ରାମଗିରି ସାପ୍ତାହିକ ହାଟରେ ଗଛ ପଡ଼ି ଅଟୋ ଚୂରମାର

Spread the love

ରାମଗିରି ସାପ୍ତାହିକ ହାଟରେ ଗଛ ପଡ଼ି ଅଟୋ ଚୂରମାର

ବୈପାରିଗୁଡା : ବୈପାରିଗୁଡ଼ା ବ୍ଲକ ରାମଗିରି ସାପ୍ତାହିକ ହାଟରେ ଅଭାବନୀୟ ଘଟଣା ଘଟିଛି | ଲଘୁଚାପ ବର୍ଷା ପ୍ରଭାବରେ ଗଛ ଭାଙ୍ଗି ଯିବାରୁ ଘଟରେ ଥିବା ଏକ ଅଟୋ ଚୁରମାର ହୋଇଯ ଇଯାଇଛି। ସୌଭାଗ୍ୟବଶତଃ ବ୍ୟବସାୟୀ ଓ ଗ୍ରାହକ ଅଳ୍ପକେ ବର୍ଷି ଯାଇଛନ୍ତି ।
ସୂଚନା ଅନୁ ଅନୁଯାୟୀ, ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେଲା ବୈପାରିଗୁଡ଼ା ବ୍ଲକରେ ବର୍ଷା ଜାରି ରହିଛି। ମଙ୍ଗଳବାର ରାମଗିରି ସାପ୍ତାହିକ ହାଟ ଥିବାରୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼ ଜମିଥିଲା । ତେବେ ସକାଳ ପ୍ରାୟ ୧୧ଟାରେ ହାଟପ ଟପଦାରେ ଥିବା ବିଶାଳ ଆମ୍ବ ଗଛ ଉପୁଡ଼ି ପଡ଼ି ଏକ ଅ ଅଟୋ ଉପରେ ପଡ଼ି ଯାଇଥିଲା । ଫଳରେ ଅଟୋ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏହି ସମୟରେ ଅଟୋରେ ଡ୍ରାଇଭର କିମ୍ବା ଯାତ୍ରୀ ନଥିବାରୁ ବଡ଼ ଅଘଟଣ ବର୍ତ୍ତି ଯାଇଥିଲା | ଏଥିସହ ନିକଟରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସହିତ ଗ୍ରାହକ ଅଳ୍ପକେ ବର୍ତ୍ତି ଯାଇଥିଲେ । ରାସ୍ତା ଉପରେ
ଗଛ ପଡ଼ିଯିବ ପଡ଼ିଯିବାରୁ ଦଣ୍ଡାବାଡ଼ି ଠାରୁ ବୈପାରିଗୁଡ଼ାକୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଳ ଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବୈପାରିଗୁଡା ଅଗ୍ନିଶମ
ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟା ୟାତ ସ୍ବାଭାବିକ ହୋଇଥିଲା ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *