ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଜେ ପି ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ…….

Spread the love

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଜେ ପି ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ…….

ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଥିବା ଜେ ପି ଏଜୁକେସନାଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଉମରକୋଟ ଡି ଏନ୍ କେ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଇଥିଲା। ଜେ ପି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଜୟ ଦେବ କୁମାର ପରିଡ଼ାଙ୍କ ନାମ ରେ ଅନୁଷ୍ଠିତ ଏହି ଟ୍ରଷ୍ଟର ବାର୍ଷିକ ଉତ୍ସବର ପ୍ରାରମ୍ଭ ରେ ପ୍ରତିଷ୍ଠାତା ଜୟଦେବ ପରିଡା ତାଙ୍କ ସ୍ୱାଗତ ଭାଷଣରେ ନବରଙ୍ଗପୁର ଜିଲ୍ଲାର ପଛୁଆ ଆଦିବାସୀ ଅଧିବାସୀ ମାନଙ୍କ ଅଧିକାରର ସୁରକ୍ଷା ପାଇଁ ସରକାରଙ୍କ ବିରୁଦ୍ଧରେ କରିଥିବା ଲଡେଇକୁ ମନେ ପକାଇବା ସହ ସେ ବର୍ତ୍ତମାନର ଯୁବପିଢ଼ିକୁ ଜିଲ୍ଲାର ଦଳିତ ଲୋକମାନଙ୍କ କଲ୍ୟାଣ ପାଇଁ ସ୍ୱର ଉଠାଇବାକୁ ପରାମର୍ଶ ଦେଇଥିଲେ ଓ ଟ୍ରଷ୍ଟ ର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଟ୍ରଷ୍ଟର ସାଧାରଣ ସମ୍ପାଦିକା ଶ୍ରୀମତୀ ଓମ୍ପ୍ରଭା ସାହୁ ଟ୍ରଷ୍ଟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ।ତାଙ୍କ ରିପୋର୍ଟରେ ସେ ଅତୀତରେ ଟ୍ରଷ୍ଟ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସେବା ଭିତ୍ତିକ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବରିଷ୍ଟ ନେତା ଶ୍ରୀ ନାରାୟଣ ପାତ୍ର ନିଜ ଭାଷଣରେ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ଜୟଦେବ ପରିଡାଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ଉଲ୍ଲେଖ କରିବା ସହ ଭବିଷ୍ୟତରେ ମଧ୍ୟ ସେ ଆହୁରି ଅଧିକ ପ୍ରକଳ୍ପ ହାତକୁ ନେବାକୁ ଅନୁରୋଧ କରି ଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବିଶିଷ୍ଟ ଶିକ୍ଷାବିତ ତଥା କବି ବିଜୟ ଚୌଧୁରୀ ତାଙ୍କ ଭାଷଣ ରେ ଶ୍ରୀ ପରିଡାଙ୍କୁ ତାଙ୍କର ନିରନ୍ତର ପ୍ରୟାସ ଏବଂ ସାଧାରଣ ଲୋକଙ୍କ ପ୍ରତିନିଧିତ୍ୱ ପାଇଁ ପ୍ରଶଂସା କରି ଥିଲେ। ଏହି ସଭାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇ ତାଙ୍କ ଭାଷଣରେ ସେ ପରିଡାଙ୍କ ଲଡୁଆ ନେତା ଭାବେ ବର୍ଣ୍ଣନା କରି ଗରିବ, ମୂଲିଆ , ଦଳିତ ଙ୍କ ପାଇଁ ଜଣେ ଉତଲନ କରୁଥିବା ନେତା ବୋଲି ବର୍ଣ୍ଣନା କରି ଥିଲେ। ଏହି ଅବସର ରେ ମନ୍ତ୍ରୀ ଶିକ୍ଷାର ବିକାଶ ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ବରିଷ୍ଟ ସମାଜ ସେବୀ କଜାମ ମଦାନି, ସାଂସଦ ଙ୍କ ପ୍ରତିନିଧି ରାମ ନାୟକ ଏବଂ ଉମରକୋଟ ଏନଏସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଝାଡେଶ୍ୱର ମହାନ୍ତି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଟ୍ରଷ୍ଟ ପକ୍ଷ ରୁ କଲେଜରେ ଶିକ୍ଷା ଜାରି ରଖିବା ପାଇଁ ୬ ଜଣ ମେଧାବୀ ଗରିବ ଛାତ୍ର ଛାତ୍ରୀଙ୍କୁ ୧୫ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଇଥିଲା। ସମାଜରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ୪ ଜଣ ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ୍ ର ଅଧକ୍ଷ। କବିତା ପାତ୍ର, କ୍ରୀଡ଼ା ଶିକ୍ଷକ ଏମ . ବିଜୟ କୁମାର ଓ ସପନ ବୈରାଗୀ ଓ ଭକ୍ତ ରାମ ତୁରୁକ ଙ୍କୁ ସମ୍ମାନିତ କରା ଯାଇଥିଲା। ସ୍କୁଲ ର ପ୍ରସାଶନିକ ଅଧିକାରୀ ଶ୍ରୀ ଭିଏସଏନ ମୂର୍ତ୍ତି ଧନ୍ୟବାଦ ପ୍ରସ୍ତାବ ପ୍ରଦାନ କରିଥିଲେ। ସଭା ପରେ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉମରକୋଟର SLN ପବ୍ଲିକ୍ ସ୍କୁଲର ଛଟ କୁନି କୁନି ପିଲାମାନେ ସେମାନଙ୍କର ପ୍ରଦର୍ଶନ କରିଥିଲେ। ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲର ସମସ୍ତ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ଭାବରେ ସହୋଜଗ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *