ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

Spread the love

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ l

ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ସ୍ଥିତ ମ୍ୟୁନିସିପାଲ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ସଭାପତିତ୍ବ ଏହି ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ନବରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ରାୟ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରଧାନ ଶିଷୟିତ୍ରୀ ଶ୍ରୀମତୀ ମିନା ବାଘ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲାପାଳ ବର୍ତ୍ତମାନ ସମୟ ରେ ବିଜ୍ଞାନ ର ଉପକାରିତା ଓ କାର୍ଯ୍ୟକାରିତା ସମ୍ପର୍କରେ ଶିଶୁ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ନିଜର ବୈଜ୍ଞାନିକ ଚିନ୍ତାଧାରାକୁ ଉନ୍ନତ କରିବା, ଅନ୍ୟଠୁ ସବୁବେଳେ ଶିକ୍ଷା ଗ୍ରହଣ କରିବାରେ ସଙ୍କୋଚ ନ କରିବା,ଗୁରୁଜନଙ୍କୁ ସମ୍ମାନ କରିବା ଉପରେ ଗୁରୁତ୍ଵ ଦେଇଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ର ଉଦ୍ରେକ ସହ ଯୁଗ ସହ ତାଳ ମିଶାଇ ଚାଲିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରଦର୍ଶନୀ ରେ ବ୍ଲକ ସ୍ତରରୁ ସଫଳତା ହାସଲ କରିଥିବା ଶିଶୁ ବୈଜ୍ଞାନିକ ମାନେ ଏଠାରେ ଉତ୍ତୀର୍ଣ୍ଣ ପରେ ଆଗାମୀ ଦିନରେ ରାଜ୍ଯ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ଭାଗ ନେବେ। ରାଜ୍ଯ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ବସନ୍ତ ଚଣ୍ଡଲ ଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ରକ୍ଷା ପାଇଁ କୃଷି ଯନ୍ତ୍ର ପାତି, ନରସିଂହ ନାଥ ମାଳି, ମମତା ଭତରା, ତୁଳସୀ ହରିଜନ, ସସ୍ମିତା ଜାନି, ସୁୟଂପ୍ରଭା ପଣ୍ଡା ଓ ବାସନ୍ତୀ ହରିଜନ ଙ୍କ ପ୍ରକଳ୍ପ ରାଜ୍ଯ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିବେ। ବିଭିନ୍ନ ବ୍ଲକରୁ ମୋଟ ୭୦ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା l

ରାଜ୍ଯ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ବସନ୍ତ ଚଣ୍ଡଲ ଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ରକ୍ଷା ପାଇଁ କୃଷି ଯନ୍ତ୍ର ପାତି, ନରସିଂହ ନାଥ ମାଳି, ମମତା ଭତରା, ତୁଳସୀ ହରିଜନ, ସସ୍ମିତା ଜାନି, ସୁୟଂପ୍ରଭା ପଣ୍ଡା ଓ ବାସନ୍ତୀ ହରିଜନ ଙ୍କ ପ୍ରକଳ୍ପ ରାଜ୍ଯ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିବେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *