ଦିବ୍ୟାଙ୍ଗ ଜନଙ୍କୁ ସହାୟକ ଉପକରଣ ବଣ୍ଟନ l

ଦିବ୍ୟାଙ୍ଗ ଜନଙ୍କୁ ସହାୟକ ଉପକରଣ ବଣ୍ଟନ l


କୋରାପୁଟ : ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ସଭାଗୃହ ଠାରେ କୋରାପୁଟ ବ୍ଲକ ଏବଂ ପୌରପାଳିକାର ४४ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକଣ ବଣ୍ଟନ କରାଯାଇଛି । ଆଜି ସେମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ, ସ୍ମାର୍ଟ ଫୋନ, ହୁଇଲ ଚେୟାର, ଆଶାବଡି, ବ୍ରେଲ କିଟ, ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମଟି କୋରାପୁଟ ଜିଲ୍ଲା ପ୍ରସାଶନ ଏବଂ ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା । ଏହି ବଣ୍ଟନ ଶିବିରରେ ହାଲ ଏଜିଏମ ଅଜିତ କୁମାର ପୋଚରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ବ୍ଲକ ଅଧ୍ଯକ୍ଷା ନମିତା ମାଝୀ ଏବଂ କୋରାପୁଟ ବିଡ଼ିଓ । ଦେବାଶିଷ ଗୌଡ଼ ସମ୍ମାନ ସମ୍ମାନୀତ ଅତିଥ୍‌ ଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ହାଲ ବରିଷ୍ଠ ପରିଚାଳକ ସ୍ଵୀତା ମହାପାତ୍ର, ଜିଲ୍ଲା ଭିନ୍ନକ୍ଷମ ପୂନର୍ବାସ ଅଧିକାରୀ ପ୍ରେମଦାନୀ କିନ ଯୋଗଦାନ କରିଥିଲେ। ଏହି ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ସୁନାବେଡ଼ା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡର ସାମାଜିକ ଉତ୍ତରଦାୟିତ୍ୱ ପାଣ୍ଠିର ସହାୟତାରେ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *