ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୪୮୦ କୋଟି ଟଙ୍କାରେ ଉନ୍ନୟନ ପ୍ରକଳ୍ପ l

Spread the love

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୪୮୦ କୋଟି ଟଙ୍କାରେ ଉନ୍ନୟନ ପ୍ରକଳ୍ପ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ମୁଖ୍ୟ କ୍ୟାମ୍ପସରେ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଅଧୀନରେ ଥିବା ଏନବିସିସି (ଇଣ୍ଡିଆ) ଲିମିଟେଡକୁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲଟାନ୍ସି (ପିଏମସି) ଦାୟିତ୍ବ ପ୍ରଦାନ କରିଛି । ୪୮୦ କୋଟି ଟଙ୍କା ବ୍ୟୟଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ବିଭିନ ପ୍ରକଳ୍ପ ନିର୍ମାଣ ନିମନ୍ତେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଉପସ୍ଥିତିରେ ପିଏମସି ପାଇଁ ଆନୁଷ୍ଠାନିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ସିୟୁଓ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା , ଅର୍ଥ ଅଧିକାରୀ ଅଶୋକ କୁମାର ସାହୁ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀରାମ ପାଢୀ, ଓ ଏନବିସିସି ବରିଷ୍ଠ ମହାପ୍ରବନ୍ଧକ ଆର ଏନ ସିହ୍ନା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।

୪୮୦ କୋଟି ଟଙ୍କା ବ୍ୟୟଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ବିଭିନ ପ୍ରକଳ୍ପ ନିର୍ମାଣ ନିମନ୍ତେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଉପସ୍ଥିତିରେ ପିଏମସି ପାଇଁ ଆନୁଷ୍ଠାନିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ସିୟୁଓ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା , ଅର୍ଥ ଅଧିକାରୀ ଅଶୋକ କୁମାର ସାହୁ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀରାମ ପାଢୀ, ଓ ଏନବିସିସି ବରିଷ୍ଠ ମହାପ୍ରବନ୍ଧକ ଆର ଏନ ସିହ୍ନା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।
ଏହି ପ୍ରକଳ୍ପରେ ଏକାଡେମିକ୍ ବ୍ଲକ, ହଷ୍ଟେଲ, ସ୍ପୋର୍ଟସ କମ୍ପ୍ଲେକ୍ସ, କାଫେଟେରିଆ, ୧୨୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ, ସପିଂ କମ୍ପ୍ଲେକ୍ସ, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ତର୍ଜାତୀୟ ଗେଷ୍ଟ ହାଉସ୍ ସମେତ ଅତ୍ୟାଧୁନିକ ସୁବିଧାର ପରିକଳ୍ପନା କରାଯାଇଛି, ଯାହା ୨୦୨୭ ପାଇଁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ମନ୍ତ୍ରଣାଳୟର ଅତୁଟ ସମର୍ଥନ ଏବଂ ସିୟୁଓ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି। ସିୟୁଓର ବିକାଶଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।ବହୁ ଦିନ ଧରି ଅଟକିଥିବା ବିଶ୍ବବିଦ୍ୟାଳୟର ଏହି ବ୍ୟାପକ ବିକାଶ ପାଇଁ ଶିକ୍ଷା ମନ୍ତ୍ରଣାଳୟ ଆବଶ୍ୟକ ପାଣ୍ଠି ଆବଣ୍ଟନ କରିଛନ୍ତି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *