ଜିଲ୍ଲାସ୍ତରୀୟ ଜୁନିୟର ରେଡ୍ କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ l

Spread the love

ଜିଲ୍ଲାସ୍ତରୀୟ ଜୁନିୟର ରେଡ୍ କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ ଠାରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ଯୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସର ଉପାଧ୍ୟକ୍ଷ ଶ୍ରୀମାନ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା,
ସମ୍ମାନିତ ଅତିଥି ଭାବରେ କୋଟପାଡ ଏନ ଏ ସି ଚେୟାରମେନ ଶ୍ରୀଯୁକ୍ତ ଶଙ୍କର ରାଓ,କୋଟପାଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସ୍ଵପ୍ନେଶ୍ୱର ରାଓ,କୋରାପୁଟ ଜିଲ୍ଲା କୋଡିନେଟର ଶ୍ରୀଯୁକ୍ତ ଚନ୍ଦ୍ରକଳା ବଗର୍ତ୍ତୀ,ପ୍ରଧାନ ଶିକ୍ଷୟିତ୍ରୀ ଘୁମୁର ଶ୍ରୀମତୀ v. ମିନାକ୍ଷୀ, ପ୍ରଧାନ ଶିକ୍ଷକ ୟୁ ଜି ଏଚ ଏସ୍ D. ହାଣ୍ଡି ଶ୍ରୀଯୁକ୍ତ ଶଙ୍କର କୈବର୍ତ୍ତ, କୋରାପୁଟ ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ହରେ କ୍ରିଷ୍ଣା ମହାରଣା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ରେଡ କ୍ରସର ଉତ୍ପତ୍ତି, ଜୁନିୟର ରେଡ କ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ରେଡ କ୍ରସର ବିଭିନ୍ନ ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପତକା ଉତ୍ତୋଳନ କରାଯାଇଥିଲା। ତତ୍ପରେ ଜୁନିୟର ମାନଙ୍କଦ୍ୱାରା ଉଦ୍‌ବୋଧନୀ ସଂଗୀତ , ପ୍ରତିଜ୍ଞା, ସ୍ଳୋଗାନ କରାଯାଇଥିଲା। ସ୍ଵାଗତ ସଙ୍ଗୀତ ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଶ୍ରୀଯୁକ୍ତ ହରେକୃଷ୍ଣ ମହାରଣା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ପୁର୍ଣିମା ପତି
। ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭୀମ ବେହେରା ଶିବିର ବିବରଣୀ ପ୍ରଦାନ କରିଥିଲେ। ଶେଷରେ ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଥାଉକି ଏହି ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସର୍ବମୋଟ ୭୪୦
ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *