ଜାତୀୟ ସ୍ତରୀୟ ଲୋକ ମହୋତ୍ସବ “ପରବ”ର ତୃତୀୟ ସନ୍ଧ୍ୟା

Spread the love

କୋରାପୁଟ ବନ୍ଧୁ ସମ୍ମାନରେ ସମ୍ମାନୀତ ହେଲେ ଡାକ୍ତର ନିରଞ୍ଜନ ମିଶ୍ର



ଦେଶରେ କୋରାପୁଟର ପରବ ସର୍ବୋତ୍ତମ ମହୋତ୍ସବ_ ସୁରେଶ ପୂଜାରୀ


କୋରାପୁଟ : ଜାତୀୟ ସ୍ତରୀୟ ଲୋକ ମହୋତ୍ସବ “ପରବ” ଉତ୍ସବର ତୃତୀୟ ସଂନ୍ଧ୍ୟା ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃତୀୟ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗଦେଇ ସ୍ବାଗତ ଭାଷଣ ଦେଇଥିଲେ। କୋରାପୁଟର କଫି , ମାଣ୍ଡିଆ ଏବଂ ପରବ ନିଜସ୍ବ ପରିଚୟ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି । ପଲ୍ଲୀଶ୍ରୀ ମେଳାରେ ଗତକାଲି ପ୍ରାୟ ୪ କୋଟିର ବ୍ୟବସାୟ ହୋଇଥିବା ସେ କହିଛନ୍ତି।

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ,କୋରାପୁଟ ବିଧାୟକ ରଘୁରାମ ମାଛ,କୋଟପାଡ଼ ବିଧାୟକ ରୁପୁ ଭତ୍ରା , ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ମୂଖ୍ୟ ଅତିଥି ଶ୍ରୀଯୁକ୍ତ ପୁଜାରୀ ନିଜ ଅଭିଭାଷଣରେ ଭାରତ ଦେଶରେ ସମସ୍ତ ରାଜ୍ୟର ଜିଲ୍ଲା ମହୋତ୍ସବ ମଧ୍ୟରେ କୋରାପୁଟର ପରବ ସର୍ବୋତ୍ତମ ମହୋତ୍ସବ ବୋଲି କହିଛନ୍ତି ।

ଏହି ଅବସରରେ ସ୍ଵର୍ଗତ ଶିଳ୍ପି ଦାସ ମୁର୍ମୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କୋରାପୁଟ ପରବ ୨୦୨୪ ର ବନ୍ଧୁ ସମ୍ମାନ ପୂର୍ବତନ ଜନସ୍ବାସ୍ଥ୍ୟ ନିଦ୍ଦେର୍ଶକ ଡଃ ନିରଞ୍ଜନ ମିଶ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀ ପୂଜାରୀଙ୍କ ଦ୍ବାରା ଉପଢ଼ୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା  କରାଯାଇଛି।ବସୁନ୍ଧରା ଯୋଜନା ରେ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ପୂର୍ବରୁ ଆୟୋଜିତ ନାଟକ,ଏଥାଲେଟିକ ୧୦୦ ମି, ୨୦୦ମି,୪୦୦ମି, ୮୦୦ ମି,ଉଚ୍ଚ ଡିଆଁ,ସଟ୍ ଫୁଟ୍,ଜାବଲିଙ୍ଗ ଥ୍ରୋ,ବେଡମିଣ୍ଟନ,ଭଲି ବଲ, କ୍ରିକେଟ,ଫୁଟବଲ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

କୋରାପୁଟ ଏସ୍ ପି ରୋହିତ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।ସଭାପରେ ପଟ୍ଟାଙ୍ଗି କଳାକାର ମାନଙ୍କ ଦ୍ବାରା କନ୍ଧ ଢେମସା, କଣ୍ଢେଇ ନାଚ, ଲାଞ୍ଜିଆ ସଉରା,ରାୟଗଡ଼ା ନୃତ୍ୟ ନୃତ୍ୟଶ୍ରୀ, ଇଜେଡସିସି,ଡାନ୍ସ୍ ଗ୍ରୁପ୍.ମୟୂରଭଞ୍ଜର ଛଉ ନାଚ ପରିବେଷଣ ହୋଇଥିଲା । ବିଶେଷ ଆକର୍ଷଣ ଭାବେ ସ୍ୱୟମ୍ ପାଢ଼ୀ , ଅନ୍ତରା ଚକରବର୍ତ୍ତୀ, ବର୍ଣାଳୀ ହୋତା ଓ ସୁନିଲ କୁମାର ପରିଡ଼ାଙ୍କ ସଙ୍ଗୀତ ପରିବେଷଣ ଜନସାଧାରଣ ଙ୍କୁ ମନମୁଗ୍ଧ କରିପାରିଥିଲା। ପରବ ତୃତୀୟ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଲ୍ଲୀଶ୍ରୀ ମେଳା ଏବଂ ଖାଦ୍ୟ କୋର୍ଟରେ ପ୍ରାୟ ୭୦ ହଜାର ଲୋକଙ୍କ ସମାଗମ ହୋଇଥିବା ପରିଲକ୍ଷିତ କରାଯାଇଥିଲା। ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *