ପୁଣି ମାଓ ହିଂସା: ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା

Spread the love

ପୁଣି ମାଓ ହିଂସା: ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାର ବୃହତ୍‌ ଯୋଜନା ମାଧ୍ୟମରେ ମାଓବାଦୀଙ୍କ ମୂଳୋତ୍ପାନଟ ପାଇଁ ଯୋଜନା କରୁଛନ୍ତି। କିନ୍ତୁ ମାଓବାଦୀମାନେ ମଝିରେ ମଝିରେ ରକ୍ତପାତ କରୁଛନ୍ତି। ସୁଯୋଗ ପାଇଲେ ପ୍ରଜାକୋର୍ଟ କରି ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଏଠାରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି।
ମାଓବାଦୀମାନେ ପେରମପଲ୍ଲୀ ଗ୍ରାମର ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପେରମପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର କାବାସି ହୁଙ୍ଗା ନାମକ ବ୍ୟକ୍ତିକୁ ଖୋଜିଥିଲେ। ଘର ପାଇବା ପରେ ଘରୁ କାବାସି ହୁଙ୍ଗାକୁ ଟାଣିଟାଣି ଜଂଗଲ ଭିତରକୁ ନେଇ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଗ୍ରାମବାସୀ ଜଂଗଲରୁ କାବାସି ହୁଙ୍ଗାଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ସୂଚନା ପ୍ରଦାନ କରିଥିଲେ।
କାବାସୀ ହୁଙ୍ଗାକୁ ନକ୍ସଲ ପୁଲିସ ଇନଫର୍ମର କହି ତାଙ୍କୁ ଅପହରଣ କରିନେଇ ଜଂଗଲରେ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ତାଂକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ଶବକୁ ଜଂଗଲ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଦୁର୍ଗମ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି।
କାବାସୀ ହୁଙ୍ଗାକୁ ନକ୍ସଲ ପୁଲିସ ଇନଫର୍ମର କହି ତାଙ୍କୁ ଅପହରଣ କରିନେଇ ଜଂଗଲରେ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ତାଂକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ଶବକୁ ଜଂଗଲ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଦୁର୍ଗମ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି। ପୁଲିସର ଘନଘନ ଚଢାଉ ସହ ବଡ଼ବଡ଼ ଏନକାଉଣ୍ଟରରେ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି। ତେଣୁ ନକ୍ସଲ ଏବେ ହିଂସାତ୍ମକ ହୋଇପଡ଼ିଛନ୍ତି। ସୁଯୋଗ ପାଇଲେ ଦୁର୍ଗମ ଗ୍ରାମକୁ ଆସି ପୁଲିସ ସୂଚନାଦାତାଙ୍କୁ ଖୋଜିଖୋଜି ମାଡ଼ ମାରିବା ସହ ହତ୍ୟା କରୁଛନ୍ତି। ଖବର ପାଇ ପୁଲିସ ଏବଂ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *