢି ପରେ ପିଢି ସେମାନେ ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୂର୍ବରୁ ଗାଙ୍ଗିଟେଗୁଲୁ ନାମକ ଏକ ସମ୍ପ୍ରଦାୟ ବସବାସ କରୁଥିଲେ । ଏହି ‘ବାସୁଆ ବଳଦ’ ପରମ୍ପରା ବା ନାଟକ ସେମାନଙ୍କ ମୁଖ୍ୟ ବେଉସା ରହିଥିଲା । ଚଳିତ ସମୟରେ ଏହି ପ୍ରଥା ଲୁପ୍ତ ହେବାକୁ ଯାଉଛି । ବର୍ତ୍ତମାନ ଏହା ବିଶେଷ ଭାବରେ ଆଉ ଦେଖିବାକୁ ମିଳୁନି । ଆନ୍ଧ୍ରର ଝାଡ଼ିପୁଡ଼ି, ମଞ୍ଜୁସାଗଡ଼, ସାରଙ୍ଗଗଡ଼ ଆଦି ଗ୍ରାମ ମାନଙ୍କରେ ଏହି ସମ୍ପ୍ରଦାୟର ପ୍ରାୟ ଶତାଧିକ ପରିବାର ବସବାସ କରୁଥିବା ଜଣାଯାଏ । ବାଛୁରୀ ଅବସ୍ଥାରୁ ହିଁ ବାସୁଆ ବଳଦକୁ ତାଲିମ ଦେଇ କଳା କୌଶଳ ଶିଖାଇବା ପରେ ତାକୁ ଧରି ଗାଁକୁ ଗାଁ ବୁଲି ନଚାଇଥାନ୍ତି ।ଏହାକୁ ଲୋକେ ପଇସା ଦେଇଥାନ୍ତି ଓ ଏଥିରେ ପରିବାର ଭରଣପୋଷଣ ହୋଇଥାଏ। କାଁ ଭାଁ କିଛିଟା ସ୍ଥାନରେ ଏବେ ବାସୁଆ ବଳଦ ଦୃଶ୍ୟମାନ ହେଉଥିବା ବେଳେ ଆଗଭଳି ଲୋକେ ଦେଖିବାକୁ ମିଳୁନି। ବିଶେଷକରି ପାଣ୍ଡୁଗୁ ସମୟରେ ରାୟଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ଏହି ବସୁଆ ବଳଦ ଆସୁଛି । କିନ୍ତୁ ବଳଦ ନାଚ କରୁନି । ଏହାକୁ ଧରି ଆସୁଥିବା ଦୁଇରୁ ତିନି ଜଣିଆ ଗୋଷ୍ଠୀ ବାଦ୍ୟ ପେଙ୍କାଳି ବଜାଇ ତେଲୁଗୁରେ ଗୀତ ଗାଇ ଗାଇ ଦ୍ଵାର ଦ୍ଵାର ବୁଲନ୍ତି । ଲୋକେ ଯାହା ସହାୟତା ଦିଅନ୍ତି ତାକୁ ନିଅନ୍ତି ।

ଦିନେ ବାସୁଆ ବଳଦ ବେକର ଘଣ୍ଟିର ଶବ୍ଦ ଗାଁ ଗହଳିରେ ଭିଡ ଏକାଠି କରିବାକୁ ଯଥେଷ୍ଟ ଥିଲା । ଗାଁରେ ପହଞ୍ଚିବା ମାତ୍ରେ ପ୍ରତି ପରିବାର ବାସୁଆ ବଳଦ ବା ବୃଷଭର ଗୋଡ଼କୁ ହଳଦୀ ପାଣିରେ ଧୋଇ ଆଶୀର୍ବାଦ ନେଉଥିଲେ । ପରିକ୍ରମା ସମୟରେ ମଝି ଦାଣ୍ଡରେ ବାସୁଆ ବଳଦ ଧରି ଆସିଥିବା ବ୍ୟକ୍ତି ଉପସ୍ଥିତ ଲୋକଙ୍କୁ ପୌରାଣିକ କଥାବସ୍ତୁ ଶୁଣାଉଥିଲେ। ବାସୁଆ ବଳଦକୁ କହିବା ମାତ୍ରେ ସେ ଗୋଡ଼ ଟେକି କଠଉ ପିନ୍ଧିବା ସହ ଯୋଡ଼ହସ୍ତ କରି ବସି ରହିଥାଏ । ନିଜମାଲିକ କହିବା ପ୍ରକାରେ ବଳଦ ବିଭିନ୍ନ କଳାକୌଶଳ ଦେଖାଉଥିଲା । ସେହି ବିଶ୍ବାସ ପରମ୍ପରା ସହିତ ଭଗବାନଙ୍କ ନାମ ଉଚ୍ଚାରଣ କରି ବିଭିନ୍ନ ଗୀତ ବୋଲୁଥିଲେ । ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ବାସୁଆ ବଳଦକୁ ପୂଜା କରାଯିବା ସହ ଚାଉଳ ନଡ଼ିଆ ଆଦି ପ୍ରଦାନ କରାଯାଉଥିଲା । ଲୋକେ ମଧ୍ୟ ବାସୁଆ ବଳଦ ପୂଜା କରିବା ସହ ପୌରାଣିକ କଥାବସ୍ତୁ ଉପଭୋଗ କରୁଥିଲେ। ଏବେ ସେସବୁ ଅତୀତ । କେବଳ ବସୁଆ ବଳଦ ଆସୁଛି ଏସବୁ ପରମ୍ପରା ଆଉ ଦେଖିବାକୁ ମିଳୁନି ।
ଅନ୍ୟ ଏକ ଗବେଷଣାରୁ ଜଣାଯାଏ ‘ବାସୁଆ ବଳଦ’ ଅଭିବ୍ୟକ୍ତ କୋରାପୁଟ , ଗଜପତି, ଗଞ୍ଜାମର, ଅନ୍ୟତମ ପୁରାତନ ସଂସ୍କୃତି । ଗାଁ ଗହଳିରେ ଏହାକୁ କେହି କେହି ଭଗବାନଙ୍କ ଅବତାର ବୋଲି ମଧ୍ୟ କୁହନ୍ତି । ଈଶ୍ବରଙ୍କ ଦୂତ ବା ବାହନ ହେଉଛି ବୃଷଭ /ଷଣ୍ଢ । ଗାଈ ପେଟରୁ ଜନ୍ମ ହେବା ବାଛୁରୀ ଦେହରେ ଚୂଳ ପରିଲିକ୍ଷିତ ହେଲେ ତାଙ୍କୁ ବଳଦ ପରି ବୋଝ ବୋହିବାରେ ନିୟୋଜିତ କରା ନ ସେମିତି ଛାଡିଦିଆଯାଏ। ପରେ ବାସୁଆ ବଳଦ ଭାବରେ ବ୍ୟବହାର କରାଯାଏ । ବାସୁଆ ତେଲୁଗୁ ସଂସ୍କୃତିରେ ଏହାକୁ ଭଗବାନଙ୍କ ଅନ୍ୟରୂପ କୃଷ୍ଣଙ୍କ ଅବତାର ବୋଲି ମଧ୍ୟ ପୂଜା କରନ୍ତି ତ ଆଉ କେହି ଈଶ୍ବରଙ୍କ ବାହନ ଭାବେ ସମ୍ମାନ ଦିଅନ୍ତି ।
ବସୁଆ ବଳଦ ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *