କେନ୍ଦ୍ରୀୟ ଟିମ୍‌ର କୋରାପୁଟ ଗସ୍ତ: ପିଏମ୍‌ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ

Spread the love

କେନ୍ଦ୍ରୀୟ ଟିମ୍‌ର କୋରାପୁଟ ଗସ୍ତ: ପିଏମ୍‌ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ

କୋରାପୁଟ: କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ। ଏହି ଟିମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି। ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିସନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି, ପିଏମ୍ ବିଶ୍ବକର୍ମା, ସକ୍ଷମ, କିଶାନ କ୍ରେଡିଟ୍ କାର୍ଡ ପ୍ରମୁଖ ୧୧ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ କୋରାପୁଟ ବ୍ଳକର କୋରାପୁଟ ବ୍ଲକ , କୋରାପୁଟ ପୌରାଂଚଳ, ରାଜପୁଟ, ଲୁଙ୍ଗୁରୀ, ତୋୟାପଟ, ଲକ୍ଷ୍ମୀପୁର, ମାରବାଇଗୁଡା, ପଂଚଡା, କାଉଗୁଡା ଯାଇ ଆଲୋଚନା କରିଥିଲେ।
ପ୍ରଥମେ ଏହି ଟିମ୍ କୋରାପୁଟରେ ଥିବା ଆରଏସଇଟିଆଇ ତାଲିମ୍ କେନ୍ଦ୍ରରେ ପିଏମ୍ ବିଶ୍ବକର୍ମା ତାଲିମ ଶିବିରରେ ଯୋଗ ଦେଇଥିଲେ। ଏଥିରେ ଯୋଗଦେଇଥିବା ହିତାଧିକାରୀ, ସରପଂଚ, ଡାକବିଭାଗର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ କୋରାପୁଟରେ ଥିବା ବଢ଼େଇ ୟୁନିଟର ପରିଦର୍ଶନ କରି ଆଲୋଚନା କରିଥିଲେ। ରାଜପୁଟ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରକୁ ଯାଇ ମାଣ୍ଡିଆ ପ୍ରକ୍ରିୟାକରଣ ବୁଝିଥିଲେ। ପୋଷଣ ୨.୦ ସମ୍ପର୍କରେ ଲୁଙ୍ଗୁରୀ, ଡୁମୁରୀପଦର ଅଙ୍ଗନୱାଡୀ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଲକ୍ଷ୍ମପୁରରେ ବଢ଼େଇ ୟୁନିଟ୍ ସହ ପିଏମ୍ ବିଶ୍ବକର୍ମା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଲକ୍ଷ୍ମୀପୁର ସିଏଚସି, ମାରବାଇଗୁଡାରେ ଥିବା ସେନିଟେସନ୍ ପାର୍କ, କାଉଗୁଡାରେ ଷ୍ଟ୍ରବେରୀ ଚାଷ ଦେଖିଥିଲେ।
ଏହି କେନ୍ଦ୍ରୀୟ ଟିମଙ୍କ ଗସ୍ତ ବେଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ୍, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, କୋରାପୁଟ ବିଡିଓ ଡ.ଦେବାଶିଷ ଗୌଡ଼, କୋରାପୁଟ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୟଦ୍ ଶବିର ସାହା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।।
ସୂଚନାଯୋଗ୍ୟ, ଗତକାଲି ଏହି ଟିମ୍ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି ପ୍ରମୁଖ ୭ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଜୟପୁର ବ୍ଳକର ଟାଙ୍କୁଆ, ଜୟପୁର ପୌରାଞ୍ଚଳ ଏବଂ ବୈପାରିଗୁଡା ବ୍ଲକର ଚନ୍ଦ୍ରପଡା ଯାଇ ଆଲୋଚନା କରିଥିଲେ। ଚନ୍ଦ୍ରପଡ଼ା ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *