କୋରାପୁଟ ଷ୍ଟେସନକୁ ଯିବ ନାହିଁ ଟ୍ରେନ, ମାନବାର ଷ୍ଟେସନରେ ରହିବ ଟ୍ରେନ

କୋରାପୁଟ ଷ୍ଟେସନକୁ ଯିବ ନାହିଁ ଟ୍ରେନ, ମାନବାର ଷ୍ଟେସନରେ ରହିବ ଟ୍ରେନ

କୋରାପୁଟ :କୋରାପୁଟରୁ ଶୁକୁ ମଧ୍ୟରେ ଦୋହରା ରେଳ ପଥର କାମ ସମୂର୍ସଣ ହୋଇଛି । ବୈଷୟିକ କାମ ଚାଲୁ ରହିଥ‌ିବାରୁ ଆସନ୍ତା ଜୁନ ୧୯ ତାରିଖ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନ କୁ ଟ୍ରେନ ପ୍ରବେଶ ନ କରିବାକୁ ରେଳ ବିଭାଗ କତୃପକ୍ଷ ନିଷ୍ପତ୍ତ ନେଇଛନ୍ତି । ଟ୍ରେନ ଗୁଡ଼ିକ ଡୁମୁରିପୁଟରୁ କୋରାପୁଟ A କେବିନ୍ ଦେଇ ସିଧାସଳଖ ମାନବର ଷ୍ଟେସନ ରେ ପହଞ୍ଚିବ ।
କୋରାପୁଟ ରେ ଓହ୍ଲାଇବା ବା ଛାଡ଼ିବା ପାଇଁ ମାନବର ଷ୍ଟେସନ ରେ ରହିବ ସମସ୍ତ ଟ୍ରେନ । ଦାମନଯୋଡି ରୁ ବିଶାଖା ପାଟଣା ଡି ଏମ ୟୁ ଟ୍ରେନ କରିବ ଚଳାଚଳ । ମାନବର ଦେଇ ଜଗଦଳପୁର କୁ ଟ୍ରେନ ଚଳା ଚଳ କରିବ । ଯାତ୍ରୀମାନ ସୁବିଧା ପାଇଁ କୋରାପୁଟ ଷ୍ଟେସନ୍ ପରିବର୍ତ୍ତେ ୧୯ ତାରିଖ ପର୍ଯ୍ୟନ୍ତ ମାନବର ଷ୍ଟେସନ ରେ ଟ୍ରେନ ଗୁଡ଼ିକ ରହଣୀ କରିବ । ଯାତ୍ରୀମାନେ ଏହାର ସୁବିଧା ନେବାକୁ ରେଳ କତୃପକ୍ଷ ସୂଚନା ଦେଇଛନ୍ତି ।


ରାୟଗଡ଼ା ରୁ ଜଗଦଳପୁର ଅଭିମୁଖେ ଯାଉଥିବା ସମସ୍ତ ଯାତ୍ରୀ ବାହି ଟ୍ରେନ ଡୁମୁରିପୁଟ – କୋରାପୁଟ କେବିନ୍- ମାନବର ଷ୍ଟେସନ ଦେଇ ଚଳାଚଳ କରିବ । କୋରାପୁଟ ଯାତ୍ରୀମାନେ ମାନବର ଷ୍ଟେସନରୁ ରେଳ ଧରିବେ ବା ଓହ୍ଲାଇବେ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *