କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା l

Spread the love

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା

କୋଟପାଡ଼: ବହୁ ବର୍ଷ ପରେ କୋଟପାଡ଼ ମାଟିରେ ଏକ ବଡ଼ ମଞ୍ଚରେ ଆଜି ସହରର ସମସ୍ତ କଳାକାର ଏକତ୍ରିତ ହୋଇଥିଲେ । ସମସ୍ତ କଳାକାର ଏବଂ ମଞ୍ଚ ରେ ନିଜ ପ୍ରତିଭା ଦେଖେଇବା ପାଇଁ ଛୋଟରୁ ବଡ଼ କଳାକାର ନିଜର ପାରଦର୍ଶିତା ଦେଖେଇଲେ I ପ୍ରଥମେ ସମସ୍ତ କଳାକାର ମା ଶୀତଳା ଠାକୁରାଣୀ ଙ୍କ ପ୍ରାଙ୍ଗଣରୁ ବାହାରି ସହର ପରିକ୍ରମା କରିଥିଲେ ଏବଂ ପରେ ଶହ ଶହ ଦର୍ଶକ ଙ୍କ ନିକଟରେ ପହଂଚି ନିଜ କଳା ଦେଖେଇ ଥୂଲେ । କଟାପା ଅସୁର ବେଶ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।ଏହି ସୁପ୍ତ ହୋଇ ରହିଥ‌ିବା ପ୍ରତିଭା କୁ ଉଜ୍ଜୀବିତ କରିବାର ମୁଖ୍ୟ ବିନ୍ଧାଣି ସାଜିଥିଲେ ଏହି ପୁଷପୁନି କମିଟି ର ସଭାପତି ସମାଜସେବୀ ଗଣେଶ ଚନ୍ଦ୍ର ପଣ୍ଡା । ଏହି ସଫଳତା କୁ କୋଟପାଡ଼ ବାସୀ ଭୁୟସି ପ୍ରଶଂସା କରିଛନ୍ତି ଏବଂ ଏହି ଅନୁଷ୍ଠାନ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କୁ ଆଗକୁ ନେବା ପାଇଁ ଶପଥ ନେଇଛନ୍ତି । ସମ୍ପାଦକ ହେମନୁ ପାତ୍ର, ସିନେ କଳାକାର ବରିଷ୍ଟ ଅଭିନେତା ପ୍ରକାଶ ଚନ୍ଦ୍ର ମହାନ୍ତି, ସରୋଜ ପଟନାୟକ, ବାପି ପଟନାୟକ, ବାବୁଲି ନାୟକ, ଧର୍ମେନ୍ଦ୍ର ଭଟ୍ଟ, ସୁଶାନ୍ତ ପ୍ରଧାନ, ସନ୍ତୋଷ ପଣ୍ଡା, ବୁଲୁ ବକସି, ବୈଦ୍ୟ ବାବୁ, ପଦ୍ମନ ପ୍ରଧାନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ I ସମାଜସେବୀ ଆରିଫ ପଟେଲ ମଞ୍ଚ ଏବଂ ସମସ୍ତ ଅନୁସଙ୍ଗିକ କାର୍ଯ୍ୟ ର ମୁଖ୍ୟ ପୁରୋଧା ସାଜିଥିଲେ Iନାଟ୍ୟ ପରିବେଷଣ ପରେ ବରିଷ୍ଠ ଅଧୂବକ୍ତା ମଣି ପ୍ରସାଦ ପଟ୍ଟନାୟକ କଳାକାର ମାନଙ୍କୁ ପୁରସ୍କାର ଦେବା ର ଶୁଭାରମ୍ଭ କରିଥିଲେ |ବିଶେଷକରି ବାହାରଗଡ଼ ସାହି ର ପ୍ରଥମ ନାଟକ ସମସ୍ତଙ୍କ ମନ ମୋହିଥୁଲା, ତା ପରେ ସୁନ୍ଦର ଆଦିବାସୀ ଗୀତ ନାଚ ରେ ରଥ ଦାଣ୍ଡ ଦର୍ଶକ ଙ୍କୁ ବାନ୍ଧି ରଖୁଥୁଲା I ସୁଧୀର ମହାନ୍ତି ମଧ୍ଯ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *