ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love



*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ


କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨ ଏକର ଜମିରେ ଦେଢ଼ କୋଟି ବ୍ୟୟରେ ଶିଳ୍ପ ପାର୍କ ସ୍ଥାପିତ ହୋଇଥିଲା। ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଗଢ଼ି ଉଠିଥିବା ଏହି ପାର୍କରେ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ ହେଚ୍ ଜି ) କୁକୁଡ଼ା ଚାଷ, ଇଟା ତିଆରି, ତେଳ, ଡାଲି, ମାଣ୍ଡିଆ ଓ ମସଲା ପ୍ରକ୍ରିୟାକରଣ ସହିତ ବିଭିନ୍ନ ଉଦ୍ୟୋଗରେ ନିୟୋଜିତ ହୋଇଥିଲେ।
୬ ମାସରେ ୟୁନିଟ୍‌ଗୁଡିକ ବନ୍ଦ
ଆରମ୍ଭ ସମୟରେ ଏକ ଆଦର୍ଶ ମଡେଲ୍‌ ଭାବେ ସ୍ଥାନ ପାଇଥିବା ପ୍ରକଳ୍ପ କିନ୍ତୁ ବଜାର ବ୍ୟବସ୍ଥା ନଥିବା, କଞ୍ଚାମାଲ ଅଭାବ ଓ ପରିଚାଳନାଗତ ତ୍ରୁଟି କାରଣରୁ ୬ ମାସରେ ବହୁତ ୟୁନିଟ୍‌ ଠପ୍‌ ହୋଇଗଲା। ବର୍ତ୍ତମାନ କେବଳ ଗୋଟିଏ ଫ୍ଲାଏ ଆସ୍‌ ୟୁନିଟ୍‌ କାର୍ଯ୍ୟରତ ଅଛି, ଅନ୍ୟାନ୍ୟ ସବୁ ୟୁନିଟ୍‌ ଭୂତକୋଠିର ଆକାର ନେଇଛି।
ଏସ ହେଚ୍ ଜି ମାନଙ୍କର ଜୀବିକା ସଙ୍କଟ
ସରକାରୀ ସହାୟତା ଓ ବିଭିନ୍ନ ପାଣ୍ଠିରୁ ରାଶି ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ଏସ ହେଚ୍ ଜି  ମହିଳାମାନେ ଆଜି ଜୀବିକା ସଙ୍କଟରେ ପଡ଼ିଛନ୍ତି। କୁକୁଡ଼ା ଓ ଗୋପାଳନ ୟୁନିଟ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା, ଯେତେକିଛି ପ୍ରକ୍ରିୟାକରଣ ମେସିନ୍‌ ମଧ୍ୟ ବ୍ୟବହାରହୀନ ହୋଇ ପଡ଼ିଛି।
ପୁନରୁଦ୍ଧାର ପ୍ରୟାସ
ଏହି ବିଷୟରେ ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ କହିଛନ୍ତି, “ଶିଳ୍ପ ପାର୍କକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି।”
ସ୍ଥାନୀୟ ମହଲର ଦାବି
ଗ୍ରାମାଞ୍ଚଳରେ ସ୍ଥାପିତ ଏହି ପାର୍କ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିପାରିଥାନ୍ତା ବୋଲି ସ୍ଥାନୀୟ ଲୋକଙ୍କ ମତ। ସରକାର ଓ ପ୍ରଶାସନଙ୍କୁ ଶିଳ୍ପ ପାର୍କର ପୁନରୁଦ୍ଧାର ପାଇଁ ସ୍ଥାନୀୟ ସ୍ତରରୁ ଦାବି ଉଠୁଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ୧୩/୦୯/୨୦୨୫ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

    Spread the love

    Spread the loveକୋରାପୁଟ,ଜୟପୁର, ୪/୯ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଆସନ୍ତା ତା-୧୩/୦୯/୨୦୨୫ (ଶନିବାର)ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ…

    Leave a Reply

    Your email address will not be published. Required fields are marked *