କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀ l

Spread the love

କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତାପାର୍ଟି ର ଜିଲ୍ଲା ସଭାପତି ଭାବେ ଶ୍ରୀ କୁଞ୍ଜ ବିହାରୀ ଦାଶ ନିର୍ବାଚିତ ହୋଇଛନ୍ତି I ଏହି ଅବସରରେ ନବରଙ୍ଗପୁର ସମସ୍ତ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳି ଯାଇଛି । ଜିଲ୍ଲାରେ ଥ‌ିବା ସମସ୍ତ କର୍ମୀ ମାନଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଭରି ଯାଇଛି । ବିଜେପି ବରିଷ୍ଠ ନେତା ସୋମନାଥ ପୂଜାରୀ, ଡାବୁଗାଁ ସାଂସଦ ପ୍ରତିନିଧୂ ଜେ ରାଜ ଶେଖର ରାଓ, ବରିଷ୍ଠ ନେତା ଜୟନୁ ପାତ୍ର, ଦିବାନ ସିଂ, ଜିଲ୍ଲା ସମ୍ପାଦକ ଅରୁଣ ପ୍ରସନ୍ନ ନାୟକ, ବାବୁଲା ଦାସ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରୀ, ପାପଡାହାଣ୍ଡି ସଭାପତି ମନୋଜ କୁମାର ଅଗ୍ରୱାଲ ପ୍ରମୂଖ ଜିଲ୍ଲାର ସମସ୍ତ କର୍ମୀ ମାନଙ୍କ ସହ ଅନ୍ୟମାନେ ଶୁଭେଚ୍ଛା ଜଣାଇ ଛନ୍ତି । ସେ ଜଣେଏକାଧାରରେ ଲୋକପ୍ରିୟ ଜଣା ଶୁଣା ଆଗ ଧାଡିର ନେତା ଥିଲେ I ତାଙ୍କର ଆଗାମୀ ଦିନର ରାଜନୀତି ସରସ ସୁନ୍ଦର ହେବା ସହ ଲୋକପ୍ରିୟତା ଅର୍ଜନ କରୁ ବୋଲି ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ସମସ୍ତ କର୍ମୀ ଓ ବୁଦ୍ଧିଜିବୀ ପ୍ରାର୍ଥନା ଜଣାଇଛନ୍ତି । ସାଂସଦ, ମନ୍ତ୍ରୀ, ବିଧାୟକ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *