ବଗିରୁ ବଗି ଅଲଗା ହେଲା: ଅଧାରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌

Spread the love

ବଗିରୁ ବଗି ଅଲଗା ହେଲା: ଅଧାରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌

ଜୟପୁର/କୋରାପୁଟ: ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ ପୁଣି ଅଘଟଣର ଶିକାର ହୋଇଛି। ଆଜି ସନ୍ଧ୍ୟାରେ ଏହି ଟ୍ରେନ୍‌ର ବଗିରୁ ବଗି ଅଲଗା ହେବା ଯୋଗୁଁ ଅଧାରେ ଅଟକିଛି। ଫଳରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଛନ୍ତି। ସୌଭାଗ୍ୟ ବଶତଃ ଏହି ଅଘଟଣରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇ ନାହିଁ।
ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୧୮୪୪୮ (ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌) ଆଜି ଜଗଦଲପୁର ଠାରୁ ଅପରାହ୍‌ଣ ସାଢ଼େ ୪ଟାରେ ପହଞ୍ଚିବାର ଥିଲା। ଏହି ଟ୍ରେନ୍‌ଟି ଭୁବନେଶ୍ବରରେ ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍‌ଣ ୮ଟା ୨୦ରେ ପହଞ୍ଚିବାର ଥିଲା। ମାତ୍ର ଏଥିରେ ତ୍ରୁଟି ଯୋଗୁ ଆମଗୁଡ଼ା ନିକଟରେ ଟ୍ରେନ୍‌ର ବଗିରୁ ଅନ୍ୟ ବଗିଗୁଡ଼ିକ ଅଲଗା ହୋଇଯାଇଥିଲା। ‌ଇଂଜିନ ପାର୍ଶ୍ବରେ ଥିବା କିଛି ବଗି ଘଟଣାସ୍ଥଳରୁ ବହୁ ଆଗକୁ ପଳାଇଥିଲା। ବାକି ବଗି ସୁବୁ ପଛପଟରେ ରହି ଯାଇଥିଲା। ଟ୍ରେନ୍‌ର କିଛି ବଗି ସହିତ ଇଂଜିନ ଆଗକୁ ପଳାଇ ଯିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ମାତ୍ର ସମସ୍ତ ଯାତ୍ରୀସୁରକ୍ଷିତ ଅଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟ୍ରେନ୍‌ ମରାମତି କାମ ଶୀଘ୍ର କରାଯିବା ପାଇଁ ଉଦ୍ୟମ ଜାରି ରହିଛି। ରାତି ବଢୁଥିବାରୁ ଯାତ୍ରୀମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଟ୍ରେନ୍‌ଟି ଆସନ୍ତାକାଲି ଭୁ‌ବନେଶ୍ବରରେ ପହଞ୍ଚିବାକୁ ବିଳମ୍ବ ହେବାର ଆଶଙ୍କା କରାଯାଉଛି।
ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଛି। ବଗିର ଜଏଣ୍ଟ ଛିଣ୍ଡି ଯିବାରୁ ଏହି ଟ୍ରେନ୍‌ଟି ଅଧା ବାଟରେ ଅଟକିଛି। ରେଳଧାରଣା ଉପରେ ଏହା ଅଟକି ରହିଥିବାରୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। କୋରାପୁଟ ଓ ଜଗଦଲପୁରରୁ ବୈଷୟିକ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି। ବଗିକୁ ବଗି ସଂଯୋଗ କରୁଥିବା କପଲର ଲିଙ୍କ ମରାମତି ହେଲେ ଗାଡ଼ି ଚଳାଚଳ କରିବ ବୋଲି ରେଳ କର୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ ପୂର୍ବରୁ ମଧ୍ୟ ଏକାଧିକ ଥର ଅଘଟଣର ଶିକାର ହୋଇଛି। ଗତ ଅପ୍ରେଲ ୧୯ ତାରିଖରେ ପେଣ୍ଟାଗ୍ରାଫ୍ ଅଚଳ ଯୋଗୁଁ ହୀରାଖଣ୍ଡ ଏକ୍ସପ୍ରେସ୍‌ ଚଳାଚଳରେ ବାଧା ପହଞ୍ଚି ଥିଲା।‌ ସେହିପରି କୋରାପୁଟ-ରାୟଗଡ଼ା (କେଆର୍) ରେଳ ଲାଇନରେ ୨୦୧୯ ଅକ୍ଟୋବର ୨୦ରେ ଭୁବନେଶ୍ବର-ଜଗଦଲପୁର ହୀରଖଣ୍ଡ ଏକ୍ସପ୍ରେସ୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନଟି ପ୍ରାୟ ୩ ଘଣ୍ଟା କାଳ ଜଙ୍ଗଲ ଭିତରେ ଅଟକି ରହିଥିଲ। ରେଳ କର୍ତୃପକ୍ଷ ସୂଚନା ପାଇ ଆଉ ଏକ ଇଞ୍ଜିନ୍ ସାହାଯ୍ୟରେ ଟ୍ରେନକୁ ଭାଲୁମାସ୍କା ଷ୍ଟେସନକୁ ଆଣିଥିଲେ। ଟ୍ରେନରେ ଡିଜେଲ୍ ଇଞ୍ଜିନ୍ ସଂଯୋଗ ହେବା ପରେ ନିର୍ଧାରିତ ସମୟଠାରୁ ୪ଘଣ୍ଟା ୧୫ମିନିଟ ବିଳମ୍ବରେ ହୀରାଖଣ୍ଡ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *