ଶ୍ରୀମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I

Spread the love

ଶ୍ରୀମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଜୟପୁର ବାରିଣୀପୁଟ ପଂଚାୟତ ସ୍ଥିତ ଶ୍ରୀମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ 76ତମ ସାଧାରଣତନ୍ତ୍ର ଦିବସ ବେଶ ହର୍ଷ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିମା ଅମ୍ବିକା ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷା ମମତା ବେହେରାଙ୍କ ତତ୍ତ୍ଵାବଧାନରେ ଅପରାହ୍ନ ୩ଟା ସମୟରେ ଛୋଟ ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଗୌରାଙ୍ଗ ଚରଣ ସାନ୍ତ୍ରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲା ବରିଷ୍ଠ ସାମ୍ବାଦିକା, ସମାଜସେବୀ ସୁଶ୍ରୀ ଜ୍ୟୋତ୍ସ୍ନା ରାଉଳ ଯୋଗ ଦେଇ ସାଧାରଣ ତନ୍ତ୍ର ଦିବସର ଯଥାର୍ଥତା ତଥା ନିଜର ସଂଘର୍ଷମୟ ସାମ୍ବାଦିକତା ଜୀବନୀ ଉପରେ ସମ୍ୟକ୍ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମାଜ ପ୍ରତି ଉତ୍ସର୍ଗକୃତ ଜୟପୁରର ସଂଗ୍ରାମୀ ସ୍ବର୍ଗତ ଶ୍ରୀ କୃଷ୍ଣ ଚନ୍ଦ୍ର ସାନ୍ତ୍ରାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ତାଙ୍କ ସୁପୁତ୍ର ଗୌରାଙ୍ଗ ଚରଣ ସାନ୍ତ୍ରା ସେହି ସମ୍ମାନ ଗ୍ରହଣ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ୍ ମହିଳା ସାମ୍ବାଦିକା ଭାବେ ସୁଶ୍ରୀ ଜ୍ୟୋତ୍ସ୍ନା ରାଉଳଙ୍କୁ ସମ୍ମାନୀତ କରାଯାଇଥିଲା। ପରେ ବାରିଣିପୁଟ ଜୈନ ମନ୍ଦିର ପୂଜକ ରାଧାକାନ୍ତ ତ୍ରିପାଠୀ ଏବଂ ପ୍ରସିଦ୍ଧ ଗାୟକ ଏଚ ବଚନ ସାରଙ୍କୁ ସମ୍ମାନିତ କରାଯାଇଥିଲା। ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଶାତ୍ମବୋଧକ ନୃତ୍ୟ, ଗୀତ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କ୍ରୁତ ହୋଇଥିଲେ । ଜୟପୁର ଅତି ପରିଚିତ ରୁବରୁ ଅର୍କ୍ରେଷ୍ଠା ଦଳ , ଦେଶାତ୍ମବୋଧକ ସଙ୍ଗୀତ ବନ୍ଦେ ମାତରଂ, ମୋ ପିଲାଦିନ ଏବଂ ଦେଶିଆ ଗୀତ ଗାଇ ପିଲାମାନଙ୍କୁ ବେଶ ଖୁସିର ଖୋରାକ ଯୋଗାଇ ଥିଲେ। ଏଥିରେ ଶ୍ରୀମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରିନ୍ସପାଲ ଶ୍ରୀମତୀ ସୁଲତା ପଣ୍ଡିତ, ଶିକ୍ଷୟତ୍ରୀ ମଞ୍ଜୁ ପଟ୍ଟନାୟକ ବାରିଣୀପୁଟ ପ୍ରୋଜେକ୍ଟ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼, ଆଜାଦ କ୍ଲବ ସେକ୍ରେଟାରୀ ଜିତେନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ବେଶ ମନ ଭରି ଉପଭୋଗ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *