ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Spread the love

ଜୟପୁର, ୨୧/୭ ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ୨୦୨୫ ନିମନ୍ତେ ପୂର୍ବପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୦୪.୦୦ ଘଣ୍ଟା ସମୟରେ ପି.ଆର୍.ପେଟା ବେଢା ସାହି ସ୍ଥିତ ଅମୂଲ୍ୟ ଆୟୁର୍ବେଦିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ସହ ଅନୁଷ୍ଠାନର ନିଜସ୍ୱ ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବବର୍ଷ ଭଳି ଏହି ବର୍ଷ ମଧ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଡ.ଗଙ୍ଗାଧର ନନ୍ଦଙ୍କ ଦ୍ୱାରା ପୂର୍ଵ ନିର୍ଦ୍ଧାରିତ ସମସ୍ତ ପ୍ରତିଯୋଗିତା ଯଥା ସୂର୍ଯ୍ୟନମସ୍କାର, ଯୋଗାସନ, ଶଙ୍ଖବାଦନ, ହୁଳହୁଳି, ଗୀତା ଶ୍ଳୋକାବୃତ୍ତି, ପ୍ରବନ୍ଧ ଲିଖନ, ସାଂସ୍କୃତିକ ପରୀକ୍ଷା, ଧୀର ଚକ୍ରିକା, ଝୋଟି, ଶିଶୁଗୀତ, ଚିତ୍ରାଙ୍କନ, ତର୍କ, ଦେଶାତ୍ମବୋଧକ ସଙ୍ଗୀତ, ଓଡିଶୀ, ଲୋକ ନୃତ୍ୟ ଇତ୍ୟାଦି ଅକ୍ଟୋବର ଓ ନଭେମ୍ବର ମାସରେ ଆୟୋଜନ କରାଯିବ। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବଂ ସାଧାରଣ ବର୍ଗର ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରିପାରିବେ। ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯିବ ଏବଂ କୃତି ଛାତ୍ରଛାତ୍ରୀ ଏବଂ ପୁରୁଷ ଓ ମହିଳାମାନଙ୍କୁ ପୁରସ୍କୃତ କରାଯିବ। ଏହି ବୈଠକରେ ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ରାମ ଶଙ୍କର ଷଡଙ୍ଗୀ, ଅଜୟ କୁମାର ମଲ୍ଲିକ, ରବିନ୍ଦ୍ର ମହାରଣା, ସବିତା ତ୍ରିପାଠୀ, ତପସ୍ୱିନୀ ସାହୁ ଓ ଆଇନ ପରାମର୍ଶଦାତା ଜି. ମହେଶ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ଉପରୋକ୍ତ ନିଷ୍ପତ୍ତିମାନ ଗ୍ରହଣ କରି ଆଜିର ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *