ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଦିବସ ପାଳନ

Spread the love

ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଦିବସ ପାଳନ

ଜୟପୁର କୋରାପୁଟ ଜଲ୍ଲା ଆଇନ ସେବା ପ୍ରାଧିକରଣ,

କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ବିଶ୍ବ ବୟସ୍କ ନିର୍ଯାତନା ସଚେତନତନା ଦିବସ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମୁଣ୍ଡାଗୁ଼ଡା ଠାରେ ଥିବା ବରିଷ୍ଠ ନାଗରିକ ନିବାସ ଠାରେ ପାଳନ କରାଯାଇଅଛି।

ଏଥିରେ ମଞ୍ଚାସିନ ଅତିଥି ଭାବରେ ଉପ-ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା ଶ୍ରୀ କେ.ଦିବାକର ରାଓ, ଶ୍ରୀ ହରିଶ୍ଚନ୍ଦ୍ର ମୁଦୁଲି, ସମ୍ମୁଖ କାର୍ଯ୍ୟଳୟ, ରିଟେନର ତଥା ଆଇନ ଜୀବି ଶ୍ରୀ କେ.ଦିବାକର ଗୌଡ, ପେନାଲ ଆଇନ ଜୀବି ଶ୍ରୀ ଶୁରେଶ ହୁଡ୍ଡୁପ, ଜିଲ୍ଲା ଆଇନସେବା ପ୍ରାଧିକରଣର ମୁଖ୍ୟ କିରାଣି, ଶ୍ରୀକାନ୍ତ ଦଣ୍ଡସେନା, କନିଷ୍ଠ କିରାଣି ଶ୍ରୀ ଦେବେନ୍ଦ୍ର କଂହର ଏବଂ ବରିଷ୍ଠ ନାଗରିକ ନିବାସର ସୁଶ୍ରୀ ଚମ୍ପା ପୁଲା, ସୁଶ୍ରୀ ପ୍ରିୟଙ୍କା ଲାକ୍ରା ଏବଂ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ପ୍ରତିବର୍ଷ ଜୁନ୍ ୧୫ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଦିବସ  ପାଳନ କରାଯାଇଥାଅ।

ଏହି ଦିବସ ବିଶ୍ୱବ୍ୟାପୀ ସମ୍ପ୍ରଦାୟଗୁଡ଼ିକୁ ବୃଦ୍ଧ ବ୍ୟକ୍ତିଙ୍କ ପ୍ରତି ହେଉଥିବା ନିର୍ଯାତନା ଏବଂ ଅବହେଳାକୁ ପ୍ରଭାବିତ କରୁଥିବା ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ଏବଂ ଜନସଂଖ୍ୟାଗତ ପ୍ରକ୍ରିୟା ବିଷୟରେ ସଚେତନତା  ବିଷୟରେ ସଚେତନତା ସୃଷ୍ଟି କରି ଏକ ଉତ୍ତମ ଜୀବନକୁ ପ୍ରୋତ୍ସାହିତ କରିବା ସହିତ ବୟସ୍କମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ବିଶ୍ୱବ୍ୟାପୀ ନିର୍ଯାତନା ଏବଂ ଅବହେଳାର ପ୍ରଭାବକୁ ଚିହ୍ନଟ କରିବା  ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ତଥ୍ୟ-ଚାଳିତ ପଦ୍ଧତି ବ୍ୟବହାର କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *