ଦଦରା ଡଙ୍ଗାରେ ଜୀବନ ଯାତ୍ରା l

Spread the love

ଦଦରା ଡଙ୍ଗାରେ ଜୀବନ ଯାତ୍ରାକୋରାପୁଟ: କୋରାପୁଟ ଜିଲ୍ଲାରେ ଏକାଧିକ ଜଳ ଭଣ୍ଡାର ସହ ନଦୀ ରହିଛି। କିଛି ଗାଁ ଜଳଭଣ୍ଡାର ଭିତରେ ରହିଯାଇଥିଲାବେଳେ ଆଉ କିଛି ଗାଁକୁ ନଦୀ ପାର ହୋଇ ଯିବାକୁ ପଡେ। ଏଥିପାଇଁ ଜିଲ୍ଲାରେ ୮୨ଟି ଡଙ୍ଗା ଘାଟ ରହିଛି। ଏହି ଘାଟରେ ୮୩ଟି ଡଙ୍ଗା ଚାଲିଛି। ସରକାରୀ ଅନୁମୋଦନରେ ଏହି ଡଙ୍ଗା ଚାଲିଥିଲାବେଳେ ଏଥିରୁ ଅଧାରୁ ଅଧିକ ଡଙ୍ଗାର ପଂଜୀକରଣ ନାହିଁ। ସେହିପରି ଡଙ୍ଗା‌ଗୁଡିକୁ ବୀମାଭୁକ୍ତ ମଧ୍ୟ କରାଯାଇନି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସବୁ ଡଙ୍ଗା ମଧ୍ୟରୁ ୭୭ ଟି ହେଉଛି ସରକାରଙ୍କର। ସରକାରୀ ଡଙ୍ଗା ହୋଇ ମଧ୍ୟ ବିନା ପଂଜୀକରଣ ଓ ବୀମାରେ ଚାଲିବା ଘଟଣା ଏହାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି।

କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାର ସମେତ, ମୁରାନ ଓ ଜଲାପୁଟ ଜଳଭଣ୍ଡାର ପାର ହୋଇ ନିଜ ଗାଁକୁ ଯିବାକୁ ଲୋକମାନଙ୍କର ଏକମାତ୍ର ମାଧ୍ୟମ ଡଙ୍ଗା । ନିତି ସେମାନେ ବିପଦଜନକ ଭାବେ ଜଳଭଣ୍ଡାର ପାର ହେଉଥିଲାବେଳେ ନିଜ ଚାଷ ଜମିକୁ ଯିବା ପାଇଁ ଘରୋଇ (ହୁଲି)ଡଙ୍ଗା ଉପରେ ନିର୍ଭର କରିଥାନ୍ତି। ମାଛ ଧରିବା ପାଇଁ ମଧ୍ୟ ହୁଲି ଡଙ୍ଗାର ବ୍ୟବହାର କରିଥାନ୍ତି ଲୋକେ। ଏବେ ପର୍ଯ୍ୟଟନ ଓ ବଣଭୋଜିର ସମୟ ଚାଲିଥିବାବେଳେ ଏହି ଦେଶୀ ଡଙ୍ଗାର ବ୍ୟବହାର ବଢିଯାଇଛି।

ବିଭିନ୍ନ ଜଳଭଣ୍ଡାରକୁ ବଣଭୋଜିରେ ଯାଉଥିବା ପର୍ଯ୍ୟଟକମାନେ ଏହି ଦେଶୀ ଡଙ୍ଗାରେ ବୁଲିବାକୁ ଯାଉଛନ୍ତି। ଏପରିକି ମାଛଧରା ଡଙ୍ଗାରେ ମଧ୍ୟ ପର୍ଯ୍ୟଟକ ଗଭୀର ଜଳ ଭିତରକୁ ଯାଉଛନ୍ତି। ଏହା ଦେଖିବାକୁ କେହି ନାହାନ୍ତି। ଡଙ୍ଗାରେ ଗାଇଗୋରୁ ପରି ଲଦା ‌ହୋଇ ଯାଉଛନ୍ତି ଲୋକେ। ସେହି ଡଙ୍ଗାରେ ଲୋକଙ୍କ ସହ ବାଇକ, ସାଇକେଲ, ଗାଇଗୋରୁ ବି ଯାଉଛନ୍ତି। କିନ୍ତୁ ଅଧାରୁ ଅଧିକ ଡଙ୍ଗାର ପଂଜୀକରଣ ନାହିଁ। ବୀମା ବି କେବେଠୁ ସରିଗଲାଣି। ନିତି ଏମିତି ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ହଜାର ହଜାର ଲୋକେ। କିନ୍ତୁ ଏହାର ଯାଂଚ କରି ପଦକ୍ଷେପ ନେବା ଦିଗରେ ପ୍ରଶାସନ ଯେଭଳି ପଦକ୍ଷେପ ନେବା କଥା ନେଉନି। ଏପରିକି ସ୍ବତନ୍ତ୍ର ବୋଟ ଥରେ ଘାଟ ଗୁଡିକୁ ଦେବା ପ‌ରେ ଏଗୁଡିକର ପରିଚାଳନା ଠିକ ଭାବେ ହେଉଛି ନା ନାହିଁ ତାହାର ବି ଯାଂଚ ହେଉନି। ତେଣୁ ରାଜ୍ୟରେ ବିଭିନ୍ନ ସମୟରେ ହେଉଥିବା ଡଙ୍ଗାବୁଢ଼ି ଭଳି ଘଟଣା କୋରାପୁଟରେ ହେବାର ଆଶଙ୍କା ବଢି ଯାଇଛି।

ଜିଲ୍ଲା ଜରୁରୀ ବିଭାଗ ଅନୁଯାୟୀ ଜିଲ୍ଲାରେ ଚାଲୁଥିବା ଡଙ୍ଗାଗୁଡିକର ଖୁବ୍‌ଶୀଘ୍ର ଫିଟନେସ ଯାଂଚ କରାଯିବ। ଏହା ସହ ସମସ୍ତ ଡଙ୍ଗାଗୁଡିକ ବୀମାଭୂକ୍ତ କରାଯାଇ ପଂକୀକୃତ କରାଯିବ। ଡଙ୍ଗା ଦୁର୍ଘଟଣା ରୋକିବା ଓ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟ କରାଯିବା ନେଇ ସଚେତନତା ସୃଷ୍ଟି କରିବ ପ୍ରଶାସନ।
ଅପରପକ୍ଷରେ ପ୍ରଶାସନର ଖାମଖିଲଆଲି ଓ ଢିଲା ମନୋଭାବ କାରଣରୁ ନାଉରିଆମାନେ ଡଙ୍ଗା ପଂଜୀକୃତ କରୁ ନ ଥିବା ଅଭିଯୋଗ ହୋଇଛି। ଘାଟରେ ଡଙ୍ଗା ଦେଇ ପ୍ରଶାସନ ଚୁପଚାପ ବସିଥିଲାବେଳେ ନିୟମିତ ଭାବେ ଏହାର ଯାଂଚ ହେଉନି। ଫିଟନେସ କିମ୍ବା ପଂକୀକରଣ କରିବାକୁ ବାଧ୍ୟତାମୂଳକ କରାଯାଉନି। ଫଳରେ ଡଙ୍ଗା ଚାଳକମାନେ ସେମାନଙ୍କ ମର୍ଜିରେ ଡଙ୍ଗା ନେଇ ବିପଦ ସଂକୁଳ ସ୍ଥିତିରେ ଚଳାଉଛନ୍ତି। ତେଣେ ଲୋକେ ବୁଡିଲେ କି ଭାସିଲେ କାହାର କିଛି ଯାଏ ଆସେ ନାହିଁ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *