ଜୟପୁରରେ ତୃତୀୟ ଦିନ ଡ୍ରାଇଭରଙ୍କ ଷ୍ଟେରିଂ ଛାଡ଼ ଆନ୍ଦୋଳନ, ଚକଅଖ ବନ୍ଦ ପରିସ୍ଥିତି


ଜୟପୁର,୭ ଦଫା ଦାବି ପୂରଣ ପାଇଁ ଜୟପୁର ଡ୍ରାଇଭର ସଂଘ ତୃତୀୟ ଦିନରେ ମଧ୍ୟ ଅନିଦ୍ଧିଷ୍ଟକାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି। ଏହାର ପ୍ରଭାବରେ ଜିଲ୍ଲାରେ ଯାତାୟାତ ବ୍ୟବସ୍ଥା ବ୍ୟାପକ ଭାବେ ବିଘ୍ନିତ ହୋଇଛି। ଦୂର ଦୁରାନ୍ତରୁ ଯାତ୍ରୀ ଓ ସାମଗ୍ରୀ ଆଗମନ ବନ୍ଦ ହୋଇଥିବା ଫଳରେ ଅନେକ ଅତ୍ୟାବଶ୍ୟକ ବସ୍ତୁ ଅଭାବ ଦେଖାଦେଉଛି।
ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ସଙ୍କଟ ମଧ୍ୟ ଦେଖା ଦେଉଛି। ଡ୍ରାଇଭର ସଂଘ ସଭ୍ୟମାନେ ରାସ୍ତାରେ ଚାଲୁଥିବା ଗାଡିଗୁଡ଼ିକୁ ବନ୍ଦ କରି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରୁଛନ୍ତି। ଆନ୍ଦୋଳନ ଦୀର୍ଘସ୍ଥାୟୀ ହେଲେ କୋରାପୁଟ ଜିଲ୍ଲାରେ ଜୀବନ ଜରୁରୀ ସାମଗ୍ରୀ ଉପରେ ଗଭୀର ପ୍ରଭାବ ପଡିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *