ପ୍ରଥମଥର ପାଇଁ ନବରଙ୍ଗପୁର ରେ ପୁଷ ପୁନେଇ ପରବ ପାଳନ।

Spread the love

ପ୍ରଥମଥର ପାଇଁ ନବରଙ୍ଗପୁର ରେ ପୁଷ ପୁନେଇ ପରବ ପାଳନ।

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ମହା ସମାରୋହରେ ପୁଷ ପୁନେଇ ପରବ ପାଳନ ହୋଇଯାଇଛି l ପ୍ରାଚୀନ ଇତିହାସ ରେ ପୁଷ ପୁନେଇ ପରବରେ ସମଗ୍ର ଉତ୍କଳ ରେ ଖ୍ୟାତି ଅର୍ଜନ କରିଥିଲା l ଏହି ପ୍ରାଚୀନ ଅଞ୍ଚଳ କନ୍ଧ, ପରଜା, ସଉରା, ଭତରା ପ୍ରଭୃତି ଜନ ଜାତି କୁ ନେଇ ପୁଷ ପୁନେଇ ଆରମ୍ଭ ହୋଇଥିଲା l ପରବର୍ତ୍ତୀ ସମୟରେ ସାଧାରଣ ବର୍ଗଙ୍କ ସାମାଜିକ ଜୀବନରେ ଏହାର ପ୍ରଭାବ ଓ ପରମ୍ପରା ଜାଗୃତି ହୋଇଥିଲା l ଚଳିତବର୍ଷ “ପୁଷ୍ ପୁନେଇ-୨୦୨୫” ନବରଙ୍ଗପୁର ଠାରେ ପ୍ରଥମଥର ପାଇଁ ଆୟୋଜିତ କରାଯାଉଛି। ପୁଷ ପୁନେଇର ଶୁଭାରମ୍ଭ ସ୍ଥାନୀୟ ନୂଆଁବନ୍ଧ ସାହି ନାରଙ୍ଗୀ ପରଜାଙ୍କ ଆଦିପୀଠ ଆଦିବାସୀ ପରଜା ସଂସ୍କ୍ରୁତିର ମୂଖ୍ୟସ୍ଥଳ ମା’ କଳା ଧାରିଣୀ ଠାରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ମନ୍ଦିର ଠାରୁ ଆଜ୍ଞାମାଳ ଗ୍ରହଣ କରିବା ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘୋରଣୀଙ୍କ ଆଶୀର୍ବାଦ ନେଇ ପାରମ୍ପାରିକ ଗୀତନାଚ,ବାଜା ସହିତ ଛେରଛେରା ବିଶାଲ ଶୋଭାଯାତ୍ରା ସ୍ଥାନୀୟ ପୋଲିସ ପଡିଆ ପର୍ଯ୍ୟନ୍ତ ପହଞ୍ଚିଥିଲେ। ପୁଷ ପୁନେଇ ଆବାହକ ମୁନା ତ୍ରିପାଠୀ, ନରସିଂହ ତ୍ରିପାଠୀଙ୍କ ପୌରାହିତ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପୋଲିସ ପଡିଆ ଠାରେ ୧୩,୧୪ ଓ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି କାର୍ଯ୍ୟକ୍ରମ ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ଙ୍କ ଦ୍ଵାରା ଅଶୋକ ପାତ୍ର ଙ୍କ ଦ୍ଵାରା ପ୍ରସ୍ତୁତ ‘ଆମୋର ପୁଷ ପୁନି’ କ୍ୟାସେଟ ଉନ୍ମୋଚିତ ହୋଇଯାଇଛି l ପ୍ରଥମ ଦିନର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ,ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ,ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ପୌରାଧ୍ୟକ୍ଷ କୁନୁ ନାୟକ,କୌଶଲ୍ୟା ପ୍ରଧାନୀ,ହାରାବତୀ ଗଣ୍ଡ,କାଦମ୍ବିନୀ ତ୍ରିପାଠୀ, ଗୁପ୍ତ ନାରାୟଣ ଷଡଙ୍ଗୀ, ଅର୍ଜୁନ ଭତରା ,, ଡଃ ବିଜୟ ମିଶ୍ର, ମନୋରମା ମାଝୀ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ରତନ ମାଝୀ, ପୌରାଞ୍ଚଳ କାଉନସିଲର, ବୁଦ୍ଧିଜୀବୀ,ବିଭିନ୍ନ ସମାଜର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତିର କଳା ପ୍ରଦର୍ଶନ ରେ ଜନସାଧାରଣ ଭରପୁର ଆନନ୍ଦ ଲାଭକରିଥିଲେl।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *