ବାଧକ ସାଜିଛି ଜବରଦଖଲ,ଉପୁଜୁଛି ଟ୍ରାଫିକ ସମସ୍ୟା l

Spread the love

ବାଧକ ସାଜିଛି ଜବରଦଖଲ,ଉପୁଜୁଛି ଟ୍ରାଫିକ ସମସ୍ୟା


ବୋରିଗୁମ୍ମା: ବୋରିଗୁମ୍ମା ପି ଡବ୍ଲ୍ୟୁ ଡ଼ି ହାଟପଦା ରାସ୍ତା ରେ ପ୍ରତିଦିନ ଲୋକେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏମିତିକି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡି ବି ଟ୍ରାଫିକରେ ଫସି ରହେ। ୩୦୦ ମିଟର ପାର ହେବାକୁ ଲାଗେ ୧୫ ମିନିଟ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ବି ସତ ଏହା କୌଣସି ସିଟି କିମ୍ବା ବଡ଼ ସହର ନୁହେଁ ତଥାପି ଏ ଦୃଶ୍ୟ ହେଉଛି ବୋରିଗୁମ୍ମା ସହର ର ଜନ ଗହଳି ପୂର୍ଣ୍ଣ ହାଟପଦା ରାସ୍ତା। ଏହି ରାସ୍ତାରେ ପୂର୍ବରୁ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ଏଭଳିକି ବସ ଟ୍ରକ ବି ଆରାମ ରେ ଯିବା ଆସିବା କରୁଥିଲା।ମାତ୍ର ଗଲା କେଇ ବର୍ଷ ହେବ ଦୁଇ ଚକିଆ ବି ଯିବା ଆସିବା କାଠିକର ପାଠ ହୋଇ ଯାଉଛି।ଟିକିଏ ଅସାବଧାନତା ହେଲେ ଦୁର୍ଘଟଣା ର ଆଶଙ୍କା।ଏହି ରାସ୍ତାଟି ବ୍ୟବସାୟିକ ପେଣ୍ଠ ସ୍ଥଳୀ ହୋଇଥିବା ଯୋଗୁଁ ଟ୍ରାଫିକ ସମସ୍ୟା ବଢି ଚାଲିଛି। ରାସ୍ତାଟି ସଂକୀର୍ଣ୍ଣ ହୋଇଥିବା ବେଳେ ରାସ୍ତା କଡରେ ଅବାଧ ଅଟୋ ରିକ୍ସା ପାର୍କିଂ ପୁଣି ରାସ୍ତା ଦୁଇ କଢ଼ରେ ପରିବା ବିକାଳି ଏବଂ ଉଠା ଦୋକାନୀଙ୍କ ଭିଡ଼।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁରୁଣା ବୋରିଗୁମ୍ମା ଠାରେ ଏକ ବଜାର ପିଣ୍ଡି କରାଗଲା କିନ୍ତୁ ଦୋକାନୀ ମାନେ ସେହି ପିଣ୍ଡି କୁ ଯାଇ ବ୍ୟବସାୟ କରୁନାହାନ୍ତି। ମେଗା ଜଳ ପ୍ରକଳ୍ପ ନିର୍ମାଣ ଏବଂ ଭାରତ ମାଳା କାର୍ଯ୍ୟ ପାଇଁ ଭାରିଯାନ ଯିବା ଆସିବା ପ୍ରଚୁର ପରିମାଣରେ କରେ। ସେହି ରାସ୍ତା ଉପରେ ବୁଧବାର ଦିନ ସାପ୍ତାହିକ ହାଟ ବସେ ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। କିଛି ମାସ ତଳେ ପୂର୍ବତନ ତହସିଲଦାର ଏବଂ ବୋରିଗୁମ୍ମା ପୋଲିସ ମିଳିତ ଭାବେ ଜେସିବି ଲଗାଇ କିଛି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ ବର୍ତ୍ତମାନ ପୁଣି ସମସ୍ତେ ନିରବ। ତୁରନ୍ତ ଜବରଦଖଲ ଉଚ୍ଛେଦ କରି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ସହର ବାସୀ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *