ନୂଆଦିଲ୍ଲୀ, ୧୯/୧୨: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଗୋଣ୍ଡଗୋଳ ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳୁଛି ଯେ ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହେଇଥିଲେ l ଫୋଳରେ ପ୍ରତାପ ସାଂସଦ ଷଡ଼ଙ୍ଗୀ ଆହତ ହୋଇଛନ୍ତି ।
ବି.ଆର ଆମ୍ବେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ ସଂସଦ ପରିସରରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ବିକ୍ଷୋଭ ପ୍ରଦର୍ଶନ ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଧକ୍କାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି।
ଏହି ଘଟଣା ପରେ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସାଂସଦ ଜଣଙ୍କ ମୋ ଉପରେ ପଡ଼ିବାରୁ ମୁଁ ତଳେ ପଡ଼ି ଯିବାରୁ ମୋ ମୁଣ୍ଡରେ ଆଘାତ ଲାଗିଥିଲା।
ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
Leave a Reply