ଏନକାଉଣ୍ଟରରେ ମହିଳା ମାଓ କମାଣ୍ଡର ବିମଳା ସୋଡ଼ି ମୃତ

Spread the love

କୋରାପୁଟ ସେପ୍ଟେମ୍ବର ୬(ପ୍ରତିନିଧି): ଅଭିବ୍ୟକ୍ତି କୋରାପୁଟ ଜିଲ୍ଲାର ମାଲକାନଗିରି, ସୀମାନ୍ତ
ଛତିଶଗଡ଼ର ନାରାୟଣପୁର-ଦନ୍ତେୱାଡା ସୀମାରେ ଆଜି ସକାଳୁ ଘଟିଥିବା ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ମୃତାଙ୍କୁ ବିମଳା ସୋଡ଼ି ବୋଲି ପରିଚୟ କରାଯାଇଛି। ସରକାର ତାଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ବିମଳା, ପ୍ଲାଟୁନ୍‌ ନମ୍ବର–୧୬ର କମାଣ୍ଡର ଥିଲେ। ସୂଚନାର ଆଧାରରେ ଡିଆରଜି ଏବଂ ଏସଟିଏଫ ଯବାନ ଆବୁଝମାଡ଼ ଜଙ୍ଗଲରେ ଅଭିଯାନ କରୁଥିବା ବେଳେ ନକ୍ସଲମାନେ ଗୁଳି ଚଳାଇଥିଲେ। ପାଲଟା ଜବାବରେ ହୋଇଥିବା ଗୁଳିବିନିମୟରେ ବିମଳା ମୃତ୍ୟୁବରଣ କରିଥିଲେ।
ଘଟଣାସ୍ଥଳରୁ ୩୦୩ ରାଇଫଲ, ୩୧୫ ରାଇଫଲ, ୨ଟି ବିଏଲଜି ଲଞ୍ଚର, ୫ଟି ବିଏଲଜି ସେଲ, ୧୯ କିଲୋ ବିସ୍ଫୋରକ, ଜିଲୋଟିନ୍‌, ରେଡିଓ ସେଟ୍‌ ଏବଂ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ପୁଲିସ କହିଛି, ସ୍ଥଳରେ ବହୁତ ରକ୍ତ ଚିହ୍ନ ମିଳିଥିବାରୁ ଅନ୍ୟାନ୍ୟ ନକ୍ସଲମାନେ ମଧ୍ୟ ଆହତ ହୋଇଥିବା ସମ୍ଭାବନା। ବର୍ତ୍ତମାନ “ଅପରେସନ୍ ୨୦୨୬ ” ଅନ୍ତର୍ଗତରେ ଯବାନମାନେ ମନସୁନ୍ ପରେ ନକ୍ସଲ ଦମନ ଅଭିଯାନକୁ ଆହୁରି ତିବ୍ର କରିଛନ୍ତି।

  • Related Posts

    RPM ମାସିକ ଗୁଗୁଲ୍ ବୈଠକ

    Spread the love

    Spread the loveନୂଆ ଦିଲ୍ଲୀ (KCN):ରାଷ୍ଟ୍ରୀୟ ଖବରକାର ମହାସଂଘର ମାସିକ ସାଂଗଠନିକ ବୈଠକ ଗୁଗୁଲ୍ ପ୍ଲାଟଫର୍ମ ମାଧ୍ୟମରେ ଜାତୀୟ କୋଷାଧ୍ୟକ୍ଷ ଶ୍ରୀ ଧୀରଜ କୁମାରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

    ରକ୍ତଭଣ୍ଡାର ପରିଚାଳନାରେ ଅବ୍ୟବସ୍ଥା, ୫ ବର୍ଷ ହେଲା ନବୀକରଣ ନାହିଁ

    Spread the love

    Spread the loveକୋରାପୁଟ/ନବରଙ୍ଗପୁର, ୬/୯ ଜିଲ୍ଲାରେ ରକ୍ତଭଣ୍ଡାର ପରିଚାଳନାରେ ଅବ୍ୟବସ୍ଥା ପ୍ରକାଶ ପାଇଛି। ପାଞ୍ଚ ବର୍ଷ ହେଲା ଲାଇସେନସ୍ ନବୀକରଣ ହୋଇନଥିବା ସହିତ ଦୁଇ ବର୍ଷ ଧରି ପରିଚାଳନା ସମିତି ବୈଠକ ବସିନାହିଁ।ଦିନକୁ ୨୦-୩୦  ଯୁନିଟ୍‌ ରକ୍ତ ଆବଶ୍ୟକ ହେଉଥିବାବେଳେ, ଆବଶ୍ୟକତାନୁଯାୟୀ…

    Leave a Reply

    Your email address will not be published. Required fields are marked *