ବିଜେପି ସରକାର ଚାହିଁଲେ କୋଟିଆ ଓଡ଼ିଶାର ହୋଇପାରିବ : ଆମ କୋଟିଆ ସଙ୍ଗଠନ l

Spread the love

ବିଜେପି ସରକାର ଚାହିଁଲେ କୋଟିଆ ଓଡ଼ିଶାର ହୋଇପାରିବ : ଆମ କୋଟିଆ ସଙ୍ଗଠନ l

କୋରାପୁଟ:ରାଜ୍ୟରେ ବିଜେପି ସରକାର । ଓଡ଼ିଆ ଅସ୍ମିତା ର ସରକାର । ରାଜ୍ୟ ସରକାର ଚାହିଁଲେ କୋଟିଆ ସୀମା ବିବାଦ ସମାଧାନ ହୋଇପାରିବ। ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ ସଠିକ ତଥ୍ୟ ପ୍ରମାଣ ରଖି ଦୃଢତାର ସହ ଯୁକ୍ତି ରଖିବାର ଆବଶ୍ୟକତା ରହିଛି । ଏଥିରେ ସାମାନ୍ୟ ଅବହେଳା କଲେ ବୋରା ମୁଠା ଭଳି କୋଟିଆ ମଧ୍ୟ ଆନ୍ଧ୍ର କୁ ଚାଲିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମ କୋଟିଆ ସଂଗଠନ । ଆନ୍ଧ୍ରକୁ ଲାଗିରହିଥିବା ଓଡ଼ିଶାର କୋରାପୁଟ ଜିଲ୍ଲାର ସୀମାନ୍ତରେ ଥିବା କୋଟିଆ ସମେତ ଅନେକ ସୀମାନ୍ତ ଗାଁ ଗୁଡିକରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରି ବଢିବା ବିଷୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟରେ ଜଣା ପଡ଼ିଛି। ସୀମାନ୍ତ ଗାଁର ସମସ୍ୟାକୁ ନେଇ ଚିନ୍ତା ପ୍ରକଟ ବି କରିଛନ୍ତି ।ଅତୀତର ସରକାରଙ୍କ ସେହି ଅଞ୍ଚଳ ପ୍ରତି ଅବହେଳା ଓ ଲୋକଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ଉତ୍ତମ ସମ୍ପର୍କ ରଖି ପାରି ନଥିବା କାରଣ ଯୋଗୁଁ ସମସ୍ୟା ଦେଖାଦେଇଛି ବୋଲି କହିଛନ୍ତି ।

ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ବିକାଶ ମୂଳକ କାର୍ଯ୍ୟ ଆରମ୍ଭ କରାଯାଇଛି। ସୀମାନ୍ତ ଲୋକଙ୍କ ବିଶ୍ୱାସ ଭାଜନ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର ପ୍ରୟାସ ଜାରି ରଖିଛନ୍ତି ।
ବିଜେପି ସରକାର ନିଷ୍ଠାର ସହ ପଦକ୍ଷେପ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇପାରିବ ।କାରଣ ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ କୋଟିଆ ଜୟପୁର ରାଜାଙ୍କ ଅଧୀନରେ ରହିଥିଲା । ଏହି ସମସ୍ତ ରେକର୍ଡ ରହିଛି । ଆନ୍ଧ୍ର ଜୋର ଜବରଦସ୍ତି ଏହି ଅଞ୍ଚଳକୁ ଦଖଲ କରିବା ପାଇଁ କିଛି ବର୍ଷ ହେଲା ଅହରହ ଉଦ୍ୟମ ଚଳାଇଛି ।
ଏହାର ବଳିଷ୍ଠ ତଥ୍ୟ, ପ୍ରମାଣ ରଖି ଆନ୍ଧ୍ରକୁ ଦୃଢ଼ ଜବାବ ଦେବାକୁ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ପୂର୍ବତନ ବିଧାୟକ, ବୁଦ୍ଧିଜୀବୀ, ପୂର୍ବତନ ପ୍ରଶାସକ ମାନଙ୍କ ସହ ଆଲୋଚନା ଜାରି ରଖିଛୁ ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି
ରାଜସ୍ବ ମନ୍ତ୍ରୀଙ୍କ ଏଭଳି ଆଭିମୂଖ୍ୟକୁ ଆମ କୋଟିଆ ସଂଗଠନ ଓ ପୂର୍ବତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡ଼ା ସ୍ଵାଗତ କରିଛନ୍ତି ।
ଏହାସହ ସମସ୍ୟାର ଜନକ ଯିଏ ବି ହେଉନା କାହିଁକି ବର୍ତ୍ତମାନର ସରକାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପରିଡା କହିଛନ୍ତି । ସୀମା ବିବାଦର ସମାଧାନ କରାଯାଇପାରିଲେ, ସମାଧାନ କର୍ତ୍ତା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାମ ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ ବୋଲି ସେ କହିଛନ୍ତି ।
ମାନ୍ୟବର ସୁପ୍ରିମ କୋର୍ଟରେ ଆନ୍ଧ୍ର ପ୍ରଦେଶ କ’ଣ ଜବାବ ଦେଇଛି ଏବଂ ଓଡ଼ିଶାର ପ୍ରତିଜବାବ ଉପରେ ଓଡିଆଙ୍କ ନଜର ରହିଛି !
ଓଡ଼ିଶାର ସ୍ଵାର୍ଥରକ୍ଷାପାଇଁ ଆନ୍ତରୀକତା ନଥିବା

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *