ମୋଷ୍ଟ ୱାଣ୍ଟେଡ୍ ୮ ଜଣିଆ ଗଂଜେଇ ମାଫିଆ ଦଳକୁ ସଦର ପୋଲିସ ଗିରଫ।

Spread the love

ମୋଷ୍ଟ ୱାଣ୍ଟେଡ୍ ୮ ଜଣିଆ ଗଂଜେଇ ମାଫିଆ ଦଳକୁ ସଦର ପୋଲିସ ଗିରଫ।

*୪ କାର, ୨ ପିସ୍ତଲ ଓ ୫ ଗୁଳି ଜବତ ।

ଜୟପୁର : ମୋଷ୍ଟ ୱାଣ୍ଟେଡ୍ ୮ ଜଣିଆ ଗଂଜେଇ ମାଫିଆ ଦଳକୁ ସଦର ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୪ ଦାମୀ କାର, ୨ ପସ୍ତଲ, ୫ ଗୁଳି ଏବଂ ୧୦ ମୋବାଇଲ ଜବତ କରାଯାଇଛି। ଜୟପୁରର ଆନ୍ତଃରାଜ ଜ୍ୟ ଗଂଜେଇ ମାଫିଆ ରଂଜିତ ବାଘ, ରଂଜିତର ୨ ଭାଇ କାର୍ଷିକ ବାଘ ଓ ଗୌତମ ବାଘ, ରବୀନ୍ଦ୍ର ସାମଲ ଲ ଓରଫ୍ (ରବି), କର୍ଣ୍ଣ ହରିଜନ, ରବିନ୍ଦ୍ର ବାରିକ, ରିକ, ସୋନୁ ମଙ୍ଗରିଅ ରିଆ ଏହି ୭ଜଣ ଜୟପୂର ଅଞ୍ଚଳର ହୋଇଥିବା ବେଳେ ରାହୁଲ କୁମାର ବାହାର ରାଜ୍ୟର ବୋଲି ଜଣାପଡିଛି | ସେମାନଙ୍କ ନିକଟରୁ ମହେନ୍ଦ୍ରା ଥର, ଟୟୋଟା ଫର୍ଟୁନର ଏବଂ
୨ ମହେନ୍ଦ୍ରା ସ୍କୋର୍ପିଓ ଜବତ ହୋଇଛି ପୋଲିସ ସୂଚନା ଅନଯାୟୀ, ପାତ୍ରପୁଟ ନିକଟରେ ସୋମବାର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୪ ଗାଡି ଦ୍ରୁତ ଗତିରେ ଆସୁଥିଲେ | ସନ୍ଦେହ ହେବାରୁ ପୋଲିସ ପାଲିସ ଏମାନଙ୍କୁ ଅଟକାଇଥିଲା I ହେଲେ ଏମାନେ ପୋଲିସକୁ ଦେଖ୍ ୨ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ | ପୋଲିସ ପାତ୍ରପୁଟ ନିକଟସ୍ଥ କଂଜେଇ ମାଳୀଗୁଡା ଗ୍ରାମ ରାସ୍ତା ପାର୍ଶ୍ଵରୁ ଏମାନଙ୍କୁ କାବୁ କରିଥିଲା ବୋଲି ଏସ୍‌ପି କହିଛନ୍ତି। ଏମାନଙ୍କ ନାଁରେ ଏନଡିପିଏସ ଓ ଏଆରଏସ୍ଏସ୍‌ରେ ମାମଲା ରୁଜୁ ହୋଇଛି ରଂଜିତ ନାଁରେ ଦେଶର ବିଭିନ୍ନ ସ୍ଥାନରେ ରହିଛି । । ୨୦ରୁ ଉର୍ଦ୍ଧ ମାମଲା ଗଂଜେଇ ଚାଲାଣ, ଅପହରଣ,
ଡକାୟତି, ଦଙ୍ଗା ପରି ଅପରାଧିକ ମାମଲା ତା ବିରୋଧରେ ଦେଶର ବିଭି ) ବିଭିନ୍ନ ସ୍ଥାନରେ ରହିଛି। ରଂଜିତର ୨ ଭାଇଙ୍କ ନାଁରେ ମଧ୍ୟ ମଧ୍ୟ ଏକାଧୂକ ସଂଗୀନ ଅପରାଧିକ ମାମଲା ରହିଛି I ଏସ୍‌ପି ରୋହିତ ବର୍ମା କହିଛନ୍ତି, କୋରାପୁଟ ଜିଲ୍ଲାରେ ଯେଉଁମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବେ ସେମାନଙ୍କ ପ୍ରତି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସାମ୍ପାଦିକ ସମ୍ମିଳନାରେ ସୂଚନା ଦେଇଛନ୍ତି। ଏହି ସାମ୍ପାଦିକ ସମ୍ମିଳନୀରେ ଏସଡିପିଓ ପାର୍ଥ ଜଗଦୀଶ କଶ୍ୟପ, ଅତିରିକ୍ତ ଏସ୍‌ପି ମନୋଜ ପୂଜାରି, ଜିଲ୍ଲା ଖୁପିୟା ବ୍ୟୁରୋ ଅତିରିକ୍ତ ଏସ୍‌ପି ଅଭିଷେକ ପାଣିଗ୍ରାହୀ, ଟାଉନ ଥାନା ଅଧୂକାରୀ ଈଶ୍ଵର ଚନ୍ଦ୍ର ତାଣ୍ଡି, ସଦର ଥାନା ଅଧୁକରୀ ସଚ୍ଚିଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଳେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *