ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜିତ

Spread the love

ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜିତ

ଜୟପୁର : ଜିଲ୍ଲା ଶିକ୍ଷ୍ୟା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ଡି ଆଇ ଇ ଟିର ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ରୁପଚନ୍ଦ୍ର ସୋରେନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ୱାଇଆରସି ର କାଉନସିଲର ବରିଷ୍ଠ ଶିକ୍ଷୟତ୍ରୀ ସୁଭସ୍ମିତା ଦାସ ଏହି ଶିବିର ପରିଚାଳନା କରିଥିଲେ। ଓଡିଶା ବ୍ଲଡ଼ ସେଣ୍ଟର ଶହିଦ ଲକ୍ଷ୍ମଣ ନାୟକ ଭେଷଜମହାବିଦ୍ୟାଳୟ ଓ ହସପିଟାଲର ବ୍ଲଡ଼ ସେଣ୍ଟର ଅଧିକାରୀ ଡ଼ାଃ ମଧୁସୂଦନ ବଳିଆର୍ସିଂ ଓ ତାଙ୍କ ଟିମ୍ ଭି ଗଙ୍ଗାଧର, ରବୀନ୍ଦ୍ର ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସୁଭସ୍ମିତl ଦାସ ଓ ବ୍ରହ୍ମା ଦେବ୍ ଟୁଡୁଙ୍କ ସମେତ ଡି ଆଇ ଇ ଟି ର ସମସ୍ତ ଶିକ୍ଷକ ଓ ରକ୍ତଦାତା ମହାସଂଘର ପ୍ରମୋଦ ରାଉଳ ଏଵଂ ନିରଂଜନ ପାଣିଗ୍ରାହୀ ଶିବିର ପରିଚାଳନା କରିଥିଲେ। ଉକ୍ତ ଶିବିରରୁ ସର୍ବମୋଟ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା ସେ ମଧ୍ୟରୁ ୪୧ଜଣ ପ୍ରଥମଥର ପାଇଁ ଆଜି ରକ୍ତଦାନ କରିଥଲେ। ଉକ୍ତ ଶିବିର ନିମନ୍ତେ ଗତକାଲି ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ନିରଞ୍ଜନ ପାଣିଗ୍ରାହୀ ଓ ପ୍ରମୋଦ କୁମାର ରାଉଳ ସମ୍ମାନିତ ଅତିଥିଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ କିପରି ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ଅମୂଲ୍ୟ ଜୀବନ ଚଳିଯାଇଥlଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *