ଜୟପୁର ରେ ବିଶ୍ବ ପରିବେଶ ଦିବସ ପାଳିତ

Spread the love

ବିଶ୍ବ ପରିବେଶ ଦିବସ……………… ଜିଲ୍ଲା ଆଇନ ସେବା ପ୍ରଧିକରଣ,



ଜୟପୁର, ବିଭାଗିୟ ବନ ଅଧିକାରୀ ଜୟପୁର ଏବଂ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଫୁଲବାଡା, ମିଳିତ ଆନୁକୂଲ୍ୟରେ ଆଜି ବିଶ୍ବ ପରିବେଶ ଦିବସ ସ୍ବାମୀନାଥନ ଗବେଷଣା ଫାଉଣ୍ଡେସନ, କେନ୍ଦ୍ର ଫୁଲବାଡା (ଜୟପୁର) ଠାରେ ଅନୁଷ୍ଠିତ ହୋଇଅଛି। ଏଥିରେ ମୂଖ୍ୟ ଅତୀଥି ଭାବରେ  ଶ୍ରୀ ପ୍ରଦିପ କୁମାର ମହନ୍ତ,  ଜିଲ୍ଲା ଜଜ୍ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଜୟପୁର ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ ଶ୍ରୀମତୀ ଏସ.ଶୁଭଲକ୍ଷ୍ମୀ, ସି.ଜେ.ଏମ, ଶ୍ରୀମତୀ ଅଳକାନନ୍ଦ ମହାନ୍ତି, ସିଭିଲ ଜଜ୍ ସିନିୟର ଡିଭିନ (ମହିଳା କୋର୍ଟ ବିଚାରପତି) ତଥା ଇନଚାର୍ଜ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର, ଶ୍ରୀ ହରମହନ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଜୟପୁର, ଶ୍ରୀ ପ୍ରତାପ କୁମାର ବେହେରା, ବିଭାଗୀୟ ବନ ଅଧିକାରୀ, ଜୟପୁର, ଶ୍ରୀ ସଚି ପରିଡା ରେଞ୍ଜର ବନ ବିଭାଗ ଜୟପୁର, ଶ୍ରୀ ପ୍ରଶାନ୍ତ କୁମାର ପରିଡା, ନିର୍ଦ୍ଧେଶକ ସ୍ବାମୀ ନାଥନ ଗବେଷଣା ଫାଉଣ୍ଡେସନ ଫୁଲବାଡା, ଡଃ.କାର୍ତ୍ତିକ ଲେଙ୍କା ବୈଜ୍ଞାନିକ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଫୁଲବାଡା,  ଡଃ.ବି ଗାୟତ୍ରୀ ଦେବୀ, ସ୍ସେସିଆଲ୍ ପି.ପି, ସ୍ସେସିଆଲ୍ କୋର୍ଟ ପୋକ୍ସ, ଜୟପୁର,  ଶ୍ରୀ ହରିଶ ଚନ୍ଦ୍ର ମୁଦୁଲି ଡେପୁଟି ଲିଗାଲ ଏଡ୍ ଡିଫେନ୍ସ କାଉନସେଲ, ଜୟପୁର, ସୁଶ୍ରୀ ଗିତାଞ୍ଜଳୀ ଧୋଳ, ଆସିଷ୍ଟାଣ୍ଟ ଲିଗାଲ ଏଡ୍ ଡିଫେନ୍ସ କାଉନସେଲ, ଜୟପୁର ଯୋଗଦେଇଥିଲେ। ବିଶ୍ବ ପରିବେଶ ଦିବସ ଅବସରରେ   ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ  କରାଯାଇଥିଲ। ଏଥିରେ ଜୟପୁର କୋର୍ଟର ବିଚାରପତି, ଆଇନଜୀବି, ବିଭାଗୀୟ ବନ ଅଧିକାରୀ, ଏବଂ ବନ ବିଭାଗୀୟ କର୍ମଚାରୀବୃନ୍ଦ, ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ମଚାରୀବୃନ୍ଦ, ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ର କର୍ମଚାରୀବୃନ୍ଦ ଏବଂ ପାରାଲିଗାଲ ସ୍ବେଚ୍ଚାସେବୀ  ମିଳିତ ଭାବରେ ବିଭିନ୍ନ ପ୍ରକାର ଯଥା ପଣସ, ପିଜୁଲି, ନଡିଆ, ଅଶକ, ଅଁଳା, ଓଉ, ସିତାଫଳ, ଲିଚ୍ଛୁ, ଇତ୍ୟାଦି ଚାରା ରୋପଣ କରିଥିଲେ।

ଏହିପରେ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସମ୍ମିଳନୀ କକ୍ଷ ରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ମଞ୍ଚାସିନ ଅତୀଥିଗଣ କହିଥିଲେ ଯେ ପ୍ରତିବର୍ଷ ଜୁନ୍ 5 ତାରିଖରେ ପାଳିତ ହେଉଥିବା ବିଶ୍ୱ ପରିବେଶ ଦିବସର ଲକ୍ଷ୍ୟ ହେଉଛି ପରିବେଶ ବିଷୟରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା। ଏହା ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବା, କାର୍ଯ୍ୟକୁ ପ୍ରେରଣା ଦେବା ଏବଂ ସାରା ବିଶ୍ୱ ପରିବେଶ ଦିବସ ଏକ ସ୍ମରଣକାରୀ ଭାବରେ କାର୍ଯ୍ୟ କରେ ଯେ ପରିବେଶ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ଏବଂ ପ୍ରତ୍ୟେକ କାର୍ଯ୍ୟ, ଯେତେ ଛୋଟ ହେଉ ନା କାହିଁକି, ଆମ ଗ୍ରହକୁ ସଂରକ୍ଷଣ କରିବାରେ ଏକ ପରିବର୍ତ୍ତନ ଆଣିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ।

ଏହା ପରେ ପରେ ଆଇନ ସାକ୍ଷରତା କ୍ଲବ, ସିଟି ହାଇ ସ୍କୁଲର ଛାତ୍ରଛାତ୍ରି ଏବଂ ଶିକ୍ଷକ ଏହଂ ସେବା ଏ଼ଞ୍ଜିଓ କର୍ମକର୍ତ୍ତା ବୃନ୍ଦ ସହିତ ବିଶ୍ବ ପରିବେଶ ଦିବସ ଅବସରେ ସାଇକେଲ ରାଲି ଜୟପୁର ସହର ପରିକ୍ରମଣ କରି   ଜନସାଧାରଣ ମାନଙ୍କୁ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ସାଇକେଲ ରାଲି ଟିକୁ ଶୁଭାରମ୍ଭ କରିଥିଲେ ଶ୍ରୀମତୀ ଅଳକାନନ୍ଦ ମହାନ୍ତି, ସିଭିଲ ଜଜ୍ ସିନିୟର ଡିଭିନ (ମହିଳା କୋର୍ଟ ବିଚାରପତି) ତଥା ଇନଚାର୍ଜ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର,

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *