୭୬ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ l

Spread the love

୭୬ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକଜୟପୁର:୧୫.୦୧.୨୦୨୫– ୭୬ତମ ସାଧରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ, ଜୟପୁରଙ୍କ ଅଧ୍ୟକ୍ଷତାରେ ଜୟପୁର ପୌରପରିଷଦର ପାରିଷାଦିକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଆଡମ୍ବରରେ ଜୟପୁର ଦଶହରା ପଡ଼ିଆରେ ପୂର୍ବାହ୍ନ ୦୮.୩୦ ମିନିଟ ସମୟରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମୋହଦୟା ପତାକା ଉତ୍ତୋଳନ କରିବେ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗରର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହେବ । ଏଥି ସହ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ, ଜୟପୁରଙ୍କୁ ଅନୁରୋଧ କରାଗଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟୁଷ ୫.୦୦ ଘ. ଠାରୁ ୬ ଘଟିକା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପରିବେଷଣ କରାଯିବ । ସକାଳ ୭.୦୦ଘ. ଠାରୁ ୭.୩୦ ସମୟ ମଧ୍ୟରେ ସମସ୍ତ ସରକରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ୫୪ ଗୋଟି ଟୃପ ଭାଗ ନେବେ । ଘୋଷ ବାଦ୍ୟ ନିମନ୍ତେ ପ୍ରଧାନ ଆଚାର୍ଯ୍ୟ ସରସ୍ଵତି ଶିଶୁ ମନ୍ଦିର, ସାରଦା ବିହାର ଓ ସରସ୍ଵତୀ ମନ୍ଦିର ଅରବିନ୍ଦ ନଗରର ଘୋଷବାଦ୍ୟ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଗଲା। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜୟପୁର, ଭାରପ୍ରାପ୍ତ ପୋଲିସ ଅଧିକାରୀ, ସଦର ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ଟାଉନ ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ମହିଳା ପୁଲିସ ଅଧିକାରୀଙ୍କୁ ଆଇନ ଶୃଙ୍ଖଳ ରକ୍ଷାର ଦାୟିତ୍ଵ ଦିଆଗଲା । ସମସ୍ତ ଟୃପ, ଉତ୍କଳ ବାଲାଶ୍ରମ ନିବାସର ଅନ୍ତେବାସୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶର୍ଯ୍ୟ।ଶାୟୀ ରୋଗୀ ଓ ଉପକଖଣ୍ଡ କାରାଗାର ଜୟପୁରର କଏଦୀ ମନଙ୍କୁ ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି , ଜୟପୁର, ସଭାପତି ରୋଟାରୀ କ୍ଲବ ଓ ଲାଏନ୍ସ କ୍ଲବ ଓ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀଙ୍କ ପ୍ରଦତ୍ତରେ ମିଷ୍ଠ।ନ ଓ ଫଳ ବଣ୍ଟନ କରାଯିବ । ଚଳିତ ବର୍ଷ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା , ଓଡିଆ ବକ୍ତୃତା ପ୍ରତିଯୋଗିତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଚିତ୍ର କଳା ପ୍ରତିଯୋଗିତା, ଭେଷ ଚନ୍ଦ୍ରିକା ପ୍ରତିଯୋଗିତା ଓ ଶାରୀରିକ କ୍ରୀଡ଼ା କୌଶଳ ପ୍ରତିଯୋଗିତା ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସମସ୍ତ ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଲୟ, ଜୟପୁର ଠାରେ ଆୟୋଜିତ ହେବ କେବଳ ଚିତ୍ର କଳା ପ୍ରତିଯୋଗିତା ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କଳା ମହା ବିଦ୍ୟାଲୟ, ଜୟପୁର ଠାରେ ହେବ। । ଏଥିରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ତା. ୨୬.୦୧.୨୦୨୬ ରିଖ ଦିନ ମୁଖ୍ୟ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ । ପ୍ରାଥମିକ ଚିକିତ୍ସା ନିମନ୍ତେ ଅଧିକ୍ଷକ ଜିଲ୍ଲା ଚିକିତ୍ସାଳୟ, କୋରାପୁଟ ଜୟପୁରଙ୍କୁ ୨୨.୦୧.୨୦୨୫ ଠାରୁ ୨୪.୦୧.୨୦୨୫ ପ୍ୟାରେଡ ଅଭ୍ୟାସ ଦିନ ଓ ୨୬.୦୧.୨୦୨୫ ରିଖ ଦିନ ମୁଖ୍ୟ କାର୍ଯ୍ୟକ୍ରମ ଦିନ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ମୁଖ୍ୟ କାର୍ଯ୍ୟକ୍ରମ ଦିନ ପ୍ରାଥମିକ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଟେଣ୍ଟ କରାଯିବ । ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପୀ.ଏଚ୍.ଡ଼ି, ଜୟପୁର, ମଞ୍ଚ ସାଜସଜା ନିମନ୍ତେ ସହକାରୀ ନିର୍ଦ୍ଧେଶକ, ଉଦ୍ୟାନ ବିଭାଗ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌର ପାଳିକାଙ୍କୁ ଅନୁରୋଧ କରାଗଲା, ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି ଓ ସାମ୍ବାଦିକ ମାନଙ୍କ ବସିବା ବ୍ୟବସ୍ଥା ଓ ଷ୍ଟାଡିୟମରେ ଟୃପ ବେରିକେଡ଼ିଂ କରିବା ଦାୟିତ୍ଵ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ(ରାସ୍ତା ଓ ଗୃହ ନିର୍ମାଣ )ଙ୍କୁ ଦିଆଗଲା ।
ଏହି ବୈଠକରେ ମାନଙ୍କ ମଧ୍ୟରେ ଟାଉନ ଥାନା ଜୟପୁର, ଶ୍ରୀ ରମଣୀ ରଞ୍ଜନ ଦଳେଇ, ଭାରପ୍ରାପ୍ତ ପୋଲିସ ଅଧିକାରୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ ନାୟକ, ଜୟପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ପାନୀୟ ଜଳ ଯୋଗାଣ,ସହକାରୀ ଅଗ୍ନିଶମ ଅଧିକାରୀ ଜୟପୁର ଶ୍ରୀ ସୁରେଶ କୁମାର ବାରିକ, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠବାଡ଼ି, NCC ଅଧିକାରୀ ଡ. ଲକ୍ଷ୍ମଣ ପାତ୍ର, ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ଦାସ, ଶିଶୁ ମନ୍ଦିର ଅରବିନ୍ଦ ନଗର, ଶ୍ରୀ ନିରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ସଂଗଠନ କମିଶନ ସ୍କାଉଟ, କିରାଣୀ-ତଥା-ଗ୍ରନ୍ଥାକାରକ, ଶ୍ରୀ ସନ୍ତୋଷ କୁମାର ସାହୁ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ କଲେଜର ଅଧ୍ୟକ୍ଷ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଥିଲେ ।
ଏହି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ । ଶେଷରେ କିରାଣୀ-ତଥା-ଗ୍ରନ୍ଥାକାରକ, ଶ୍ରୀ ସନ୍ତୋଷ କୁମାର ସାହୁ ଜୟପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *