ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ରନବରଙ୍ଗପୁର, ନବରଙ୍ଗପୁର ଓକିଲ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଜମି ଯୋଗେଇ ଦେବା ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସଂଘର ସଂପାଦକ ତପନ ସିଂଙ୍କ ନେତୃତ୍ବରେ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ କୋର୍ଟରେ ୨୧୭ ଜଣ ଆଇନଜୀବୀ ରହିଥିବା ବେଳେ କୋର୍ଟ ପରିସରରେ ସେମାନଙ୍କ ଦୈନନ୍ଦିନ ପରିଚାଳନା ପ୍ରସ୍ତୁତି କାର୍ଯ୍ୟ ପାଇଁ ସ୍ଥାନ ଅଭାବ ରହିଛି । ତେଣୁ କୋର୍ଟ ସମ୍ମୁଖରେ ଥିବା ସରକାରୀ ଖାଲି ସ୍ଥଳ ମଧ୍ୟରୁ ୧ ଏକର ଜମି ଯୋଗେଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ସଂଘର ନିର୍ବାଚନ ଅଧିକାରୀ ସି.ଏଚ ବାବା ଯୁଗନ୍ଦର, ମାନସ ତ୍ରିପାଠୀ, ପ୍ରଶାନ୍ତ ପଟ୍ଟନାୟକ, ମୁନା ମାଝୀ, ଗଜେନ୍ଦ୍ର ଦାଶ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ ।
Leave a Reply