୧୫ଜଣ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ ପୁଲିସ କମିସନର

Spread the love

୧୫ଜଣ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ ପୁଲିସ କମିସନର


ଭୁବନେଶ୍ବର: ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆଜି ଲୋୟର ପିଏମଜିରେ ଆନ୍ଦୋଳନ କରାଯାଇଥିଲା। ପୁଲିସ-କଂଗ୍ରେସ କର୍ମୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏହି କାରଣରୁ ଏଠାରେ ଉତ୍ତେଜନା ଦେଖାଯାଇଥିଲା। ପୁଲିସ ଉପରକୁ କଂଗ୍ରେସ କର୍ମୀମାନେ ଟେକା ପଥରମାଡ଼ କରିଥିଲେ। ଏଥି ସହିତ ଚୌକି ଓ ବୋତଲ ମଧ୍ୟ ଫିଙ୍ଗି ଥିଲେ। କଂଗ୍ରେସ କର୍ମୀଙ୍କର ଆକ୍ରମଣରେ ୧୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି କିଛି ସାମ୍ବାଦିକ ମଧ୍ୟ ଆକ୍ରମଣ ଯୋଗୁଁ ଆଘାତ ପାଇଛନ୍ତି। ଆହତ ପୁଲିସ କର୍ମୀ ଓ ସାମ୍ବାଦିକଙ୍କୁ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଭେଟିଛନ୍ତି।
ଉତ୍ତେଜିତ କଂଗ୍ରେସ କର୍ମୀଙ୍କ ବିରୋଧରେ କମିସନରେଟ୍‌ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବାଧ୍ୟ ହୋଇ ପୁଲିସ ଲାଠିଚାର୍ଜ କରିଥିଲା। ସ୍ଥିତି ଅଣାୟତ୍ତ ହେବାରୁ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ ପ୍ରଥମେ ପାଣିମାଡ଼ କରିଥିଲା ଓ ପରେ ଲୁହବୁହା ଗ୍ରାସ୍‌ ପ୍ରୟୋଗ କରିଥିଲା। ଫଳରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ଆହତ କର୍ମୀମାନଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଦଳର ବରିଷ୍ଠ ନେତାମାନେ ଭେଟିଛନ୍ତି।

ସୂଚନାଯୋଗ୍ୟ, ଆନ୍ଦୋଳନସ୍ଥଳରେ ହିଂସା ଯୋଗୁଁ କିଛି କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଥିବା ବେଳେ ୧୫ ଜଈ ପୁଲିସ କର୍ମୀ ବି ଆହତ ହୋଇଛନ୍ତି। ପୂରା ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଦେଖିବାକୁ ଗଲେ କଂଗ୍ରେସ କର୍ମୀ ଶୁଣିବା ପରିସ୍ଥିତିରେ ନଥିଲେ। ସେପଟେ ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍, ତାରା ବାହିନୀପତିଙ୍କୁ ପୁଲିସ ଗିରଫ କରିଛି। ଜଣକ ପରେ ଜଣେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଉଛି। କିନ୍ତୁ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ କର୍ମୀମାନେ ଭୟ କରୁନାହାନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଗିରଫଦାରୀକୁ ଆମେ ଭୟ କରୁନାହୁଁ।
ଉତ୍ତେଜନା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ ହୋଇଛି। ହେଲେ ଡ୍ରାଇଭରଙ୍କ ଯୋଗୁଁ କଂଗ୍ରେସ କର୍ମୀମାନେ ଏପରି କରିପାରିନଥିଲେ। ଏନେଇ ଘଟଣାର ତଦନ୍ତ କରାଯିବ। ବର୍ତ୍ତମାନ ସ୍ଥିତି ଆୟତ୍ତରେ ଅଛି। ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *