୧୦ ମଇ ୨୦୨୫: ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଆସନ୍ତା ତା-୧୦-0୫-୨୦୨୫ (ଶନିବାର)ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ବ୍ୟାଙ୍କ ଋଣ , ବିଦ୍ୟୁତ ଓ ଜଳ ଯୋଗାଣ , ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ଓ ନିଯୁକ୍ତି ବିବାଦ, ଚେକ ବାଉନ୍ସ, ରାଜସ୍ୱ, ଖାଉଟି ବିବାଦ,ଜମି ଅଧିଗ୍ରହଣ, ଚାକିରି ସମନ୍ଧୀୟ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ହେଉଅଛି । କେବଳ ବିଚାରାଧିନ ମକଦ୍ଦମା ନୁହେଁ , ପ୍ରାକ-ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା ) ବିବାଦର ମଧ୍ୟ ଲୋକ ଅଦାଲତରେ ସମାଧାନ ହୋଇପାରିବ । ତେଣୁ ଏହି ଲୋକ ଅଦାଲତ ମାଧ୍ୟମରେ ହେଉଥିବା ଉପରକ୍ତ ଜଡିତ ସମସ୍ତ ମକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ନିକଟସ୍ତ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ବା ଜିଲ୍ଲାର ୦୭ ଗୋଟି ତାଲୁକ ଲିଗାଲ ଆଇନ ସେବା କାର୍ଯ୍ୟ।ଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ।
Leave a Reply