ସତୀଭଟା ଏୟାରଷ୍ଟ୍ରିପ୍‌କୁ ଉଡାନ୍ ଯୋଜନାରେ ସାମିଲ କରିବା ଦାବି – ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଦକ୍ଷେପ।

Spread the love

ବରଗଡ, ୨୧/୭ ବରଗଡ଼ ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଗତିଶୀଳ ଯାତାୟାତ ବ୍ୟବସ୍ଥା, ଆର୍ଥିକ ଓ ପର୍ଯ୍ୟଟନ ଅଭିବୃଦ୍ଧିକୁ ଲକ୍ଷ୍ୟ କରି ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି। ପଦ୍ମପୁର ନିକଟରେ ଅବସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍‌କୁ କେନ୍ଦ୍ର ସରକାରଙ୍କ “ଉଡାନ୍” (UDAN – Ude Desh ka Aam Naagrik) ଯୋଜନାରେ ସାମିଲ କରିବା ପାଇଁ ସେ ତୃତୀୟଥର ପାଇଁ ଚେଷ୍ଟା କରୁଛନ୍ତି।
ଶ୍ରୀ ପୁରୋହିତ କେନ୍ଦ୍ର ବେସାମରିକ ହବାଇ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁଙ୍କ ସହ ଭେଟି ଏହି ମହତ୍ତ୍ୱପୂର୍ଣ୍ଣ ମାମଲା ଉପରେ ଆଲୋଚନା କରିଥିବା ସୂଚନା ମିଳିଛି। ପୂର୍ବରୁ ଏପ୍ରିଲ ୨ରେ ମଧ୍ୟ ସେ ସମାନ ଦାବି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ବା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ ବୋଲି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସତୀଭଟା ଏୟାରଷ୍ଟ୍ରିପ୍‌କୁ ଉଡାନ୍ ଯୋଜନା ଅନ୍ତର୍ଗତ କଲେ ବରଗଡ଼, ସମ୍ବଲପୁର, ତଥା ଆସପାସର ଜିଲ୍ଲା ଲୋକଙ୍କୁ ହବାଇ ଯାତ୍ରା ପାଇଁ ଏକ ନୂଆ ଦ୍ୱାର ମିଳିପାରିବ। ଏହା ଆଂଚଳିକ ବିମାନ ଯାତ୍ରା ବୃଦ୍ଧି, ପର୍ଯ୍ୟଟନ ଉନ୍ନତି ଓ ବିଭିନ୍ନ ଅର୍ଥନୈତିକ କ୍ଷେତ୍ରରେ ଅବଦାନ ରଖିପାରିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।
ଏହି ସହିତ, ସେ ଝାରସୁଗୁଡ଼ା ବିମାନବନ୍ଦରର ସମ୍ପ୍ରସାରଣ ଓ ବ୍ୟବସ୍ଥାପନ ଉନ୍ନତି ପାଇଁ ମଧ୍ୟ ଦାବି ରଖିଛନ୍ତି। ଏଥିରେ ଭୁବନେଶ୍ୱର, ଦିଲ୍ଲୀ ଏବଂ ଅନ୍ୟାନ୍ୟ ମହାନଗର ସହିତ ଦିନକୁ ଦୁଇଥର (ସକାଳ-ସଂଧ୍ୟା) ଉଡାଣ ବ୍ୟବସ୍ଥା କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଅଂଚଳରେ ଉଦ୍ୟୋଗପତି, ପ୍ରଶାସନିକ କର୍ମଚାରୀ, ଓ ଆପାତକାଳୀନ ମେଡିକାଲ ଆବଶ୍ୟକତା ପୂରଣରେ ବହୁତ ଅସୁବିଧା ହେଉଛି।
ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳର ଲୋକସଂଖ୍ୟା ବୃଦ୍ଧି, ଶିଳ୍ପ ଓ ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶକୁ ନଜରରେ ରଖି, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ବିଶାଖାପାଟଣା, ହାଇଦ୍ରାବାଦ ଓ କୋଲକାତା ଭଳି ସହର ସହ ଦୈନିକ ବିମାନ ଯୋଗାଯୋଗ ଚାଲୁ କରିବା ପାଇଁ ମଧ୍ୟ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ତେ, ଶ୍ରୀ ପୁରୋହିତ ଏହି ଦାବିଗୁଡ଼ିକୁ ଗଭୀରତାରେ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନେବାକୁ ବେସାମରିକ ହବାଇ ଚଳାଚଳ ବିଭାଗର ଦୃଷ୍ଟିଆକର୍ଷଣ କରିଛନ୍ତି।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *