ଆମ୍ବୁଲାନ୍ସ ପାଇଁ ଗର୍ଭବତୀ ଚାଲିଲେ ଅଧ କିଲୋମିଟର

Spread the love

ଆମ୍ବୁଲାନ୍ସ ପହଞ୍ଚି ପାରିଲାନି


ଗର୍ଭବତୀ ଅଧ କିଲୋମିଟର ଚାଲିଲେ

ବୈପାରିଗୁଡା :ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଅଧ କିଲୋମିଟର ଦୂର କାଦୁଅ ପଚପଚ ରାସ୍ତାରେ ଚାଲି ଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯିବାକୁ ପଡ଼ିଲା ଜଣେ ଗର୍ଭବତୀ ମହିଳାଙ୍କୁ ଏଭଳି ଦୃଶ୍ୟ ଦେଖ‌ିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ଡେଙ୍ଗପାଖନା ଗ୍ରାମରେ ଘଟଣା ଅନୁଯାୟୀ ଡେଙ୍ଗପାଖନା ଗ୍ରାମର ପବିତ୍ର କାଣ୍ଡକିଙ୍କ ପତ୍ନୀ ଗୋରୀ କାଣ୍ଡକି ଗତକାଲି ରାତି ୨ଟା ବେଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ | ଏ ସଂପର୍କରେ ପରିବାର ଲୋକେ ନିକଟସ୍ଥ ଆଶାକର୍ମୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇ ପାରିନଥିଲା। ମଙ୍ଗଳବାର ସକାଳ ୮ଟା ବେଳେ ଗୋରୀଙ୍କୁ ଅତ୍ୟକ ଯନ୍ତ୍ରଣା ହେବାରୁ ତୁରନ୍ତ ଆମ୍ବୁଲାନ୍ସକୁ
ଫୋନ୍ କରାଯାଇଥିଲା। ଆମ୍ବୁଲାନ୍ସ ଆସିଲା କିନ୍ତୁ ରାସ୍ତା ଶୋଚନୀୟ ଥିବାରୁ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ତେଣୁ ଗ୍ରାମବାସୀ ବାଧ୍ଯ ହୋଇ
କାହା ଲାଗି ମା’ ଗୃହ ଅଧ କିଲୋମିଟର ଦୂର କାଦୁଅ ପଚପଚ ରାସ୍ତାରେ ଗୋରୀଙ୍କୁ ଭଲ ରାସ୍ତା ପର୍ଯ୍ୟନ୍ତ ଚଲେଇ ଚଲେଇ ନେବାକୁ ପଡ଼ିଥିଲା | ବୈପାରିଗୁଡା ମେଡ଼ିକାଲରେ ପହଞ୍ଚିବା ପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଗୋରୀ।
ଏଠାରେ ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ଗର୍ଭବତୀ ମହିଳାଙ୍କୁ ଅଧ କିଲୋମିଟର ଦୂର ଚାଲିବାକୁ ପଡ଼ିଥିଲା | କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଗର୍ଭବତୀ ମହିଳାଙ୍କ ପାଇଁ ମାଁ ଗୃହ ନିର୍ମାଣ କରିଛନ୍ତି।
ଦୁର୍ଗମ ଅଞ୍ଚଳରେ ଗମନାଗମନର ସୁବିଧା ନଥିବାରୁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ ତାହାକୁ ଦୃଷ୍ଟିରେ ରଖ୍ ଗର୍ଭବତୀ ମହିଳାଙ୍କ ପ୍ରସବର ୧୦ ଦିନ ପୂର୍ବରୁ ମାଁ ଗୃହରେ ଅଣାଯାଇ ରଖାଯିବାର ବ୍ୟବସ୍ଥା କରାଯାଇଛି । ମା ଗୃହରେ ଗର୍ଭବତୀ ମହିଳାଙ୍କ ପ୍ରସବ ପର୍ଯ୍ୟନ୍ତ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ଔଷଧ ଖାଇବା ସହ ତାଙ୍କ ଖାଇବା ପିଇବା ଏବଂ ସ୍ବାସ୍ଥ୍ୟର ସମସ୍ତ ଯତ୍ନ ନିଆଯିବାର ବ୍ୟବସ୍ଥା ରହିଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗର ବ୍ୟତିକ୍ରମ ଦେଖାଦେଇଛି ବୈପାରିଗୁଡା ବ୍ଳକରୋ ଯଦି ଗର୍ଭବତୀ ମହିଳାଙ୍କୁ ଯନ୍ତ୍ରଣା ପୂର୍ବରୁ ମାଁ ଗୃହରେ ରଖାଯାଇ ପାରିଥାନ୍ତା ତେବେ ଅଧ କିଲୋମିଟର ଦୂର କାଦୁଅ ରାସ୍ତାରେ ଚାଲିବାକୁ ପଡିନଥାନ୍ତା| ତେଣୁ କୋଟି କୋଟି ଟଙ୍କାରେ ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଉଥିବା ମା ଗୃହ କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *