ପୁଷପୁନି କାର୍ଯ୍ୟକ୍ରମ କୁ ନେଇ ଏକ ଖବର ଦାତା ସମ୍ମିଳନୀ l

Spread the love

ପୁଷପୁନି କାର୍ଯ୍ୟକ୍ରମ କୁ ନେଇ ଏକ ଖବର ଦାତା ସମ୍ମିଳନୀଜୟପୁର: ଆଜି କୋରାପୁଟିଆ କଳା ଓ କଳାକାର ମଞ୍ଚ ତରଫରୁ ସମ୍ପାଦକ ଶ୍ରୀ ଧିରେନ ମୋହନ ପଟନାୟକଙ୍କ ଆବାହକତ୍ୱରେ ଆଗାମୀ ପୁଷପୁନି କାର୍ଯ୍ୟକ୍ରମ କୁ ନେଇ ଏକ ଖବର ଦାତା ସମ୍ମିଳନୀ ର ଆୟୋଜନ ହଟେଲ 180 ଡିଗ୍ରୀ କନଫରେନ୍ସ ହଲ ଠାରେ ଅନୁଷ୍ଠିତ କରାଯାଇଥିଲା l
ପ୍ରାରମ୍ଭରେ ଏଇ ବର୍ଷ ପାଇଁ ଦେଶିଆ ଭାଷାର ଏକ ପୁଷପୁନି ଗୀତର ଶୁଭମୁକ୍ତି କରାଯାଇଥିଲା l ଏଇ ଗୀତ କୁ ରଚନା କରିଛନ୍ତି ଶ୍ରୀ ଗଣେଶ ଚନ୍ଦ୍ର ବିଷୋୟୀ, ସ୍ୱର ସଂଯୋଜନା ଶ୍ରୀ ହେମନ୍ତ ମିଶ୍ର କରିଥିବା ବେଳେ, ଏଇ ଗୀତ ରେ ଶ୍ରୀ ଦାମ ହନ୍ତାଳ, ସୁମନ ଚାନ୍ଦ, ପ୍ରଜ୍ଞା ପଣ୍ଡା ଏବଂ ଅସ୍ମିତା ଷଡ଼ଙ୍ଗୀ କଣ୍ଠଦାନ କରିଛନ୍ତି l
ଆଗାମୀ ପୁଷପୁନି ବିଷୟରେ ସୂଚନା ଦେଇ ସମ୍ପାଦକ ଶ୍ରୀ ଧିରେନ ମୋହନ ପଟନାୟକ କହିଲେ ଯେ, ଦୁଇଟି କାରଣ ଯୋଗୁଁ ଆମେ ପୁଷପୁନି ଆରମ୍ଭ କରିଥିଲୁ l ପ୍ରଥମ କାରଣ ହେଲା,ଯେତେବେଳେ ସଂସ୍କୃତି ଏବଂ କଳାକାର ମାନଙ୍କ ପର୍ବ ପୁଷପୁନେଇଁ କୌଣସି କାରଣରୁ ଜନ ମାନସରୁ ଦୂରେଇଗଲା, ସେତେବେଳେ କଳା ଓ କଳକାର ଏହାକୁ ପୁନଃର୍ଜୀବନ ଦେବାକୁ ଚେଷ୍ଟା କରି ପାଞ୍ଚ ବର୍ଷ ତଳେ ଏହି ପୁଷପୁନି ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲା l ବର୍ତ୍ତମାନ ତାହା ଅନ୍ୟାନ୍ୟ ସ୍ଥାନକୁ ବ୍ୟାପୀ ଥିବାରୁ ଆମର ଏହି କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମତବ୍ୟକ୍ତ କରିଥିଲେ l
ପୁଷପୁନି ମହୋତ୍ସବ ଆରମ୍ଭ କରିବାର ଦ୍ଵିତୀୟ କାରଣ ହେଲା, ଜୟପୁର କଳାକାର ମାନେ ଲଗାତାର ପାଞ୍ଚ ବର୍ଷ କୋରାପୁଟ ରେ ହେଉଥିବା ପରବ କୁ ଗୋଟିଏ ବର୍ଷ କୋରାପୁଟ ଏବଂ ଅନ୍ୟ ବର୍ଷ ଜୟପୁର କରିବାକୁ ବହୁବାର ପ୍ରଶାସନ କୁ ବାରମ୍ବାର ନିବେଦନ କରିଥିଲେ କିନ୍ତୁ ତାହା ଗ୍ରହଣ କରାଯାଇନଥିଲା l ତେଣୁ ବାଧ୍ୟ ହୋଇ ଆମେ ପରବ ଭଳିଆ ବଡ଼ ନହେଲେ ମଧ୍ୟ ସେଇ ଭଳି ଏକ କାର୍ଯ୍ୟକ୍ରମ କରିବାରେ ଲାଗିଛୁ l
ଏଇ ବର୍ଷ, ଗତ ବର୍ଷ ଗୁଡ଼ିକ ତୁଳନାରେ ଆହୁରି ଅଧିକ ଆକର୍ଷଣୀୟ କରିବାପାଇଁ ଏଇ ବର୍ଷ ଆମ ଅଞ୍ଚଳର କଳାକାର ମାନଙ୍କୁ ସୁଯୋଗ ଦେବା ସହ କିଛି ଜଣ ଚଳଚ୍ଚିତ୍ର ପ୍ରଚ୍ଛଦପଟ କଣ୍ଠଶିଳ୍ପୀଙ୍କର କାର୍ଯ୍ୟକ୍ରମ ରଖାଯାଇଛି l
ଗତବର୍ଷ ଆମେ ୧୪୫୨ ଜଣ କଳାକାରଙ୍କୁ ମଞ୍ଚ ପ୍ରଦାନ କରିଥିଲୁ ସେଥିମଧ୍ୟରୁ ନବେ ଭାଗ ଆଦିବାସୀ ହରିଜନ ସାମ୍ପ୍ରଦାୟର କଳାକାରଙ୍କୁ ସୁଯୋଗ ଦିଆଯାଇଥିଲା l ଅବିଭକ୍ତ କୋରାପୁଟ ଜିଲ୍ଲା ର ସମସ୍ତ ପ୍ରାନ୍ତରୁ କଳାକାର ମାନେ ଆସି ସେମାନଙ୍କର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ l ଏଇବର୍ଷ ର କାର୍ଯ୍ୟକ୍ରମ ରେ ଆହୁରି ଅଧିକା ବିଭିନ୍ନ ଆଦିବାସୀ ଜନଜାତିଙ୍କ କଳା କୁ ସ୍ଥାନ ଦିଆଯିବ l ପ୍ରାୟ ୨୧ ଟି ଜୟପୁର ବାହାର ର ଦଳ ଅଂଶ ଗ୍ରହଣ କରିବାକୁ ସ୍ୱୀକୃତି ଦେଇସାରିଛନ୍ତି l
କାର୍ଯ୍ୟକ୍ରମ :
ଏହା ଜୟପୁର ସହର ମଧ୍ୟରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟ ପଡ଼ିଆ ରେ ଆସନ୍ତା ୧୩ ଜାନୁୟାରୀ ଠାରୁ ୨୦ ଜାନୁୟାରୀ ଯାଏଁ ଚାଲିବ l ସେଇଠି ଦିନସାରା ଦୋକାନ ବଜାର ତଥା ରମାସ ତରଫରୁ ପଲ୍ଲିଶ୍ରୀ ମେଳା ରେ ସକାଳ ଠାରୁ ରାତ୍ରି ଯାଏଁ ବିକ୍ରିବଟା ଜାରୀ ରହିବ l ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଫୁଡ କୋର୍ଟ ଏବଂ ମୀନାବଜାର ରାତି ୧୦ ଟା ଯାଏଁ ଚାଲିବ l
ପ୍ରଥମ ଦିନ ୧୩ ଜାନୁୟାରୀ ରେ ଅପରାହ୍ନ ୩ ଟା ରୁ ବିଭିନ୍ନ ବେଶରେ ସଜେଇ ହେଇ କଳାକାର ତଥା ଜନସାଧାରଣ ବାହାରି ମେଇଁନ ରୋଡ଼, ରାଜନହର, ଲାଲ ସାହି, ଏନ କେ ଟି ରୋଡ଼ ଦେଇ ପୁଷପୁନି ମଞ୍ଚରେ ପହଂଚିବେ l ଯେଉଁମାନେ ଉତ୍କୃଷ୍ଠ ବେଶ ଭାବରେ ପରିଗଣିତ ହେବେ, ସେମାନେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ l ଶେଷରେ ବିଭିନ୍ନ ଦଳ ର ନୃତ୍ୟ ପ୍ରଦର୍ଶନ ହେବ l
ଦ୍ଵିତୀୟ ଦିବସ ୧୪ ଜାନୁୟାରୀ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ସହିତ ଅନ୍ୟାନ୍ୟ ନୃତ୍ୟ ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଏବଂ ସେଦିନ ଆମ ତେଲୁଗୁ ସାମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲ ଥିବାରୁ, ସେଠାରେ ଏକ ତେଲୁଗୁ ଗୀତ ର କାର୍ଯ୍ୟକ୍ରମ
କରାଯିବ l
ତୃତୀୟ ଦିବସ ୧୫ ଜାନୁୟାରୀ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ, ଗୀତ ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସୁନାମଧନ୍ୟା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ଶ୍ରୀନିବାସ ପଟନାୟକଙ୍କ ସହ କଲିକତା ରୁ ଆସିଥିବା ନୃତ୍ୟଦଳ ଙ୍କ ନୃତ୍ୟ ଏବଂ ସଂଗୀତ ରେ ଶେଷ ହେବ l
ଛତୁର୍ଥ ଦିବସ ୧୬ ଜାନୁୟାରୀ ରେ ସେଭଳି ଆଦିବାସୀ ତଥା ଅନ୍ୟ ଆଧୁନିକ ନୃତ୍ୟ ସହିତ ଜୟପୁର ବିଭିନ୍ନ ନାଟ୍ୟଦଳ ମାନଙ୍କ ଦ୍ୱାରା ତିନୋଟି ତିରିଶ ମିନିଟ ଅବଧିର ନାଟକ ମଞ୍ଚସ୍ଥ ହେବ l ତା ପରେ ପରେ ତାରା ତାରିଣୀ ନାଇଟ କୁଇନ ମେଲୋଡି ଦ୍ୱାରା କୋରାପୁଟିଆ ଦେଶିଆ ଗୀତ ପରିବେଷଣ କରାଯିବ l
ପଞ୍ଚମ ସନ୍ଧ୍ୟା ୧୭ ତାରିଖ ରେ ଆଦିବାସୀ ନୃତ୍ୟ ଗୀତ ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ l ୧୪ ବର୍ଷ ରୁ କମ୍ ବୟସ ର ବାଳକ ବାଳିକା ଙ୍କ ମଧ୍ୟରେ ପୌରାଣିକ ଚରିତ୍ର ବେଶ ପ୍ରତିଯୋଗୀତା ଅନୁଷ୍ଠିତ ହେବ l ୟା’ ପରେ ଓଡ଼ିଆ ଚଳଚ୍ଚିତ୍ର ର ନାୟିକା, ପ୍ରଚ୍ଛଦପଟ ଗାୟିକା ସୁଶ୍ରୀ ଅନୁରାଧା ପାଣିଗ୍ରାହୀ ଯୋଗ ଦେଇ ନିଜର ସଂଗୀତ ପରିବେଷଣ କରିବେ ତାଙ୍କ ସହ ନବରଙ୍ଗପୁର ର ସାରେଗାମା କ୍ରିଏସନ ଏବଂ ଜୟପୁର କିଛି କଳାକାର ସଂଗୀତ ପରିବେଷଣ କରିବେ l
୧୮ ଜାନୁୟାରୀ ଷଷ୍ଠ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ଗୀତ ପରେ ପରେ ଛୋଟ ପିଲାଙ୍କ ମଧ୍ୟରେ ବିଭିନ୍ନ ଆଦିବାସୀ ଜନଜାତି ପୋଷକ ପରିଧାନ ର ପ୍ରତିଯୋଗୀତା ରହିବ l ତାପରେ ବିଖ୍ୟାତ କଣ୍ଠଶିଳ୍ପୀ ସୁଶ୍ରୀ ବର୍ଣ୍ଣାଳୀ ହୋତା ସହ ଡି-ମଜାଇକ ବ୍ୟାଣ୍ଡ ସଂଗୀତ ପରିବେଷଣ କରିବେ l
ସପ୍ତମ ଦିବସ ୧୯ ଜାନୁୟାରୀ ସନ୍ଧ୍ୟାରେ ପ୍ରଥମ ଥର ପାଇଁ ଏଇ ମଞ୍ଚରୁ ବିଶିଷ୍ଠ କବି ମାନଙ୍କ ଦ୍ୱାରା କବିତା ପାଠ ହେବ l ତାପରେ ଆଦିବାସୀ ନୃତ୍ୟ ଗୀତ ରହିବ ଏବଂ ତାପରେ ହିନ୍ଦୀ ତଥା ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ଗୀତ ଗାଇଥିବା ପାମେଲା ଜୈନ ଙ୍କର ସଂଗୀତ କାର୍ଯ୍ୟକ୍ରମ ରହିବ l
ଅନ୍ତିମ ଦିବସ ୨୦ ଜାନୁୟାରୀ ସନ୍ଧ୍ୟାରେ ଉଦଯାପନୀ କାର୍ଯ୍ୟକ୍ରମ ରହିବ ଏବଂ ଏଥିସହ ପୁରସ୍କାର ବିତରଣ, ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯିବା ସହ ଆଦିବାସୀ ନୃତ୍ୟ ଏବଂ ସ୍ୱର ଘୁଙ୍ଗୁର କଳାକାର ମାନଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ ରହିବ l
୧୫, ୧୬ ଏବଂ ୧୭ ତାରିଖ ରେ ସେଇ ପଡ଼ିଆ ମଧ୍ୟରେ ଏକ ଛୋଟିଆ ସିନେମା ଗୃହ ରେ ଫିଲ୍ମ ଫେସ୍ଟିଭାଲ ତଥା ପ୍ରତିଯୋଗୀତା ଅନୁଷ୍ଠିତ ହେବ l ଏଇ ପ୍ରତିଯୋଗୀତା ରେ ପ୍ରଥମ ହୋଇଥିବା ଚଳଚ୍ଚିତ୍ର କୁ ଉପଦଯାପନୀ ସନ୍ଧ୍ୟା ରେ ପ୍ରଦର୍ଶିତ କରାଯିବ l
ଏହି ପ୍ରେସମିଟ ରେ ସଭାପତି ଶ୍ରୀ ମନୋଜ ପାତ୍ର , ଉପସଭାପତି ରାମନାଥ ତ୍ରିପାଠୀ, ପ୍ରତିଷ୍ଠିତ କଳାକାର ଶ୍ରୀ କମଳା କାନ୍ତ ରଥ ଏବଂ ଶ୍ରୀ ଗୁପ୍ତ ପାଣିଗ୍ରାହୀ ମଂଚାସୀନ ରହି ପୁଷପୁନି କାର୍ଯ୍ୟକ୍ରମ ବିଷୟରେ ମତ ଦେଇ l ସମସ୍ତେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏହି ମୋହତ୍ସବ ରେ ଯୋଗଦେଇ ଏହାକୁ ଆହୁରି ଉଚ୍ଚ କୁ ନେବାକୁ ଅନୁରୋଧ କରିଥିଲେ l
ପୁଷପୁନି ମଞ୍ଚକୁ ଜୟପୁର ର ଚିତ୍ରଶିଳ୍ପୀ ପଦ୍ମନ ଚୌଧୁରୀ ସଜଉଥିବା ବେଳେ, ଆଲୋକ ଏବଂ ଶବ୍ଦ ର ଦାୟିତ୍ୱ ସନ୍ତୁ ସାଉଣ୍ଡ ନେଇଛନ୍ତି ଏବଂ ମଞ୍ଚ ଦାୟିତ୍ୱ କୃଷ୍ଣ ଙ୍କୁ ଦିଆଯାଇଛି l
ଯିଏ କେହି ଭଡାରେ ଷ୍ଟଲ୍ ନେବାକୁ ଚାହିଁଲେ କିମ୍ବା ପ୍ରତିଯୋଗୀତା ଗୁଡିକରେ ଭାଗ ନେବାକୁ ଚାହିଁଲେ 70081 29668 ଫୋନ ନଂ କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ l

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *