
କୋରାପୁଟ/ନବରଙ୍ଗପୁର, ୬/୯ ଜିଲ୍ଲାରେ ରକ୍ତଭଣ୍ଡାର ପରିଚାଳନାରେ ଅବ୍ୟବସ୍ଥା ପ୍ରକାଶ ପାଇଛି। ପାଞ୍ଚ ବର୍ଷ ହେଲା ଲାଇସେନସ୍ ନବୀକରଣ ହୋଇନଥିବା ସହିତ ଦୁଇ ବର୍ଷ ଧରି ପରିଚାଳନା ସମିତି ବୈଠକ ବସିନାହିଁ।
ଦିନକୁ ୨୦-୩୦ ଯୁନିଟ୍ ରକ୍ତ ଆବଶ୍ୟକ ହେଉଥିବାବେଳେ, ଆବଶ୍ୟକତାନୁଯାୟୀ ସଂଗ୍ରହ ହେଉନାହିଁ। ବଡ଼ କ୍ୟାମ୍ପ ଆୟୋଜନ କମିଥିବା, ସଚେତନତାର ଅଭାବ ଏବଂ କ୍ୟାମ୍ପ କରୁଥିବା ସଂସ୍ଥାଗୁଡିକୁ ପ୍ରତ୍ସାହନ ନ ମିଳିବାକୁ ପ୍ରମୁଖ କାରଣ ମାନାଯାଉଛି।
ସ୍ବେଚ୍ଛାସେବୀ ସଂଗଠନମାନଙ୍କ କହିବା ଅନୁସାରେ, ପରିସ୍ଥିତି ସୁଧାର ପାଇଁ ତୁରନ୍ତ ପରିଚାଳନା ସମିତି ବୈଠକ ବସିବା ଆବଶ୍ୟକ।