ଆଜି ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

Spread the love

ନୂଆଦିଲ୍ଲୀ, ୦୧/୦୨: ଆଜି ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ମଧ୍ୟବିତ୍ତ ବର୍ଗଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ କରାଯାଇଛି। ଏଥିରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ କରାଯାଇଛି। ତେବେ ଏହା ବ୍ୟତୀତ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି।

କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନା ରେ ୭.୭ କୋଟି କୃଷକ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ କରାଯିବ। ଏଥିରେ ଋଣ ସୀମା ୩ ହଜାର ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ।

ସେହିପରି ପର୍ଯ୍ୟଟନ ଓ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦିଆଯାଇଛି। ସରକାର ଘରୋଇ ସଂଗଠନଗୁଡିକର ସହଯୋଗରେ ଡାକ୍ତରୀ ପର୍ଯ୍ୟଟନ ଏବଂ “ହିଲ୍ ଇନ୍ ଇଣ୍ଡିଆ” ପଦକ୍ଷେପକୁ ପ୍ରୋତ୍ସାହିତ କରିବେ। ରାଜ୍ୟ ଗୁଡିକ ସହ ଭାଗିଦାରୀରେ ଶ୍ରେଷ୍ଠ ୨୨ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ।

ଉଡାଣ ଯୋଜନା ୮୮ଟି ବିମାନବନ୍ଦରକୁ ସଂଯୋଗ କରିଛି ଏବଂ ୧.୫ କୋଟି ମଧ୍ୟବିତ୍ତ ଯାତ୍ରୀଙ୍କ ପାଇଁ ଯାତ୍ରାର ସୁବିଧା ପ୍ରଦାନ କରିଥିବା ବେଳେ ଆଗକୁ ୧୨୦ଟି ନୂତନ ଗନ୍ତବ୍ୟସ୍ଥଳକୁ ଅନ୍ତର୍ଭୁକ୍ତ କରାଯିବ, ଯାହା ଦ୍ୱାରା ୪ କୋଟି ଯାତ୍ରୀ ଉପକୃତ ହେବେ। ଏହା ସହ ବିହାରର ଗ୍ରୀନଫିଲ୍ଡ ବିମାନବନ୍ଦରକୁ ସକ୍ଷମ କରାଯିବ।

ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ମେଡିକାଲ କଲେଜ ଓ ହସପିଟାଲରେ ୭୫,୦୦୦ ସିଟ୍ ବୃଦ୍ଧି କରିବାକୁ ସରକାର ଯୋଜନା କରୁଥିବା ବେଳେ ଚଳିତ ବର୍ଷ କଲେଜ ଓ ହସ୍ପିଟାଲରେ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନସର ହସ୍ପିଟାଲ‌ ପ୍ରତିଷ୍ଠା କରାଯିବ।

ସରକାର ସଶକ୍ତ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦ ଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ପାଇଁ ବଜେଟ୍ ବୃଦ୍ଧି କରାଯିବ। ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଏବଂ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ କିଶୋରୀ ଉପକୃତ ହେବେ।

ଟିଡିଏସ ର ବାର୍ଷିକ ସୀମା ୨.୪୦ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦ୍ୱାରା କ୍ଷୁଦ୍ର ଟିକସଦାତା ଉପକୃତ ହେବେ।

ଗ୍ରାମାଞ୍ଚଳରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟବ୍ୟାଙ୍କର ସେବାକୁ ସମ୍ପ୍ରସାରଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାବ୍ୟତୀତ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ, ଯାହା ଶିଳ୍ପରେ ଅଧିକ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବ।

ପିଏମ୍ ଧନ ଧାନ୍ୟ କୃଷି ଯୋଜନା ଆରମ୍ଭ ହେବ। ଦେଶର ୧୦୦ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ। ସ୍ୱଳ୍ପ ଫସଲ ଉତ୍ପାଦନ ହେଉଥିବା ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ।

୨୦୨୫-୨୬ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାରରେ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ନିର୍ମାଣ ହେବ ଏବଂ ଆଇଆଇଟି ପାଟନାରେ ହଷ୍ଟେଲ ଏବଂ ଭିତ୍ତିଭୂମି ସୁବିଧାର ସମ୍ପ୍ରସାରଣ ପାଇଁ ପଦକ୍ଷେପ ନିଆଯିବ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *